ଓକିଲ ମହିଳାଙ୍କୁ ଛୁରୀ , ବେଲ୍ଟରେ ଆକ୍ରମଣ | ନିଜର ଦୁର୍ବ୍ୟବହାର ପାଇଁ ଦିନକ ପରେ ୪ ନାବାଳକଙ୍କୁ ବାନ୍ଧିଲା ପୋଲିସ | ମଣିପୁରର ମହିଳାଙ୍କ ଉପରେ କିଛିସ୍କୁଲ ପିଲା ମରଣାନ୍ତକ ଅସ୍ତ୍ର ନେଇ ଆକ୍ରମଣ କରିଥିବା ହୋଇଛି ଅଭିଯୋଗ | ସେ ଓ ତାଙ୍କ ବନ୍ଧୁ ଦିଲ୍ଲୀର ସାକେତ କୋର୍ଟ କମ୍ପ୍ଲେକ୍ସ ନିକଟବର୍ତ୍ତୀ ଏକ ପାର୍କରେ ବୁଲିବାକୁ ଯାଉଥିବା ସମୟରେ ଆକ୍ରମଣ ସହ ଜାତିଗତ ଦୁର୍ବ୍ୟବହାର କରାଯାଇଥିଲା | ଯାହାର ଅଭିଯୋଗ କ୍ରମେ ଜଣେ ୭ମ ଶ୍ରେଣୀ ଛାତ୍ର ସମେତ ଚାରି ଜଣ ନାବାଳକଙ୍କୁ ଅଟକ ରଖିଛି ପୋଲିସ ।
ଡେପୁଟି କମିଶନର ଅନନ୍ତ ମିତ୍ତଲ କହିଛନ୍ତି ଯେ, ମହିଳା ଜଣକ ପେଶାରେ ଜଣେ ଓକିଲ | ରବିବାର ସନ୍ଧ୍ୟାରେ ପାର୍କରେ ସେ ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଆସିଥିଲେ। ଦୁଇଜଣ ଚାଲିବା ସମୟରେ ଚାରି ପିଲା ତାଙ୍କୁ ଖରାପ ନଜରରେ ଦେଖିଥିଲେ | ସେମାନେ ଚାରି ଜଣ ପୁଅଙ୍କୁ ସେମାନଙ୍କ ପ୍ରତି ନଜର ପକାଇବାରୁ ବିରୋଧ କରିଥିଲେ । ଏହା ପରେ ପୁଅମାନେ ଅଶ୍ଳୀଳ ମନ୍ତବ୍ୟ ଦେବାସହ ଖରାପ ଇଙ୍ଗିତ କରିଥିଲେ | ଏହାର ପ୍ରତିବାଦ କରିବା ସମୟରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ । ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ପ୍ରତିବାଦ କରିବା ସମୟରେ ଅଭିଯୁକ୍ତ ମହିଳାଙ୍କୁ ତାଙ୍କ ବେଲ୍ଟରେ ଆକ୍ରମଣ କରିଥିଲେ।”
ପୋଲିସକୁ ଦେଇଥିବା ଏକ ବୟାନରେ ମଣିପୁର ମହିଳା କହିଛନ୍ତି, “ଫଟୋ ଉଠାଇବା ସମୟରେ ପ୍ରାୟ ଛଅ-ସାତ ଜଣ ପୁଅ ଆମକୁ ଚିଡ଼ାଇବା ଆରମ୍ଭ କରିଥିଲେ ଏବଂ ଆପତ୍ତିଜନକ ଗାଳି ଦେଇଥିଲେ । ଆମେ ବିରୋଧ କରିଥିଲୁ। ତା’ପରେ ସେମାନେ ଆକ୍ରମଣାତ୍ମକ ହୋଇଗଲେ ଏବଂ ଆମକୁ ବେଶ୍ୟା ବୋଲି କହି ଲୋକଲୋଚନାରେ ଗାଳିଗୁଲଜ କଲେ | ତାଙ୍କୁ ଶାରୀରିକ ଆକ୍ରମଣ କରି ଜଣେ ମୋ ମୁହଁରେ ମୁଥ ମାରିଲେ ଏବଂ ଆମେ ଦୌଡ଼ି ପଳାଇବାକୁ ଚେଷ୍ଟା କଲୁ | ସେତେବେଳେ ସେମାନେ ଏକ ଛୁରୀ ନେଇ ମୋତେ ଛୁରି ମାରିବାକୁ ଚେଷ୍ଟା କଲେ। ‘ଏହା ହତ୍ୟା ଉଦ୍ୟମ’| ସେ ଆହୁରି କହିଛନ୍ତି ‘ଖସିଯିବାକୁ ଚେଷ୍ଟା କରିବା ସମୟରେ ସେ ପଡ଼ିଗଲେ, ତା’ପରେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ତାଙ୍କ ମୁଣ୍ଡ ପଛ ପଟେ ଲୁହା ଜଡିତ ବେଲ୍ଟରେ ଆଘାତ କଲେ। ମୋର ଡାହାଣ କାନରୁ ପ୍ରଚୁର ରକ୍ତ ବାହାରିବାକୁ ଲାଗିଲା। ଆମେ ସେମାନଙ୍କୁ ଆଉ ଆମକୁ ନ ପିଟିବାକୁ ଅନୁରୋଧ କରୁଥିଲୁ |’ ତେବେ ଘଟଣା ପରେ ମହିଳାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା।
ଡିସିପି ମିତ୍ତଲ କହିଛନ୍ତି, “ପୁଲିସକୁ ସୂଚନା ମିଳିବା ମାତ୍ରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ ଏବଂ ବିଳମ୍ବିତ ରାତିରେ ଜଣେ ନାବାଳକଙ୍କୁ ଅଟକ ମଧ୍ୟ ରଖାଯାଇଥିଲା । ସୋମବାର ବାକି ତିନି ଜଣଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ, ଅଭିଯୁକ୍ତମାନେ ଘଟଣାରେ ସେମାନଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ। ପୋଲିସ ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ବେଲ୍ଟ ମଧ୍ୟ ଜବତ କରିଛି। ଅଟକ ଥିବା ସମସ୍ତ ପୁଅଙ୍କ ବୟସ 15 ରୁ 16 ବର୍ଷ ମଧ୍ୟରେ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୧୨ବର୍ଷୀୟ ଯୁବକ ମଧ୍ୟ ରହିଛି |
ଏହି ଘଟଣାକୁ ବ୍ୟାପକ ସମାଲୋଚନା ଚାଲିଛି
ମହିଳାଙ୍କ ଭଉଣୀ ଗଣମାଧ୍ୟମ ବିବୃତ୍ତିରେ କହିଛନ୍ତି ଯେ ‘ଘଟଣାଟି ଅନ୍ତର୍ଜାତୀୟ ମହିଳା ଦିବସରେ ଘଟିଥିଲା | ତେବେ ସେଠାରେ ମହଜୁଦ ଥିବା ଲୋକ କଁ ପାଇଁ ସବୁ ଚୁପ ଚାପି ଦେଖି ଠିଆ ହୋଇଥିଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ଗତକାଲି, ଏହା ପଛରେ ପିଲାମାନେ ଥିଲେ , କାଲି ଏମାନେ ବଡ ହେବେ। ଏହା ଅନେକ ଥର ଘଟିଛି। ଏହା ଆମ ସହିତ ବାରମ୍ବାର କାହିଁକି ଘଟୁଛି? ଆମେ କ’ଣ ଭାରତୀୟ ନୁହଁନ୍ତି? ସେମାନଙ୍କର ଆମ ପ୍ରତି ଏତେ ଘୃଣା କାହିଁକି? ସେମାନେ ଆମର ରୂପ ବିଷୟରେ କାହିଁକି ଏତେ କଥା କୁହନ୍ତି? ଏହା କଣ ଅସହ୍ୟ ପରି ମାନେ ହୁଏନି କାହାକୁ’!
ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ X ରେ ଲେଖିଛନ୍ତି: “ଏପରି ଜାତିଭେଦ ଏବଂ ହିଂସାର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ ଏବଂ ଆମ ସମାଜରେ ଏହାର କୌଣସି ସ୍ଥାନ ନାହିଁ। ଉତ୍ତର-ପୂର୍ବର ଲୋକମାନେ ଆମ ଦେଶର ପ୍ରତ୍ୟେକ ଭାଗରେ ସୁରକ୍ଷିତ, ସମ୍ମାନ ଏବଂ ମର୍ଯ୍ୟାଦାର ସହିତ ବ୍ୟବହାର ଅନୁଭବ କରିବା ଉଚିତ। ମୁଁ ଏହି ଘଟଣାର ଦୃଢ଼ ନିନ୍ଦା କରୁଛି ଏବଂ କର୍ତ୍ତୃପକ୍ଷଙ୍କୁ ଦ୍ରୁତ ତଦନ୍ତ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ଅନୁରୋଧ କରୁଛି।” ତାଙ୍କ ସହିତ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ମଧ୍ୟ X ରେ ଏକ ପୋଷ୍ଟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ରବିବାରର ଘଟଣାର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଜଣେ ଦମ୍ପତି ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଅରୁଣାଚଳ ପ୍ରଦେଶର ତିନି ଜଣ ଛାତ୍ରଙ୍କ ଉପରେ ଜାତିଭେଦପୂର୍ଣ୍ଣ ଆପତ୍ତି ଉଠାଇଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଥିଲା ଏବଂ ପରେ ଦମ୍ପତିଙ୍କୁ ଗିରଫ କରିଥିଲା । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଛାତ୍ରମାନଙ୍କୁ ଭେଟି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ରାଜଧାନୀରେ ଘୃଣା, ଭେଦଭାବ, ଧମକ କିମ୍ବା ଜାତିଭେଦ ପାଇଁ କୌଣସି ସ୍ଥାନ ନାହିଁ । ଏପରି କାର୍ଯ୍ୟ ଗ୍ରହଣୀୟ ନୁହେଁ ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ।
also read : https://purvapaksa.com/lpg-crisis-in-india-amid-tensions-in-the-middle-east/


