CM Mohan Majhi:ରାଜ୍ୟ ରାଜନୀତିରେ ଏମିତି ୫ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଥିବା ଏହି ବ୍ୟକ୍ତିମାନେ ଉଭୟ ସରକାର ଓ ବିରୋଧୀ ଦଳ ପାଇଁ ରାଜନୀତିକ ସୂତ୍ରଧର ସାଜିଛନ୍ତି। ଏମାନଙ୍କ ବାବଦରେ କୌଣସି ବି ନିଷ୍ପତ୍ତି ନେବାକୁ ହେଲେ ବିରୋଧୀ ଦଳର ନେତାଙ୍କୁ ରାଜନୀତିକ ଖେଳ ଖେଳିବାକୁ ସୁଯୋଗ ଦେବ।
ଆଜିର ଦିନଟି ଉଭୟ ପରିବେଶ ଓ ପରିପୂରକ ଜୀବନଶୈଳୀ ପାଇଁ ଏକ ବିଶେଷ ଦିନ। ଗୋଟିଏ ପଟେ ଘରଚଟିଆ ଭଳି ଏକ କ୍ଷୁଦ୍ରପ୍ରାଣୀ ପାଇଁ ଦିନଟିକୁ ଆଜି ବିଶ୍ୱ ଘରଚଟିଆ ଦିବସଭାବେ ଉତ୍ସର୍ଗ କରିଯାଇଛି ଆଉ ଗୋଟିଏ ପଟେ ଆମେ ସୁସ୍ଥ, ନିରାଡ଼ାମ୍ବର ଜୀବନଶୈଳୀକୁ ଆଗକୁ ନେବା ପାଇଁ ପଖାଳ କଂସାକୁ ଫେରିବାକୁ ପ୍ରୟାସ କରୁଛୁ।
ରାଜ୍ୟ ରାଜନୀତିରେ ଏମିତି ୫ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଥିବା ଏହି ବ୍ୟକ୍ତିମାନେ ଉଭୟ ସରକାର ଓ ବିରୋଧୀ ଦଳ ପାଇଁ ରାଜନୀତିକ ସୂତ୍ରଧର ସାଜିଛନ୍ତି। ଏମାନଙ୍କ ବାବଦରେ କୌଣସି ବି ନିଷ୍ପତ୍ତି ନେବାକୁ ହେଲେ ବିରୋଧୀ ଦଳର ନେତାଙ୍କୁ ରାଜନୀତିକ ଖେଳ ଖେଳିବାକୁ ସୁଯୋଗ ଦେବ।
ତାଲିକାର ଶୀର୍ଷରେ ରହିଛନ୍ତି ରବୀନ୍ଦ୍ର ପାଲ ଓରଫ ଦାରା ସିଂ। ଉତ୍ତରପ୍ରଦେଶର ଔରେୟା ଅଞ୍ଚଳର ବାସିନ୍ଦା। ଏବେ ତାଙ୍କୁ ୬୧ ବର୍ଷ, ଆଉ ସେ ଗଲା ୨୪ ବର୍ଷ ୧୧ ମାସ ହେଲା କେନ୍ଦୁଝର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି।
ଓଡ଼ିଶା ଯେତେବେଳେ ରାଜନୀତିକ ଅଚଳାବସ୍ଥା ଭିତର ଦେଇ ଗତି କରୁଥିଲା ସେତେବେଳେ କଂଗ୍ରେସ ସରକାର ସମୟରେ କେନ୍ଦୁଝର ଜିଲ୍ଲାର ମନୋହରପୁରଠାରେ ଦାରା ସିଂହ ଏକ ବିଦେଶୀ ଖ୍ରୀଷ୍ଟିଆନ୍ ପରିବାର ଉପରେ ଆକ୍ରମଣ କରିଥିଲା। ଖ୍ରୀଷ୍ଟିଆନ୍ ପାଦ୍ରୀ ଗ୍ରାହାମ ଷ୍ଟେନ୍ସ ସେ ଅଞ୍ଚଳରେ ଅବୈଧ ଧର୍ମାନ୍ତରଣର ମୁଖ୍ୟ କାର୍ପଟଦାର ବୋଲି ଦାରାଙ୍କ ଗୋଷ୍ଠୀ ସେତେବେଳେ ଅଭିଯୋଗ କରିଥିଲେ ଆଉ ଆକ୍ରମଣ କରିଥିଲେ। ଏହି ସମୟରେ ଗ୍ରାହାମଙ୍କ ସମେତ ତାଙ୍କର ଦୁଇ ପୁତ୍ରଙ୍କର ମୃତ୍ୟୁ ହୋଇଥିଲା।
୨୨ଜାନୁୟାରୀ, ୧୯୯୯ ମସିହା କାଳରାତ୍ରୀର ଏହି ଘଟଣା ସେତେବେଳେ ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହୋଇଥିଲା। ଆଜି ମଧ୍ୟ ସେ ଘଟଣା ମନେପଡ଼ିଲେ ରୋମ ଟାଙ୍କୁଡ଼ି ଉଠେ।
ଏ ଭିତରେ ୨୪ ବର୍ଷରୁ ଅଧିକ ସମୟ ବିତିଛି। ଏହି ସମୟ ଭିତରେ ଦାରା ଥରେ ବି ପାରୋଲରେ ଜେଲ ବାହାରକୁ ଆସି ନାହିଁ। ଏପରିକି ମା’ର ମୃତ୍ୟୁରେ ମଧ୍ୟ ଶ୍ରାଦ୍ଧ ପାଇଁ ଜେଲ ବାହାରକୁ ବାହାରି ନାହିଁ ଦାରା।
ହେଲେ ଏବେ ସୁପ୍ରିମକୋର୍ଟଙ୍କ ପାଖରେ ମୁକ୍ତି ପାଇଁ ଆବେଦନ କରିଛି ଦାରା। ସୁପ୍ରିମକୋର୍ଟ ଏହାର ଶୁଣାଣିବେଳେ ରାଜ୍ୟ ସରକାରଙ୍କୁ ୬ ସପ୍ତାହ ମଧ୍ୟରେ ମତ ଦେବାକୁ କହିଛନ୍ତି। ରାଜ୍ୟ ସରକାରଙ୍କ ମତ ଉପରେ ହିଁ ଦାରାର ମୁକ୍ତି ନିର୍ଭର କରୁଛି।
ଆରଏସ୍ଏସ୍ର ଛାମୁଆ ସଂଗଠନଭାବେ ପରିଚିତ ବଜରଙ୍ଗ ଦଳର ତତ୍କାଳୀନ ସଦସ୍ୟଙ୍କ ମୁକ୍ତି ପାଇଁ ଏବେକାର ବିଜେପି ସରକାର କି ନିଷ୍ପତ୍ତି ନେବେ ତାହା ଉପରେ ବିଶ୍ୱବାସୀଙ୍କ ନଜର।
ଅର୍ଥାତ୍ ମୋହନଙ୍କ ଉପରେ ଏକ ଖଣ୍ଡା ସଦୃଶ ଉତ୍ତର ପ୍ରଦେଶର ଦାରାର ମୁକ୍ତ ପ୍ରସଙ୍ଗ ଝୁଲୁଛି। କେମିତି ଏହି ଖଣ୍ଡାକୁ ମୋହନ ନିୟନ୍ତ୍ରଣ କରିବେ ତାହା ମେ’ ମାସ ୫ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଜଣାପଡ଼ିବ।
ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ସେଇ କେନ୍ଦୁଝରର, ଯେଉଁଠୁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି ଆଉ ଦାରା ଅଘଟଣ ଭିଆଇ ଥିଲା। ସେ ହେଲେ ରାଜା ଚକ୍ର, ଜଣେ ଖଣିଜ ପରିବହନକାରୀ ବ୍ୟବସାୟୀ।
ତତ୍କାଳୀନ ବିଜେଡି ସରକାରର ରାଜନୀତିକ କ୍ଷମତା ଉପଭୋଗ କରି ବେଆଇନ କାରବାରର କାର୍ପଟଦାର ଥିବା ଅଭିଯୋଗ ହୋଇଛି। ଏପରିକି ରାଜା ତତ୍କାଳୀନ କେନ୍ଦୁଝର ବିଧାୟକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ହତ୍ୟା ଷଡ଼କ୍ଷନ୍ତ୍ର କରିଥିଲେ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଅନେକ ଥର କହିଛନ୍ତି।
କ୍ରାଇମ ବ୍ରାଞ୍ଚ ଏବେ ରାଜା ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତତ୍କାଳୀନ ବିଜେଡି ସରକାର ସମୟରେ କିଛି ଅଧିକାରୀ, ଜିଲ୍ଲାପାଳ, ଏସପି ଓ ରାଜନେତାଙ୍କ ପ୍ରରୋଚନାରେ ରାଜା ଏକ ମାଫିଆ ସାମ୍ରାଜ୍ୟ ଚଳାଉଥିବା ଅଭିଯୋଗ ହୁଏ। ଗତ ୧୩ ତାରିଖରେ ତାଙ୍କୁ ଗିରଫ କରାଯାଇଛି। ୫ ଦିନିଆ ରିମାଣ୍ଡରେ ରଖି ତାଙ୍କୁ ପଚରା ଉଚୁରା କରାଯାଉଛି।
କୁହାଯାଏ ରାଜା ତତ୍କାଳୀନ ବିଜେଡି ସରକାରର ଏକ ଚେସ୍ ଘୋଡ଼ା ବା ନାଇଟ୍ ଭଳି ଥିଲେ। ତାଙ୍କୁ ଚଳାଉଥିଲେ ସେତେବେଳର ହର୍ତ୍ତାକର୍ତ୍ତା ଭିକେ ପାଣ୍ଡିଆନ୍।
ଆଉ ଆଜି ପାଣ୍ଡିଆନ୍ ମୋହନ ସରକାରଙ୍କ ଲାଗି ଆଉ ଏକ ଆହ୍ୱାନ। ଏ ସରକାରରେ ତୃତୀୟ ବ୍ୟକ୍ତିଭାବେ ମୋହନଙ୍କ ପ୍ରତିଚ୍ଛବି ଓ ରାଜନୀତିକ ପଶାପାଲିରେ ମୋଡ଼ ପରିବର୍ତ୍ତନକାରୀ ଚେହେରା ଭାବେ ତାଙ୍କର ଆବିର୍ଭାବ ହୋଇଛି।
ଏହା ସତ୍ୟ ଯେ, ପାଣ୍ଡିଆନ୍ଙ୍କୁ ଗୋଟି କରି ବିଜେପି ଓଡ଼ିଶାରେ ନବୀନଙ୍କ ବିରୋଧୀ ମତକୁ ନିଜମୁହାଁ କରିପାରିଥିଲା। ସେଇ ପାଣ୍ତିଆନ୍ଙ୍କ ଯୋଗୁ ଅନେକ ଅନାମଧେୟ ବିଜେପି ନେତା ବିଧାନସଭାକୁ ଆସିପାରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ଆଜି ସେଇ ପାଣ୍ଡିଆନ୍ ପୁଣି ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ୍କୁ ଫେରିବା ପାଇଁ ଚର୍ଚ୍ଚା ହେଉଛି।
ଶ୍ରୀ ପାଣ୍ଡିଆନ୍ ଅକ୍ଟୋବର ୨୦୨୩ରେ କିଛି ବିଜେପି ନେତାଙ୍କ ଆହ୍ୱାନରେ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ। ନବୀନ ପଟ୍ଟନାୟକଙ୍କ ସବୁଠାରୁ ନିକଟତମ ବ୍ୟକ୍ତି ଭାବେ ପରିଚିତ ପାଣ୍ଡିଆନ୍ ବିଜେଡିର ଟିକଟ ବଣ୍ଟାଠୁ ପ୍ରଚାର ଯାଏ ସବୁ ଦାୟିତ୍ୱ ନିଜେ ରଖିଥିଲେ। କିନ୍ତୁ ଦଳ ହାରିଗଲା ପରେ ରାଜନୀତିକ ଆକାଶରେ ନିଷ୍ପ୍ରଭ ହୋଇଥିବା ପାଣ୍ଡିଆନ୍ ପୁଣିଥରେ ଆଇଏଏସ୍କୁ ଫେରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏପରି ଆଲୋଚନାକୁ ତାଙ୍କୁ ଜାଣିଥିବା ଲୋକମାନେ ଖଣ୍ଡନ କରିଛନ୍ତି।
ଏଥିଲାଗି ସେ ପୂର୍ବରୁ ଆଇଏଏସ୍ ଚାକିରି ଛାଡ଼ି ରାଜନୀତକୁ ଯାଇ ପୁଣି ଚାକିରିକୁ ଫେରିଥିବା ଉଦାହରଣ ଦେଇ ସରକାରଙ୍କୁ ନିବେଦନ କରିଥିବା ଆଲୋଚନା ହେଉଛି।
ହେଲେ ସେ କେଉଁ କ୍ୟାଡରକୁ ଆସିବେ- ଓଡ଼ିଶା ନା ପୂର୍ବ କ୍ୟାଡର ପଞ୍ଜାବ। ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜି ଥିବାରୁ ନିଷ୍ପତ୍ତି ବିଳମ୍ବ ହେଉଛି। ଯେହେତୁ ମୂଳ କ୍ୟାଡର ପଞ୍ଜାବରୁ ସେ ଓଡ଼ିଶାକୁ ବଦଳି ହୋଇଥିଲେ ଏବଂ ଏଠାରେ ସେ ଏକଦା ସର୍ବେସର୍ବା ଥିଲେ। ପୁଣି ଓଡ଼ିଶାରେ ନିଯୁକ୍ତି ହେଲେ ତାଙ୍କ ବିରୋଧି ଅଫିସରମାନେ ତାଙ୍କୁ କିପରି ବ୍ୟବହାର କରିବେ ତାହା ଚିନ୍ତାର କାରଣ ହୋଇଛି। ଏଣୁ ରାଜ୍ୟ ସରକାର କେମିତି ଏହାକୁ ମୁକାବିଲା କରିବେ ତାହା ଏକ ପ୍ରଶ୍ନବାଚୀ ହୋଇଛି।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବିଜେପିର କାର୍ପଟଦାର ସାଜିଥିବା ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସହିତ ପାଣ୍ଡିଆନ୍ଙ୍କର ସୁସମ୍ପର୍କ ରହିଛି। ତେଣୁ ଆଇଏଏସ୍କୁ ତାଙ୍କର ଫେରିବା କୌଣସି ବାଧା ରହିବ ନାହିଁ ବୋଲି କୁହାଯାଉଛି। ତେଣୁ ଇତିମଧ୍ୟରେ ସେ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇସାରିଛି।
ଅନେକ ରାଜନୀତିକ ଆହ୍ୱାନ ଭିତରେ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରିତ କରିପାରୁନଥିବା ମୋହନଙ୍କ ଉପରେ ଆଉ ଏକ ଚାପ ପଡ଼ିଛି। ଏହି ଚାପ ହେଲା ନବୀନଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିବା ନବ ଦାସଙ୍କ ହତ୍ୟାକାଣ୍ଡ ଫାଇଲ। କ୍ରା
ଇମ୍ ବ୍ରାଞ୍ଚ ଏହି ମାମଲାର ପୁନଃ ତଦନ୍ତ କରୁଛି। କିନ୍ତୁ ଏଥିରେ ସନ୍ଦେହ ପ୍ରକାଶ କରି ସିବିଆଇକୁ ମାମଲା ଦେବା ଲାଗି ନିବେଦନ କରିଛନ୍ତି ନବଙ୍କ ପରିବାର। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ନିବେଦନ କରିଛନ୍ତି ନବଙ୍କ ପତ୍ନୀ, ଝିଅ ଏବଂ ପୁଅ। ମୁଖ୍ୟମନ୍ତ୍ରୀ ବି ଆଶ୍ୱାସନା ଦେଇଛନ୍ତି।
ପୂର୍ବରୁ ଯଦିଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀଦଳର ମୁଖ୍ୟ ସଚେତକ ଥିବାବେଳେ ସିବିଆଇ ତଦନ୍ତ ଦାବି କରୁଥିଲେ କିନ୍ତୁ ବିଜେଡି ସରକାର ଏହି ମାମଲାକୁ ନିଜ ହାତରୁ ଯିବାକୁ ଦେଇନଥିଲେ।
ଏବେ ଖୋଦ୍ ବିଜେପିର ସରକାର ଚାଲିଛି। ଯଦି ସିବିଆଇକୁ ମାମଲା ହସ୍ତାନ୍ତର ହେବ ତାହା ପୁଲିସ ବାହିନୀ ଉପରେ ଭରସା ତୁଟିବାର ପ୍ରଥମ ଉଦାହରଣ ହେବ। ଏଭଳି କ୍ଷେତ୍ରରେ କି ନିଷ୍ପତ୍ତି ନେବେ ମୋହନ ସରକାର।
ପଞ୍ଚମ ଏବଂ ଏସବୁ ବ୍ୟକ୍ତିଙ୍କଠାରୁ ଭିନ୍ନ ମୁଣ୍ଡବିନ୍ଧା ହେଉଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର। ରାଜ୍ୟର ଜଣେ ଟାଣୁଆ ବିଜେପି ନେତା ଜୟନାରାୟଣ। ନିଜ ଦମରେ ସେ ନିର୍ବାଚନ ଲଢ଼ି ଜିତିଛନ୍ତି। ହେଲେ ଦଳରେ କୋଣଠେସା ହୋଇଛନ୍ତି ବୋଲି ସେ ନିଜେ ଅଭିଯୋଗ କରିଛନ୍ତି। ଯୋଗ୍ୟତା ଅନୁସାରେ ମୁଖ୍ୟମନ୍ତ୍ରୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ସେ ଥିଲେ। କିନ୍ତୁ ତାଙ୍କୁ ମନ୍ତ୍ରୀ ପଦଟିଏ ବି ମିଳିଲା ନାହିଁ।
ଏ ବିଷୟ ଯେତେବେଳେ ଚର୍ଚ୍ଚା ହୁଏ ଜୟ ନାରାୟଣଙ୍କ ବିବାଦୀୟ ବୟାନଟିଏ ସାମ୍ନାକୁ ଆସେ। ନିକଟରେ ତାଙ୍କୁ କେନ୍ଦ୍ର କରି ବିଧାନସଭାରେ ବିଶୃଙ୍ଖଳା ସାରାଦେଶ ଦେଖିଲା। ବିଧାନସଭାରେ ହାତାହାତି ହେଲେ ବିଧାୟକ। ମାମଲା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନଥିବାରୁ ବିରୋଧୀ ଦଳ ଲଣ୍ଠନ ଲଗେଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ।
ଏବେ ଅବଶ୍ୟ ସେ ବିବାଦ ଆଉ ନାହିଁ। କିନ୍ତୁ ବିଷୟର କାରକ ଜୟନାରାୟଣଙ୍କ ଲଗାମ ବିହୀନ ମୁହଁରୁ କ’ଣ କେତେବେଳେ ବାହାରିବ ତାହା କାହାକୁ ଜଣାନାହିଁ। ଏଣୁ ତାଙ୍କୁ କିପରି ନିୟନ୍ତ୍ରଣ କରାଯିବ ସେ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି ମୋହନ।
Also readhttps://purvapaksa.com/is-pandian-coming-back/
