strawberry face pack: ଷ୍ଟ୍ରବେରୀ ଏକ ଅତ୍ୟନ୍ତ ରସାତ୍ମକ ଫଳ ।
ଏହା ସାମାନ୍ୟ ମିଠା ଏବଂ ସ୍ୱାଦରେ ସାମାନ୍ୟ ଖଟା ଏବଂ ଏହା ଦେଖିବା ପାଇଁ ମଧ୍ୟ ଆକର୍ଷଣୀୟ । ଷ୍ଟ୍ରବେରି ପୁଷ୍ଟିର ଭଣ୍ଡାର ଏଥିରେ କ୍ୟାଲସିୟମ୍, ଫସଫରସ୍, ପୋଟାସିୟମ୍, ଫୋଲିକ୍ ଏସିଡ୍ ଭଳି ଉପାଦାନ ମିଳିଥାଏ । ଏହା ଚର୍ମ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ଆପଣ ଏହାକୁ ବ୍ୟବହାର କରି ସହଜରେ ଆପଣଙ୍କ ଚର୍ମକୁ ଉନ୍ନତ କରିପାରିବେ ।
ଆପଣ ଅନେକ ଉପାୟରେ ଷ୍ଟ୍ରବେରୀ ଫେସ୍ ପ୍ୟାକ୍ ତିଆରି କରିପାରିବେ, ଯାହା ସୌନ୍ଦର୍ଯ୍ୟ ବଢାଇବା ପାଇଁ ଚେହେରାରେ ପ୍ରୟୋଗ କରାଯାଇପାରେ । ତେବେ ଆସନ୍ତୁ ଜାଣିବା ଷ୍ଟ୍ରବେରିରୁ କିପରି ଏକ ଫେସ୍ ପ୍ୟାକ୍ ତିଆରି କରାଯାଏ ।
ଷ୍ଟ୍ରବେରିରେ ଏଲାଗିକ୍ ଏସିଡ୍ ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ ଯାହା ଚର୍ମର ଅକାଳ ବୃଦ୍ଧାବସ୍ଥାକୁ ରୋକିଥାଏ । ଷ୍ଟ୍ରବେରୀ ଫେସ୍ ପ୍ୟାକ୍ ର ନିୟମିତ ବ୍ୟବହାର ସୂକ୍ଷ୍ମ ରେଖା, କୁଞ୍ଚନ ଏବଂ ବୟସ ଦାଗ ହ୍ରାସ କରିବାରେ ସାହାଯ୍ୟ କରେ, ଯାହା ଚର୍ମକୁ ଚମକାଇଥାଏ ।
ଷ୍ଟ୍ରବେରୀ ସାଧାରଣତଃ ଶୀତ ଦିନେ ବଜାରରେ ଅଧିକ ମିଳିଥାଏ । ଏହା ପାଟିକୁ ଅତି ସୁଆଦିଆ ସହ ସ୍କିନ ପାଇଁ ଉପଯୋଗୀ। ଆଜି ଜାଣିବା ମୁହଁରେ ଷ୍ଟ୍ରବେରୀ ଲଗାଇବାର ଫାଇଦା ଓ ଏହାକୁ କେମିତି ଲଗାଇବେ ।
ତ୍ବଚାରେ ଗ୍ଲୋ ଆଣିବା ପାଇଁ ଏମିତି ପ୍ରସ୍ତୁତ କରନ୍ତୁ ଷ୍ଟ୍ରବେରୀ ଫେସ୍ ମାସ୍କ:
୩ ରୁ ୪ଟି ଷ୍ଟ୍ରବେରୀ ନେଇ ପାଣିରେ ଧୋଇଦିଅନ୍ତୁ ଏବଂ ଏହାକୁ ପେଶି ପେଷ୍ଟ ବନାନ୍ତୁ ।
ଷ୍ଟ୍ରବେରୀ ପେଷ୍ଟରେ ଏକ ଚାମଚ ଫ୍ରେସ୍ ମଲାଇ କିମ୍ବା ମିଲ୍କ କ୍ରିମ ମିଶାନ୍ତୁ ।
ପୁଣି ଏକ ଚାମଚ ମହୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ଏବେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ ।
ଧ୍ୟାନ ରଖିବେ, ଫେସ୍ ପ୍ୟାକ ଲଗାଇବା ପୂର୍ବରୁ ଆପଣ ମୁହଁରୁ ମେକ-ଅପ୍ ଭଲ ଭାବେ ସଫା କରିଥିବେ । ଏହି ଫେସ୍ ପ୍ୟାକ ଲଗାଇବା ବେଳେ ମୁହଁ ପୁରା ସଫା ଥିବା ଆବଶ୍ୟକ ।
ଷ୍ଟ୍ରବେରୀ ଫେସ୍ ମାସ୍କକୁ ମୁହଁରେ ୪୦ ରୁ ୬୦ ମିନିଟ୍ ଯାଏଁ ରଖନ୍ତୁ ।
ମାସ୍କ ଶୁଖିଯିବା ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ ।
ଏହାବ୍ୟତୀତ ଶୀତ ଦିନେ ସ୍କିନକୁ ଭଲ ଭାବେ ସଫା କରିବା ପାଇଁ ଆପଣ ଷ୍ଟ୍ରବେରୀରୁ ହୋମମେଡ ସ୍କ୍ରବ ପ୍ରସ୍ତୁତ କରିପାରିବେ । ଶୀତରେ ସ୍କିନରେ ଡ୍ରାଏନେସ୍ ବଢିଯାଏ । ଫଳରେ ସ୍କିନ ରୁକ୍ଷ ହେବା ସହ ଗ୍ଲୋ କମିଯାଏ । ଡେଡ୍ ସ୍କିନ ସେଲ୍ସ ମୁହଁରେ ଜମା ହେଉଥିବାରୁ ରଙ୍ଗ ଫିକା ଦିଶେ । ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ସ୍କିନକୁ ଏକ୍ସଫଲିଏଟ କରିପାରିବେ। ଏଥିପାଇଁ ଘରେ ଷ୍ଟ୍ରବେରୀରୁ ନ୍ୟାଚୁରାଲ ସ୍କ୍ରିବ ତିଆରି କରିପାରିବେ ।
ALSO READ: https://purvapaksa.com/rice-water/