- ତିନିଥର ମିଳିବ ଟଙ୍କା
- ମାଲାମାଲ ହେବେ ମହିଳା
୨୦୨୫ ‘ସୁଭଦ୍ରା’ ଯୋଜନାର ବର୍ଷ ହେବ। ୨୦୨୫ରେ ଯୋଗ୍ୟ ମହିଳାମାନଙ୍କୁ ୩ ଥର ‘ସୁଭଦ୍ରା’ ଯୋଜନା ଟଙ୍କା ଦିଆଯିବ। ମାଲାମାଲ ହେବେ ମହିଳା। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେଣୁ ଆସନ୍ତା ବର୍ଷ ମହିଳାଙ୍କ ନିମନ୍ତେ ବଡ଼ ଖୁସି ଖବର ଆସିବାକୁ ଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ ଆହୁରି କହିଛନ୍ତି, ଜାନୁଆରି ମାସରେ ‘ସୁଭଦ୍ରା’ ଯୋଜନାର ପ୍ରଥମେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ମାର୍ଚ୍ଚ ମାସ ୮ ତାରିଖରେ ଯୋଗ୍ୟ ମହିଳାମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଠିକ୍ ସେହିପରି ରକ୍ଷାବନ୍ଧନ ଅବସରରେ ବି ମିଳିବ ଯୋଗ୍ୟ ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନା ଟଙ୍କା।
ସେ ଆହୁରି କହିଛନ୍ତି, ଜାନୁଆରି ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ। ଆଜି ଫିଲ୍ଡ ରିପୋର୍ଟ ଆସିବ। ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରି ପ୍ରଥମ ସପ୍ତାହରେ ପୂରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ। ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ। ଯେମିତି କେହି ବଞ୍ଚିତ ନ ହୁଅନ୍ତି, ତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା। ୫ ଲକ୍ଷ ୧୧ ହଜାର ମହିଳାଙ୍କ KYCରେ ତ୍ରୁଟି ଥିବାରୁ ତାହାକୁ ସୁଧାରିବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସୁଯୋଗ ମିଳିଥିଲା। ଆଜି ଫିଲ୍ଡ ରିପୋର୍ଟ ଆସିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି। ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଯାଞ୍ଚ ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ ଏହା ୨୦୨୫ ମସିହାରେ ମିଳିବ ବୋଲି ଜଣାଯାଇଛି। ଏହି ଯୋଜନାରେ ଯୋଗ୍ୟ ପ୍ରତ୍ୟେକ ମହିଳାଙ୍କ ପାଖରେ ଏହି ସୁବିଧା ପହଞ୍ଚିବ।
ଏହି ଯୋଜନାର ପ୍ରଥମ କିସ୍ତି ଅର୍ଥାତ୍ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷ ହିତାଧିକାରୀଙ୍କ ଆଧାର ସକ୍ଷମ, ଡିବିଟି ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଜମା କରାଯାଇଛି। ଡିସେମ୍ବର ୨୫ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଅର୍ଥ ବଣ୍ଟନକୁ ସ୍ଥଗିତ ରଖିବାକୁ ପଡ଼ିଥିଲା ଏବଂ ୫.୧୧ ଲକ୍ଷ ଆବେଦନର ଇ-କେୱାଇସି ଯାଞ୍ଚ ବାକି ରହିଛି। ଏହି ଯୋଜନାରେ ୧ କୋଟି ହିତାଧିକାରୀଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ।
previous article:https://purvapaksa.com/former-us-president-jimmy-carter-passes-away/