ଦେବଗଡ଼ ଜିଲ୍ଲାର ତିଳେଇବଣିରେ ଘଟିଛି ଅଭାବନୀୟ ଘଟଣା। ଅଜାତିରେ ବାହା ହୋଇଥିବାରୁ ୮୦ ବର୍ଷୀୟା ବୃଦ୍ଧାଙ୍କ ଶବଦାହ କରିବାକୁ ମନା କରିଦେଲେ ସମ୍ପ୍ରଦାୟର ସଦସ୍ୟମାନେ। ଅଭିଯୋଗ ଅନୁଯାୟୀ ବୃଦ୍ଧାଜଣକ ୫୦ ବର୍ଷ ପୂର୍ବେ ନିଜ ଜାତି ବାହାରେ ବିବାହ କରିଥିଲେ ଯାହାର ଦଣ୍ଡ ତାଙ୍କୁ ଶେଷ ସମୟରେ ମଧ୍ୟ ଭୋଗିବାକୁ ପଡ଼ିଲା। ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ଜରାଇକେଲା ଗ୍ରାମରୁ ପିଢ଼ିଗତ ଜାତି ପକ୍ଷପାତର ଏହି ଅଜବ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଅପରାହ୍ନରେ ୮୦ ବର୍ଷୀୟା ବାସନ୍ତୀ ମହାକୁଡ଼ଙ୍କ ମୃତ୍ୟୁ ଘଟିଥିଲା କିନ୍ତୁ ତାଙ୍କ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନେ ତାଙ୍କୁ ଶେଷ ବିଦାୟ ଦେବାକୁ ମଧ୍ୟ ଆସି ନଥିଲେ। ଏକ ସାମାଜିକ ସଂଗଠନ ଶେଷକୃତ୍ୟ କରିବା ପୂର୍ବରୁ ମୃତ ଶରୀର ସେଇଭଳି ଘଣ୍ଟା ଘଣ୍ଟା ଧରି ପଡି ରହିଥିଲା। ବାସନ୍ତୀ ନିଃସନ୍ତାନ ଥିଲେ ଏବଂ ବାର୍ଦ୍ଧକ୍ୟ ଯୋଗୁଁ ଗତ କିଛି ମାସ ଧରି ଶଯ୍ୟାଶାୟୀ ରହିଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା।
ରିପୋର୍ଟ ଅନୁଯାୟୀ, ବାସନ୍ତୀ ଏବଂ ତାଙ୍କ ସ୍ୱାମୀ ଲୋକନାଥ ମହାକୁଡ଼ଙ୍କ କୌଣସି ସନ୍ତାନ ନଥିଲେ ଏବଂ ସେମାନେ ପ୍ରାୟ ୫୦ ବର୍ଷ ପୂର୍ବେ ତାଙ୍କ ଜାତି ବିରୋଧରେ ଯାଇ ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାଛନ୍ଦ ହୋଇ ରହିଥିଲେ। ବାର୍ଦ୍ଧକ୍ୟ ଯୋଗୁଁ ଦମ୍ପତି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଲୋକନାଥ ପ୍ରାୟ ଚାରି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ, ଯାହା ପରେ ବାସନ୍ତୀ ସରକାରଙ୍କ ଗ୍ରାମୀଣ ଗୃହ ଯୋଜନା ଅଧୀନରେ ତାଙ୍କୁ ଦିଆଯାଇଥିବା ଘରେ ଏକା ରହୁଥିଲେ।
ଗତ କିଛି ମାସହେବ ବାସନ୍ତୀ ଶଯ୍ୟାଶାୟୀ ଥିଲେ ଏବଂ ବଞ୍ଚିବା ପାଇଁ ପଡ଼ୋଶୀମାନଙ୍କ ସହାୟତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ମଙ୍ଗଳବାର ଅପରାହ୍ନରେ, ଜଣେ ସ୍ଥାନୀୟ ବାସିନ୍ଦା ଖାଦ୍ୟ ଦେବାକୁ ଆସିଥିବାବେଳେ ତାଙ୍କ ଘରର ଚଟାଣରେ ସେ ନିର୍ଜୀବ ହୋଇ ପଡ଼ିଥିବାର ଦେଖିଥିଲେ। ବାସନ୍ତୀ ମୃତ ବୋଲି ଜାଣିବା ପରେ ସେ ତୁରନ୍ତ ଗାଁ ଲୋକଙ୍କୁ ସତର୍କ କରାଇ ତାଙ୍କ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଜଣାଇଥିଲେ, କିନ୍ତୁ ତାଙ୍କର ଆନ୍ତଃଜାତି ନୟମ ଯୋଗୁଁ ଶବଦାହ ପାଇଁ କେହି ଆଗେଇ ଆସି ନଥିଲେ, ଶବଟି ଦୀର୍ଘ ସମୟ ଧରି ସେଇଭଳି ପଡ଼ି ରହିଥିଲା। ଅନ୍ୟ କୌଣସି ବିକଳ୍ପ ଉପଲବ୍ଧ ନ ଥିବାରୁ, ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ବଳରାମ ଗଡ଼ନାୟକ ହସ୍ତକ୍ଷେପ କରି ସ୍ଥାନୀୟ ସ୍ୱେଚ୍ଛାସେବକ ଅକ୍ଷୟ ସାହୁଙ୍କ ସହ ଯୋଗାଯୋଗ କରିଥିଲେ, ଯିଏ ଶେଷକୃତ୍ୟରେ ସାହାଯ୍ୟ କରିବାକୁ ରାଜି ହୋଇଥିଲେ। ବିପ୍ରଚରଣ ଜୟପୁରିଆ, ପ୍ରସନ୍ନ ଧଳ, ବିନୋଦ ବାରୁଆ, ଟୁନା ବେହେରା, ରମେଶ ନାୟକ, ସଞ୍ଜୟ କିଣ୍ଡୋ ଏବଂ ସିଲଭେଷ୍ଟର ବହଲଙ୍କ ସମେତ ଅନ୍ୟ ସ୍ୱେଚ୍ଛାସେବକମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।
ପରେ, ଭୀମ ସେନାର ଦେବଗଡ଼ ୟୁନିଟ୍ କର୍ମୀ ରିଙ୍କୁ ବେହେରା, ପରମାନନ୍ଦ କୁସୁମ, ବିକାଶ ରଞ୍ଜିତ, ସୁନୀଲ ନାୟକ ଏବଂ କେଦାର ରାଣା ପହଞ୍ଚି ରୀତିନୀତି ଅନୁଯାୟୀ ଶବକୁ ଏକ ଶୋଭାଯାତ୍ରାରେ ଗ୍ରାମ ଶ୍ମଶାନକୁ ନେଇଯିବାରେ ସାହାଯ୍ୟ କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ, ସ୍ୱେଚ୍ଛାସେବକମାନେ ମଙ୍ଗଳବାର ସନ୍ଧ୍ୟାରେ ଶେଷଯାତ୍ରା ଆୟୋଜନ କରିଥିଲେ। ସେମାନେ ନିକଟସ୍ଥ ଏକ ନିର୍ମାଣ ସ୍ଥାନରୁ ମାଟି ଖୋଳିବା ଯନ୍ତ୍ର ମଧ୍ୟ ଉଧାର କରି ଗାଁ ଶ୍ମଶାନରେ ଗତ ଖୋଳିଥିଲେ ଶବକୁ ସମ୍ମାନର ସହିତ ଦାହ କରାଇଥିଲେ।
ଏନେଇ ପୂର୍ବତନ କମିଟି ସଦସ୍ୟ ବଳରାମ ଗଡ଼ନାୟକ କହିଛନ୍ତି, ନିଜ ଜାତି ବାହାରେ ବିବାହ କରିବା ଯୋଗୁଁ ଦମ୍ପତିଙ୍କୁ ଜୀବନସାରା ସାମାଜିକ ବାଛନ୍ଦର ସମ୍ମୁଖୀନ ହେବାକୁ ପଡିଥିଲା। “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେତେବେଳେ ସମ୍ପ୍ରଦାୟ ତାଙ୍କ ପାଖରେ ଠିଆ ହେବା ଉଚିତ ଥିଲା, ସେମାନେ ତାଙ୍କଠାରୁ ମୁହଁ ଫେରାଇ ନେଇଥିଲେ। ମୁଁ ସେହି ସ୍ୱେଚ୍ଛାସେବକମାନଙ୍କୁ କୃତଜ୍ଞତା ଜଣାଇବି ଯେଉଁମାନେ ଏପରି ପକ୍ଷପାତରୁ ଉପରକୁ ଉଠି ତାଙ୍କୁ ତାଙ୍କର ଉପଯୁକ୍ତ ସମ୍ମାନ ଦେଇଥିଲେ”। ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଦେଖାଯାଇଥିବା କରୁଣା ଏବଂ ସାହସର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରଯାଉଥିବା ବେଳେ ଜାତିପ୍ରଥାର ଏହି ଘୁନ୍ୟା ଚିତ୍ରକୁ ନିନ୍ଦା କରଯାଉଛି। ଜାତି ଆଗ ନାଁ ମାନବିକତା ଆଗ ବୋଲି ପ୍ରଶ୍ନ ଉଠୁଛି?
Also read https://purvapaksa.com/soon-5-lakh-small-chit-fund-depositors-will-get-their-money-back/
