ବର୍ତ୍ତମାନ ପ୍ରତ୍ୟକ ଜିନିଷରେ ଲାଗୁଛି ଜିଏସ୍ଟି । ନିକଟରେ ପପକର୍ଣ୍ଣ ଉପରେ ଟିକସ ଲାଗୁ କରିଛି ଜିଏସ୍ଟି ପରିଷଦ । ଏବେ ପ୍ରଶ୍ନ ଆସୁଛି କଣ ପାଣି ଉପରେ ଲାଗିଥାଏ ଟିକସ୍ । ଯଦି ଆଦାୟ କରାଯାଉଛି ତେବେ କେତେ ?

ବାସ୍ତବରେ ସରକାର ପାଣି ଉପରେ ଜିଏସ୍ଟି ଆଦାୟ କରନ୍ତିନି । କିନ୍ତୁ ପ୍ୟାକେଡ୍ ପାଣି ଉପରେ ଜିଏସ୍ଟି ଚାର୍ଜ କରାଯାଏ । ଯାହା ଉଚ୍ଚ ହାଇ ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜିନିଷରେ ଭରପୂର ରହିଛି । ବିରାଟ କୋହଲି, ନୀତା ଅମ୍ବାନୀ, ମଲାଇକା ଆରୋରାଙ୍କ ପରି ବଡ ବଡ ସେଲିବ୍ରିଟିମାନେ ଏହି ମହଙ୍ଗା ପାଣି ପିଅନ୍ତି ।

ବ୍ଲାକ୍ ଓ୍ବାଟରର ୧ ଲିଟର ପାଣି ବୋତଲର ଦାମ୍ ୨୦୦ରୁ ୩୦୦୦ହଜାର ଟଙ୍କା ମଧ୍ୟରେ ହୋଇଥାଏ । ସ୍ପାର୍କଲିଙ୍ଗ ଓ୍ବାଟରର ଦାମ୍ ୧୨୦୦ରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ବଜାରରେ ମିଳୁଥିବା ସାଧାରଣ ପାଣି ବୋତଲର ଦାମ୍ ୧୦ରୁ ୫୦ଟଙ୍କା ମଧ୍ୟରେ ହୋଇଥାଏ । ଏଥିରୁ କୌଣସି ଟ୍ୟାକ୍ସ ଆଦାୟ କରାଯାଇନଥାଏ ।

ଯଦି ୨୦ ଲିଟର ବୋତଲ ହୋଇଥାଏ ତେବେ ଏଥିରେ ୧୨ ପ୍ରତିଶତ ଜିଏସ୍ଟି ଦେବାକୁ ପଡିବ । ଯଦି ଆମେ ବ୍ଲାକ୍ ଓ୍ବାଟର କିମ୍ବା ସ୍ପାର୍କଲିଙ୍ଗ ଓ୍ବାଟର ବିଷୟରେ କଥା ହେବା ତେବେ ଏଥିରେ ୫ ରୁ ୧୮ ପ୍ରତିଶତ ଜିଏସ୍ଟି ଲାଗିଥାଏ ।

Also read https://purvapaksa.com/green-hydrogen-buses-to-roll-out-in-the-state/

