ପଶ୍ଚିମବଙ୍ଗରେ ଏସାଇଆର(SIR) ପାଇଁ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛି ତୃଣମୂଳ କଂଗ୍ରେସ । ଟିଏମସି ଅଭିଯୋଗ କରିଛି ଯେ ସିଇସି(CEC)ଙ୍କ ହାତରେ ରକ୍ତଛିଟା ଲାଗିଛି । ଟିଏମସିର ରାଜ୍ୟସଭା ସାଂସଦ ନେତା ଡେରେକ୍ ଓ’ବ୍ରିଏନଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କ (ECI)ଦଳକୁ ଭେଟି ଅଭିଯୋଗ କରିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଏସାଇଆର (SIR) ପାଇଁ ୪୦ ଜଣଙ୍କ ମୃତ୍ୟୁ ହୋଇଛି । କଟାକ୍ଷ କରି ଟିଏମସି କହିଛି ଯେ ନିର୍ବାଚନ ପ୍ୟାନେଲ ମୁଖ୍ୟଙ୍କ ହାତରେ “ରକ୍ତଛିଟା ଲାଗିଛି” । ଟିଏମସିର ଏହି ପ୍ରତିନିଧିମଣ୍ଡଳୀରେ ଲୋକସଭା ସାଂସଦ ମହୁଆ ମୋଇତ୍ର, ଶତାବ୍ଦୀ ରାୟ, କଲ୍ୟାଣ ବାନାର୍ଜୀ, ପ୍ରତିମା ମଣ୍ଡଳ, ସାଜଦା ଅହମ୍ମଦ ଏବଂ ରାଜ୍ୟସଭା ସାଂସଦ ଡୋଲା ସେନ୍, ମମତା ଠାକୁର, ସାକେତ ଗୋଖଲେ ଏବଂ ପ୍ରକାଶ ଚିକ୍ ବାରିକ ଥିଲେ । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହ ବୈଠକ ପରେ ଶ୍ରୀ ଓ’ବ୍ରିଏନ କହିଛନ୍ତି ଯେ ଦଳ ପାଞ୍ଚଟି ପ୍ରଶ୍ନ ଉଠାଇଛି, କିନ୍ତୁ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର କୌଣସି ଉତ୍ତର ଦେଇ ନାହାଁନ୍ତି । ସାଂସଦ ମହୁଆ ମୋଇତ୍ର କହିଛନ୍ତି ଯେ ଆମେ ସିଇସିଙ୍କୁ ଏସାଇଆର ପାଇଁ ମୃତ୍ୟୁ ହୋଇଥିବା ୪୦ଜଣଙ୍କର ତାଲିକା ଦେଇଥିଲୁ, ଆୟୋଗ ଏହାକୁ କେବଳ ଅଭିଯୋଗ ବୋଲି ଖାରଜ କରିଛନ୍ତି ।
ALSO READ https://purvapaksa.com/elon-musk-dislikes-us-governments-move-against-visa/


