Benefits Of Beans: ଆପଣଙ୍କ ଖାଦ୍ୟରେ ବିନ୍ସ ଅନ୍ତର୍ଭୂକ୍ତ କରି ଆପଣଙ୍କ ଦୈନନ୍ଦିନ କ୍ୟାଲସିୟମ୍ ଗ୍ରହଣ କୋଟା ପୂରଣ କରିପାରିବେ।
ହାଡ଼କୁ ମଜବୁତ କରିବାରେ ଏଗୁଡ଼ିକ ବହୁତ ସହାୟକ ହୋଇପାରେ । ଯଦିଓ ପ୍ରାୟ ସମସ୍ତ ପ୍ରକାରର ବିନ୍ସ ହାଡ଼ ପାଇଁ ଲାଭଦାୟକ, କିନ୍ତୁ ଯଦି ଆପଣଙ୍କୁ କ୍ୟାଲସିୟମର ଅଭାବ ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରନ୍ତୁ ।
ସବୁଜ ବିନ୍ସ ଏପରି ଏକ ପନିପରିବା ଯାହା ଆପଣଙ୍କ ଶରୀରର ପୁଷ୍ଟିର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ । ଅନେକ ଉପକାରୀ ଖଣିଜ ପଦାର୍ଥରେ ଭରପୂର, ବିନ୍ସରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଏ, ସି, କେ ଏବଂ ବି ୬ ଥାଏ। ଏହା ଫୋଲିକ୍ ଏସିଡ୍ ର ଏକ ଭଲ ଉତ୍ସ ।
ମୁଖ୍ୟତଃ ଏହା ଶୀତଦିନେ ଅଧିକ ପରିମାଣର ମିଳିଥାଏ। ଏହି ସବୁଜ ରଙ୍ଗର ପରିବାରେ ପ୍ରୋଟିନ ଏବଂ ଫାଇବର ପ୍ରଚୁର ପରିମାଣର ରହିଥାଏ। ଏଥିରେ ତୈଳାକ୍ତ ଅଂଶ ଆଦୌ ନଥାଏ। ତେଣୁ ଶରୀରକୁ ଏହା ଖଣିଜ ପଦାର୍ଥ ଏବଂ ଭିଟାମିନ୍ସ ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
ଏକ ପୃଷ୍ଟିକର ଖାଦ୍ୟ ମଧ୍ୟରେ ବିନ୍ସ ରହିବା ନିହାତି ଜରୁରୀ। ଏହା ଶରୀରର ମେଦବହୁଳତାକୁ କମ କରିବାରେ ସାହାଯ୍ୟ କରିଥାଏ। ଏହା ଏକ ଏମିତି ପରିବା, ଯେଉଁଠି ଚାହିଁବେ ଏହାର ଗଛକୁ ଆପଣ ଲଗାଇପାରିବେ। ତେଣୁ ଏହାକୁ ଆପଣ ଡାଏଟରେ ସାମିଲ କରନ୍ତୁ।
ଓଜନ ହ୍ରାସ:
ଯଦି ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲା ପରେ ମଧ୍ୟ ଆପଣଙ୍କ ଓଜନ ହ୍ରାସ ପାଉନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ। ଗ୍ରୀନ ବିନ୍ସକୁ ଡାଏଟରେ ସାମିଲ କରନ୍ତୁ। ବିନ୍ସରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖାଆନ୍ତୁ। ଏହା ଶରୀରର ଚର୍ବିକୁ ହ୍ରାସ କରାଇଥାଏ। କାରଣ ଏଥିରେ କ୍ୟାଲୋରୀ ଖୁବ୍ କମ ପରିମାଣର ଥାଏ। ଗ୍ରୀନ ବିନ୍ସ ଖାଇବା ଦ୍ବାରା ପେଟ ଭର୍ତ୍ତି ହୋଇ ରହିଥାଏ। ଫଳରେ ବାରମ୍ବାର ଭୋକ ହୋଇ ନଥାଏ।
ମଧୁମେହ:
ବିନ୍ସରେ ଏମିତି କିଛି ପୋଷକ ତତ୍ତ୍ବ ରହିଥାଏ, ଯାହା ରକ୍ତରେ ଶର୍କରା ହ୍ରାସକୁ ବଢାଇବାକୁ ଦେଇ ନଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣର ଡାଏଟ୍ରି ଫାଇବର୍ସ ଏବଂ କାବ୍ରୋହାଇଡ୍ରେଟର୍ସ ରହିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ମହଷୌଧି ସଦୃଶ।
ମଜବୁତ ହାଡ଼:
ବିନ୍ସରେ କ୍ୟାଲସିୟମର ପରିମାଣ ଖୁବ୍ ଅଧିକା ରହିଥାଏ। ଫଳରେ ଏହା ହାଡକୁ ଶକ୍ତିଶାଳୀ କରିଥାଏ। ଏହା ବ୍ୟତୀତ ଏଥିରେ ଭିଟାମିନ କେ, ଏ ଏବଂ ସିଲିକନ ରହିଥାଏ। ଯାହା ହାଡ଼ ପାଇଁ ଅତ୍ୟାବଶ୍ୟକ ହୋଇଥାଏ।
ଦୃଷ୍ଟିଶକ୍ତି ବୃଦ୍ଧି:
ବିନ୍ସରେ କେରିଟିନଏଡ୍ସ ରହିଥାଏ। ଯାହା ଆଖି ଭିତରର ଶିରାପ୍ରଶିରାକୁ ମଜବୁତ କରିଥାଏ। ଏହା ବ୍ୟତୀତ ବିନ୍ସରେ ଏମିତି କିଛି ଲୌହ ଜାତୀୟ ପଦାର୍ଥ ରହିଥାଏ। ଯାହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ଋତୁସ୍ରାବରେ ଯନ୍ତ୍ରଣା କମ କରିଥାଏ:
ବିନ୍ସରେ ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ମହିଳାମାନେ ଖାଇଲେ ଋତୁସ୍ରାବ ସମୟରେ ହେଉଥିବା କଷ୍ଟକୁ ଏହା କମ କରିଥାଏ। କାହିଁକିନା ଏଥିରେ ଫ୍ୟାଟ୍ସ ଏବଂ କୋଲଷ୍ଟ୍ରଲ କମ ଥାଏ। ଯାହା ଯନ୍ତ୍ରଣାକୁ ହ୍ରାସ କରିଥାଏ।
ALSO READ: https://purvapaksa.com/benefits-of-black-paper/