Puri airport: କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ସହ ଜମି ଅଧିଗ୍ରହଣ ଜନଶୁଣାଣି ପାଇଁ ତାରିଖ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ
ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲି ଓ ସାନ୍ଧପୁର ମୌଜାରେ ୨୨୧ ଏକର ଜମି ଅଧିଗ୍ରହଣ କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ ରାଜକିଶୋର ଜେନା ଘୋଷଣା କରିଛନ୍ତି।
କ୍ଷତିଗ୍ରସ୍ତ ବାସିନ୍ଦାଙ୍କ ପାଇଁ ପ୍ୟାକେଜ୍ ସହ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି ନିମନ୍ତେ ମଧ୍ୟ ତାରିଖ ଘୋଷଣା କରିଛନ୍ତି ଶ୍ରୀ ଜେନା। ଆସନ୍ତା ୨୧ ତାରିଖରେ ସିପସରୁବାଲି ମୌଜା ପାଇଁ ପ୍ରଥମ ଜନଶୁଣାଣି ହେବ। ଆସନ୍ତା ୨୮ ତାରିଖରେ ସାନ୍ଧପୁର ଗାଁରେ ଶୁଣାଣି ହେବ।
ପ୍ରତି ବିସ୍ଥାପିତ ପରିବାରକୁ ୫ ଲକ୍ଷ ଟଙ୍କା, ଘର ନିର୍ମାଣ ପାଇଁ ୩ ଲକ୍ଷ ୩୯ ହଜାର ଟଙ୍କା, ପରିବହନ ଓ ଘରୋଇ ସାମଗ୍ରୀ ପରିବହନ ଓ ସ୍ଥାନାନ୍ତର ପାଇଁ ୧ ଲକ୍ଷ ୧୩ ହଜାର ଟଙ୍କା, ବର୍ଷେ ପାଇଁ ଜୀବିକା ନିର୍ବାହ ପାଇଁ ୫୪ ହଜାର ୩୦୦ ଟଙ୍କା ଓ ଦୋକାନ ଖୋଲିବା ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
ବିମାନବନ୍ଦର ପାଇଁ ୨୫ ଏକର ଜଙ୍ଗଲ ଜମିର ସ୍ଥିତି ପରିବର୍ତ୍ତନ ପାଇଁ କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟଠାରୁ ଅନୁମତି ମିଳିଛି। ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଆକଳନ ମଧ୍ୟ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।
Previous article:https://purvapaksa.com/bjds-superboss-pandian-still/
