ଅଧାଗଢ଼ା ପୋଲରୁ ଖସି ପଡ଼ିଲା କାର୍
ଗୁଗଲ୍ ମ୍ୟାପ ବି ନେଇପାରେ ଜୀବନ। ହଁ ଆଜ୍ଞା ଆପଣ ଠିକ ଶୁଣିଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗୁଗଲ୍ ମ୍ୟାପ ଯୋଗୁଁ ଅକାଳରେ ଝରିପଡ଼ିଛି ତିନୋଟି ଅମୂଲ୍ୟ ଜୀବନ। ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣ ସାଙ୍ଗ ଗୁରଗାଁଓ ରାଇବରେଲିକୁ କାର୍ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗଲ୍ ମ୍ୟାପ୍ର ସାହାରା ନେଇଥିଲେ। ରାସ୍ତା ଭୁଲିଗଲେ ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗଲ୍ ମ୍ୟାପ୍ । ହେଲେ ଏବେ ସେହି ଗୁଗଲ୍ ମ୍ୟାପ୍ ମୃତ୍ୟୁର କାରଣ ସାଜିଛି। ଗୁଗଲ୍ ମ୍ୟାପ୍ ପାଇଁ ଅକାଳରେ ଚାଲିଯାଇଛି ତିନି ଜଣଙ୍କ ଜୀବନ। ଅଧାଗଢ଼ା ପୋଲରୁ ଖସି ପଡିଛି କାର୍। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶରେ।
ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣ ସାଙ୍ଗ ଗୁରଗାଁଓରୁ ରାଏବରେଲିକୁ କାର୍ ଯୋଗେ ଶନିବାର ରାତିରେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ସାହାରା ନେଇଥିଲେ ଗୁଗଲ୍ ମ୍ୟାପ୍ର। ଯେଉଁ ବାଟ କଢ଼େଇ ନେଲା ଗୁଗଲ୍ ମ୍ୟାପ୍ ସେହି ବାଟ ଦେଇ ଚାଲିଥିଲେ କାର୍ ଡ୍ରାଇଭର। ଶେଷରେ ଗୁଗଲ୍ ମ୍ୟାପ୍ର ଜିପିଏସ୍ ସିଷ୍ଟମ୍ ସେମାନଙ୍କୁ ଏକ ଅଧାଗଢ଼ା ପୋଲ ଉପରେ ଆଣି ଛାଡ଼ି ଦେଇଥିଲା। ଗୁଗଲ୍ ମ୍ୟାପ୍ର ନିର୍ଦ୍ଦେଶ ଅନୁସାରେ କାର୍ ନେଇ ପୋଲ ଉପରକୁ ଚଢ଼ି ଯାଇଥିଲେ ଏମାନେ। ପୋଲ ଅଧା ତିଆରି ହୋଇଥିବାରୁ ରାତିରେ ରାସ୍ତା ଦେଖାଯାଇନଥିଲା। ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଶୁଖି ଯାଇଥିବା ରାମଗଙ୍ଗା ନଦୀକୁ ଖସି ପଡ଼ିଥିଲା। ୫୦ ଫୁଟ ତଳକୁ ଖସିପଡ଼ିବାରୁ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
ପରଦିନ ସକାଳେ ସ୍ଥାନୀୟ ଲୋକ କାର୍ ସହିତ ୩ ଜଣ ଲୋକଙ୍କ ମୃତଦେହ ଠାବ କରିଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜବତ ହୋଇଥିବା କାର୍ଟି ଏକ ୱାଗନ ଆର୍ ଥିଲା। ବରେଲିର ଫରିଦପୁର ପୁଲିସ ଷ୍ଟେସନ ପରିସରର ଖାଲପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ରାମଗଙ୍ଗା ନଦୀ ଉପରେ ଫରିଦପୁର-ବାଦାଉଁର ଦାତ୍ତାଗଞ୍ଜକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ ବ୍ରିଜରୁ କାର୍ଟି ଖସିପଡ଼ିଛି। କାରରେ ଥିବା ଯାତ୍ରୀମାନେ ଥିଲେ ଫାରୁଖବାଦର ବିବେକ କୁମାର, ଅମିତ ଏବଂ କୌଶଲ। ଗୁଗଲ୍ ମ୍ୟାପ୍ ସାହାଯ୍ୟରେ ଗାଡିଟି ଦତ୍ତାଗଞ୍ଜରୁ ଆସୁଥିଲା। ଅନ୍ୟପଟେ ପରିବାର ଲୋକେ ପ୍ରଶାସନର ଅସାବଧାନତାକୁ ଦାୟୀ କରିଛନ୍ତି। ପୋଲ ଅଧା ତିଆରି ହୋଇ ରହିଥିଲା। ଏଥିରେ ଆରମ୍ଭ କିମ୍ବା ଶେଷରେ କୌଣସି ବ୍ୟାରିକେଡ୍ ବା ସିଗ୍ନାଲ ଦିଆଯାଇନଥିଲା। ଏହି ଅସାବଧାନାତା ଯୋଗୁ ୩ ଜଣଙ୍କର ଜୀବନ ଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏଥିସହ ପୋଲ ତିଆରି କରିଥିବା କନଷ୍ଟ୍ରକ୍ସନ ଡିପାର୍ଟମେଣ୍ଟ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି।
previous article:https://purvapaksa.com/dehraduns-rashtrapati-ashiana-to-be-open-to-public-from-april-next-year/
