ଆଜି ଆସନ୍ତୁ ଜାଣିବା ଶୀତଋତୁରେ ଆକ୍ରାନ୍ତ ହେଉଥିବା ୬ଟି ଭୟଙ୍କର ରୋଗ ସମ୍ବନ୍ଧରେ
ଶୀତଋତୁ ଆସିବା ପାଇଁ ପ୍ରାୟ ସମସ୍ତେ ଅପେକ୍ଷା କରି ଥାଆନ୍ତି l ଦ୍ରୁତ ଗତିରେ ଥଣ୍ଡା ପଡ଼ିବା ଦ୍ୱାରା ଏହା ଆମ ଶରୀର ଓ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ l ଆଜି ଆମେ ଏହିଭଳି ୬ଟି ସମସ୍ୟା ବିଷୟରେ କହିବୁ ଯାହା ଆପଣଙ୍କୁ ଶୀତଋତୁରେ ବିଶେଷ ଭାବରେ ଦେଖା ଦେଇଥାଏ l
ହାଇ ବ୍ଲଡ଼ ସୁଗାର
ଶୀତଋତୁରେ ଉଚ ରକ୍ତଚାପ ରୋଗୀମାନଙ୍କ ପାଇଁ ବିଶେଷ ଭାବରେ କଷ୍ଟ ଦାୟକ l ଏହି ଋତୁରେ ଅଧିକ ଥଣ୍ଡା ହେବା କାରଣରୁ କାର୍ତ୍ତିସୋଲ ଭଳି ଷ୍ଟ୍ରେସ ହର୍ମୋନ ରିଲିଜ ହୋଇଥାଏ l ଏହା ଇନସୁଲିନ ପ୍ରତିରୋଧରେ ଯୋଗଦାନ ଦେଇପାରେ l ମଧୁମେହ ରୋଗୀଙ୍କୁ ଅତି କମରେ ଥରଟିଏ ରକ୍ତ ଶର୍କରା ଯାଞ୍ଚ କରିବା ଆବଶ୍ୟକ l
ମାଇଗ୍ରେନ
ଭିଟାମିନ ଡି କାରଣରୁ ଏହି ସମସ୍ୟା ଦେଖିବାକୁ ମିଳିଥାଏ l ଶୀତଋତୁରେ ଆମେ କମ୍ ପାଣି ପିଇଥାଉ, ଯେଉଁ କାରଣରୁ ଡି ହାଇଡ୍ରେସନ ସମସ୍ୟା ଦେଖା ଦେଇଥାଏ l ତେଣୁ ଏହା ମାଇଗ୍ରେନ ର ଗୋଟିଏ କାରଣ ଅଟେ l
ଆର୍ଥାରଇଟିସ
ଶୀତଋତୁରେ ବିଶେଷ ଭାବରେ ସମସ୍ତଙ୍କର ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଯାଇଥାଏ l ଅର୍ଥାରଇଟିସ ରୋଗୀମାନଙ୍କ ନିକଟରେ ଅଧିକ ଅସୁବିଧା ଦେଖା ଦେଇଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଅସୁବିଧା ଆପଣଙ୍କୁ ଥଣ୍ଡା କାରଣରୁ ହୋଇ ନଥାଏ l ଏହା ବେରୋମେଟ୍ରିକ ପ୍ରେସର କାରଣରୁ ହୋଇଥାଏ l
ଆଜମା
ଶୀତଋତୁରେ ଥଣ୍ଡା ଓ କାଶ ଦେଖାଯିବ ଏକ ସାଧାରଣ ସମସ୍ୟା l ଏହି ଋତୁରେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖା ଦେଇଥାଏ l ଗବେଷକମାନେ କହିଛନ୍ତି ଯେ ଏହି ଋତୁରେ ଧୂଳି, ଜୀବଜନ୍ତୁମାନଙ୍କ ନିକଟରୁ ବିଭିନ୍ନ ଫଙ୍ଗସ ଦେଖା ଦେଇଥାଏ ଯାହା ଶ୍ୱାସନଳୀକୁ ଯାଇ ଅସୁବିଧା ହୋଇଥାଏ l
ଚର୍ବି ବୃଦ୍ଧି
ଶରୀରରେ ଥିବା ହ୍ୱାଇଟ ଫ୍ୟାଟକୁ ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ ବୋଲି କୁହାଯାଏ l କିନ୍ତୁ ଶରୀରରେ ଗୋଟିଏ ବ୍ରାଉନ ଫ୍ୟାଟ ମଧ୍ୟ ଥାଏ ଏହି ଫ୍ୟାଟ ଶୀତଋତୁରେ ଆପଣଙ୍କ କ୍ୟାଲୋରୀକୁ ବର୍ନ କରି ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ l ତେଣୁ ଗବେଷକ ମାନେ କହିଛନ୍ତି ବ୍ୟାୟାମ କରି ବ୍ରାଉନ ଫ୍ୟାଟ ବଢ଼ାଯାଇ ପାରିବ l
ଡ୍ରାଏ ସ୍କିନ
ଶୀତଋତୁରେ ଡ୍ରାଏ ସ୍କିନ ଓ ଓଠ ଫାଟିବା ପ୍ରାୟ ଦେଖିବାକୁ ପାଇଥାଉ । ଏହା ବିଶେଷ ଭାବରେ ଶରୀରରେ ଜଳୀୟ ଅଂଶ କମିବା କାରଣରୁ ହୋଇଥାଏ । ସେଥିପାଇଁ ଆମକୁ ଶୀତଋତୁରେ ଅଧିକ ପାଣି ପିଇବା ଦରକାର
You Can Also Read :-https://purvapaksa.com/todays-wise-words-the-of-acharya-chanakya/

