ବାଂଲାଦେଶରେ ୨୦୦ ବର୍ଷର ଏକ ବରଗଛକୁ ଜିହାଦୀମାନେ କେବଳ ଏହି କାରଣରୁ କାଟି ଦେଇଛନ୍ତି ଯେ, ଏହା ହିନ୍ଦୁମାନଙ୍କ ଆସ୍ଥାର ପ୍ରତୀକ ଥିଲା। ଜିହାଦୀମାନେ ବରଗଛ ବିରୁଦ୍ଧରେ ଫତୱା ଜାରି କରିଥିଲେ। ରିପୋର୍ଟ ଅନୁସାରେ, ବାଙ୍ଗଲାଦେଶର ମଦାରୀପୁର ଜିଲ୍ଲାର ଶିରାଖାରା ୟୁନିୟନର ଆଲମ ମୀର କାଣ୍ଡି ଗାଁରେ ଥିବା ୨୦୦ ବର୍ଷର ଏକ ଧାର୍ମିକ ଆସ୍ଥା ବହନ କରୁଥିବା ବରଗଛକୁ କାଟି ଦିଆଯାଇଛି।
A 200-year-old banyan tree in Madaripur's Shirakhara Union, Alom Mirer Kandi area, was cut down by a group of Islamist extremists dressed in traditional attire. Local people and visitors from far away believed the tree had supernatural powers.
1/2 pic.twitter.com/SCD31qT2sG— Avro Neel🇧🇩 (@avroneel80) May 5, 2025
ଏହି ଗଛକୁ କେବଳ କାଟି ଦିଆଯାଇନାହିଁ, ବରଂ ଏହା ସହିତ ଏକ ସମ୍ପୂର୍ଣ୍ଣ ସ୍ଥାନୀୟ ଆସ୍ଥା, ପରମ୍ପରା ଓ ବିଶ୍ୱାସକୁ ମଧ୍ୟ ଓପାଡ଼ି ଫୋପାଡ଼ି ଦିଆଯାଇଛି। ଏସବୁ ଆରମ୍ଭ ହୋଇଥିଲା ଏକ ‘ଫତୱା’ର ନାଁରେ। ବାଙ୍ଗଲାଦେଶର ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଗଛ କାଟିବାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦେଖାଯାଉଛି ଯେ ପାରମ୍ପରିକ ମୁସଲମାନ ପୋଷାକରେ କିଛି ଲୋକ ବରଗଛକୁ କାଟୁଛନ୍ତି। ଏହି ଗଛ ବେଶ ଘଞ୍ଚ ଥିଲା।
ହିନ୍ଦୁ ପରମ୍ପରାରେ ବର ଓ ଅଶ୍ୱସ୍ଥ ଗଛକୁ ପୂଜା କରାଯାଏ। ଏଗୁଡ଼ିକ ପ୍ରତି ହିନ୍ଦୁମାନଙ୍କର ଆସ୍ଥା ରହିଛି। କିନ୍ତୁ ଜିହାଦୀମାନେ ଏପରି କାର୍ଯ୍ୟ କରନ୍ତି ଯାହାଦ୍ୱାରା ଅନ୍ୟର ଆସ୍ଥା ଓ ଭାବନା ଆହତ ହୁଏ। ସ୍ଥାନୀୟ ରିପୋର୍ଟ ଅନୁସାରେ, ଏହି ଗଛ କେବଳ ଏକ ପ୍ରାକୃତିକ ଐତିହ୍ୟ ନ ଥିଲା, ବରଂ ଏକ ସାଂସ୍କୃତିକ ପ୍ରତୀକ ଓ ଆସ୍ଥାର କେନ୍ଦ୍ର ଥିଲା। ଦୂର ଦୂରାନ୍ତରୁ ଲୋକମାନେ ଏଠାରେ ଦୀପ ଜାଳି ମାନସିକ କରୁଥିଲେ।
ସ୍ଥାନୀୟ ବିଶ୍ୱାସ ଥିଲା ଯେ ଏହି ଗଛ ତଳେ ମାଗିଥିବା ଇଚ୍ଛା ପୂରଣ ହୁଏ। କିନ୍ତୁ କିଛି ଜିହାଦୀ ମୌଲବୀ ଏହାକୁ “ଶିର୍କ” ବା ଇସଲାମରେ ଆଲ୍ଲାହଙ୍କ ସହ ଅନ୍ୟ କାହାକୁ ଯୋଡ଼ିବାର ନିଷିଦ୍ଧ କାର୍ଯ୍ୟ ବୋଲି ଘୋଷଣା କରି ଏହା ବିରୁଦ୍ଧରେ ଫତୱା ଜାରି କରିଥିଲେ। ଏହା ପରେ ସେମାନେ ଘୃଣାରେ ଗଛର ଅସ୍ତିତ୍ୱକୁ ନଷ୍ଟ କରିଦେଇଥିଲେ।
ବାଙ୍ଗଲାଦେଶରେ ୨୦୦ ବର୍ଷର ବରଗଛ କାଟି ଦିଆଗଲା
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୨୦୦ ବର୍ଷର ଏହି ବରଗଛ କେବଳ ଏକ ଗଛ ନ ଥିଲା, ବରଂ ସ୍ଥାନୀୟ ଲୋକବିଶ୍ୱାସ ଓ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ ଥିଲା। ବିଗତ ଅନେକ ଦଶନ୍ଧି ଧରି ଏହି ଗଛ ସ୍ଥାନୀୟ ଜନଶ୍ରୁତି, କାହାଣୀ ଓ ପୂଜା ପ୍ରଥାର ଅଂଶ ଥିଲା। ଗ୍ରାମବାସୀମାନେ ବିଶ୍ୱାସ କରୁଥିଲେ ଯେ ଏହି ଗଛରେ କିଛି ‘ଚମତ୍କାରୀ ଶକ୍ତି’ ଅଛି। ସେମାନେ ସେଠାରେ ଦୀପ ଜାଳି, ହାତ ଯୋଡ଼ି ମାନସିକ କରୁଥିଲେ ।
କିନ୍ତୁ ଗତ ଶୁକ୍ରବାର ସ୍ଥାନୀୟ ମୌଳବାଦୀ ମୌଲବୀମାନଙ୍କର ଏକ ସଭା ଡକାଯାଇଥିଲା, ଯେଉଁଠାରେ ନିଷ୍ପତ୍ତି ନିଆଗଲା ଯେ ଏହି ପ୍ରଥା “ଶିର୍କ” ବା ଇସଲାମର ମୌଳିକ ଧାରଣା ବିରୁଦ୍ଧ। ଏହାପରେ ମୁସଲମାନ ପୋଷାକରେ ଆସିଥିବା କିଛି ଜିହାଦୀମାନେ ଗଛକୁ କୁରାଢ଼ି ଓ ଆରୀ ଦ୍ୱାରା କାଟି ଦେଇଥିଲେ।
ବରଗଛ କାଟିବା ପରେ ସ୍ଥାନୀୟ ହିନ୍ଦୁ ଜନସଂଖ୍ୟା ବେଶ ମର୍ମାହତ, କିନ୍ତୁ ମହମ୍ମଦ ୟୁନୁସଙ୍କ ଶାସନ ଆସିବା ପରେ ଏପରି ଘଟଣା ସାଧାରଣ ହୋଇଗଲାଣି। ବାଙ୍ଗଲାଦେଶରେ ଏବେ ମୁସଲମାନ ଚରମପନ୍ଥୀମାନେ ସବୁଆଡ଼େ ପ୍ରଭାବଶାଳୀ। ହିନ୍ଦୁମାନଙ୍କ ଆସ୍ଥା, ପ୍ରତୀକ ଓ ସେମାନଙ୍କ ଘର ଉପରେ ଆକ୍ରମଣ ହେଉଛି। ଜଣେ ଗ୍ରାମବାସୀ କହିଛନ୍ତି, “ଆମେ କେବେ କାହାକୁ କ୍ଷତି ପହଞ୍ଚାଇ ନାହୁଁ। ଗଛ ତଳେ ଦୀପ ଜାଳିବା ଆମ ଆସ୍ଥା ଥିଲା, କୌଣସି ଧର୍ମର ଅପମାନ ନୁହେଁ। ଯଦି ଏହା ଭୁଲ ଥିଲା, ତେବେ କଥାବାର୍ତ୍ତା କରି ବୁଝାଇ ହୋଇପାରିଥାନ୍ତା। ଗଛ କାଟିବା ଆମ ଆତ୍ମାକୁ କାଟିବା ପରି।”
ବିଗତ କିଛି ବର୍ଷରେ ବାଙ୍ଗଲାଦେଶରେ ଧାର୍ମିକ ଚରମପନ୍ଥର ଗ୍ରାଫ୍ ଦ୍ରୁତଗତିରେ ବୃଦ୍ଧି ପାଇଛି। ଅନେକ ସ୍ଥାନରେ ଲୋକପରମ୍ପରା ଓ ସାଂସ୍କୃତିକ ସ୍ଥାନଗୁଡ଼ିକୁ ଅଣ-ଇସଲାମିକ ବୋଲି କହି ଟାର୍ଗେଟ କରାଯାଉଛି। କିନ୍ତୁ ସରକାରମାନେ ନୀରବ। ହିନ୍ଦୁମାନଙ୍କ ବା ସେମାନଙ୍କ ଧାର୍ମିକ ଆସ୍ଥା ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
Also readhttps://purvapaksa.com/did-pakistan-actually-jam-four-rafale-jets-along-the-line-of-control/
କ’ଣ ସତରେ ନିୟନ୍ତ୍ରଣ ରେଖାରେ ୪ ରାଫେଲ ବିମାନକୁ ଜାମ୍ କରିଦେଇଥିଲା ପାକିସ୍ତାନ?