- ସବୁ ଜିଲ୍ଲାରେ ଖୋଲିବ ମେଡ଼ିକାଲ କଲେଜ
- ପ୍ରଥମେ ଖୋଲିବ ଭଦ୍ରକରେ
ରାଜ୍ୟବାସୀଙ୍କୁ ସୁବିଧାରେ ଓ ନିରପଦ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ସବୁ ଜିଲ୍ଲାରେ ଖୋଲିବ ମେଡ଼କାଲ କଲେଜ । ଖୁବ ଶୀଘ୍ର ନିଯୁକ୍ତି ହେବେ ୫ ହଜାର ଡାକ୍ତର । ୩ହଜାର ପାରା ମେଡିକାଲ ଷ୍ଟାଫ । ଏ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ ଘୋଷଣା । ସେ କହିଛନ୍ତି ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି। ଖୁବ ଶୀଘ୍ର ୫ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର ।
ଏଥିପାଇଁ ପ୍ରକ୍ରିୟା ଚାଲିଛି । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ୨୦୧୪ ପରଠୁ ଯେତେସବୁ ଶହେ ବେଡ୍ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି ସେଥିପାଇଁ ୨୫୦ରୁ ୩୦୦ କୋଟି ଖର୍ଚ୍ଚ ହେଉଛି । ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବା ନେଇ ଗୃହରେ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ବର୍ତ୍ତମାନ ଓଡ଼ିଶାରେ ୧୧ଟି ସରକାରୀ ମେଡିକାଲ କଲେଜ, ୩ଟି ଘରୋଇ ମେଡିକାଲ କଲେଜ ଓ ୨ଟି ଡିମ୍ଡ ବିଶ୍ୱବିଦ୍ୟାଳୟ ସମେତ ଏମ୍ ବିବିଏସ୍ ପାଠ୍ୟକ୍ରମ ପ୍ରଦାନ କରୁଥିବା ୧୬ଟି ମେଡିକାଲ କଲେଜ ରହିଛି। ସରକାରୀ ମେଡିକାଲ କଲେଜରେ ୧୫୫୦ ସିଟ୍ ଥିବାବେଳେ ୩ ଘରୋଇ ମେଡିକାଲ କଲେଜରେ ୩୫୦ ସିଟ୍ ରହିଛି। ସେହିପରି ଡିମ୍ଡ ବିଶ୍ୱବିଦ୍ୟାଳୟରେ ୫୦୦ ସିଟ୍ ରହିଛି। ଓଡ଼ିଶାର କେତେକ ଶ୍ରେଷ୍ଠ ସରକାରୀ ମେଡିକାଲ କଲେଜ ଗୁଡ଼ିକ ହେଲା କଟକ ଏସସିବି ମେଡିକାଲ କଲେଜ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ, ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ। ସେହିପରି ଓଡ଼ିଶାର କେତେକ ଘରୋଇ ମେଡିକାଲ କଲେଜ ମଧ୍ୟରେ ରହିଛି ଭୁବନେଶ୍ୱର ପାଣ୍ଡରାରେ ହାଇଟେକ୍ ମେଡିକାଲ କଲେଜ, ଭୁବନେଶ୍ୱର କଳିଙ୍ଗନଗର ଘାଟିକିଆରେ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ, ଭୁବନେଶ୍ୱର ପଟିଆରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ।
previous article: https://purvapaksa.com/sujeet-kumar-bjp-candidate-for-rajya-sabha/


