ରାଜ୍ୟର ଗ୍ରାମାଞ୍ଚଳରେ ଥିବା ୬୪୧୮ ପରିବାର ଏବେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାପାଇଁ ଅପେକ୍ଷା କରି ରହିଛନ୍ତି । ସରଜମିନ ତଦନ୍ତ କରାଯାଇ ଏହି ଅପେକ୍ଷାରତ ପରିବାରଙ୍କ ମଧ୍ୟରୁ ଯୋଗ୍ୟ ପରିବାରଙ୍କୁ ଗୃହ ମଞ୍ଜୁର କରାଯିବ ।
ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୪-୧୫ ରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୩୭,୪୮,୪୨୭ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଗୃହ ପାଇବାପାଇଁ ୬୪୧୮ ପରିବାର ସ୍ଥାୟୀ ପ୍ରତୀକ୍ଷା ତାଲିକାରେ ଅପେକ୍ଷାକରି ରହିଛନ୍ତି ।
ଅପେକ୍ଷାରତ ଏହି ତାଲିକାରେ ସର୍ବାଧିକ ୧୧୭୬ ପରିବାର ଭଦ୍ରକ ଜିଲ୍ଲାରେ ଥିବାବେଳେ ଗଞ୍ଜାମରେ ଦ୍ୱିତୀୟ ସର୍ବାଧିକ ୬୧୮ ପରିବାର ରହିଛନ୍ତି । ସେହିଭଳି ଗଜପତିରେ ୫୫୨, ରାୟଗଡ଼ାରେ ୪୭୯, ସୋନପୁରରେ ୩୯୪, ନବରଙ୍ଗପୁରରେ ୩୫୨, ମାଲକାନଗିରିରେ ୩୩୩, ବୌଦ୍ଦରେ ୩୦୮, କଳାହାଣ୍ଡିରେ ୨୯୩, ସୁନ୍ଦରଗଡ଼ରେ ୨୫୧, ଝାରସୁଗୁଡ଼ାରେ ୨୨୧ ପରିବାର ଅପେକ୍ଷା ତାଲିକାରେ ରହିଛନ୍ତି । ତେବେ ଅପେକ୍ଷା ତାଲିକାରେ ଅନୁଗୁଳ, ଜଗତ୍ସିଂହପୁର ଜିଲ୍ଲାରୁ ଜଣେ ହେଲେ କେହି ନାହାନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରୁ ବାଦ୍ ଡ଼ିଥିବା ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରିବା ନିମନ୍ତେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ନୂତନ ସର୍ଭେ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସର୍ଭେ ଚୂଡ଼ାନ୍ତ ହେବାପରେ ଯୋଗ୍ୟ ପରିବାରକୁ ପକ୍କା ଗୃହ ଯୋଗାଇ ଦେବାପାଇଁ ସରକାର ବିହିତ ପଦକ୍ଷେ ଗ୍ରହଣ କରିବେ ।
Also readhttps://purvapaksa.com/indias-maritime-prowess-in-puri-24-warships-and-40-aircraft-ready/
