ଜିଏସଟି ନିୟମରେ କେନ୍ଦ୍ର ସରକାର ଯେଉଁ ଏକ ବଡ଼ ପରିବର୍ତ୍ତନ କରିଛନ୍ତି ତାହା ଦୁଇ ଚକିଆ ଯାନ କିଣିବା ପାଇଁ ଆଶାୟୀ ଲୋକଙ୍କୁ ଅଶ୍ଵସ୍ତି କରିଛି । ଏହା ଦ୍ୱାରା ପ୍ରତିଦିନର ବାଇକ୍ ଶସ୍ତା ହୋଇଛି। କିନ୍ତୁ, ମହଙ୍ଗା ବାଇକ ପ୍ରେମୀମାନଙ୍କୁ ଝଟକା ଲାଗିଛି। ୨୨ ସେପ୍ଟେମ୍ବରରୁ ଦୁଇ ଚକିଆ ଯାନ ଉପରେ ଟିକସ ହାର ପରିବର୍ତ୍ତନ ହୋଇଛି। ଇଞ୍ଜିନ ଆକାର ଏବଂ ଇନ୍ଧନର ପ୍ରକାର ଉପରେ ଟିକସ ଲାଗୁ ହେବ। ତେବେ ଜାଣି ରଖିବା ଯେ, କେଉଁ ବାଇକ କିଣିବା ପାଇଁ ଲାଭଦାୟକ ଡିଲ୍ ହେବ। ୩୫୦ ସିସିରୁ କମ୍ ଇଞ୍ଜିନ୍ ଥିବା ବାଇକ୍ ଉପରେ ଏବେ କେବଳ ୧୮% ଜିଏସଟି ଲାଗୁ ହେବ, ଯାହା ପୂର୍ବରୁ ୨୮% ଥିଲା। ସାଧାରଣ କ୍ରେତାମାନେ ଏହାର ଲାଭ ପାଇବେ। କିନ୍ତୁ, ୩୫୦ ସିସିରୁ ଅଧିକ ମହଙ୍ଗା ବାଇକ୍ ଉପରେ ଏବେ ୪୦% ଜିଏସଟି ଲାଗୁ ହେବ, ଯାହା ପୂର୍ବରୁ ୩୧% ଥିଲା। ଇଲେକ୍ଟ୍ରିକ୍ ବାଇକ୍ ଉପରେ କେବଳ ୫% ଜିଏସଟି ଲାଗୁ ହେବ। ଏହି ପରିବର୍ତ୍ତନ ଯୋଗୁଁ, କିଛି ବାଇକ୍ ଶସ୍ତା ଏବଂ କିଛି ମହଙ୍ଗା ହୋଇଯିବ।
ନୂତନ ଜିଏସଟି ବ୍ୟବସ୍ଥାରୁ ସାଧାରଣ ଲୋକ ଲାଭ ପାଇବେ। ୩୫୦ ସିସିରୁ କମ ଇଞ୍ଜିନ ଥିବା ବାଇକ ଉପରେ ଟିକସ ହ୍ରାସ କରାଯାଇଛି। ଏବେ କେବଳ ୧୮% ଜିଏସଟି ଲାଗୁ ହେବ। ପୂର୍ବରୁ ଏହା ୨୮% ଥିଲା। ଏହାର ଅର୍ଥ ହେଉଛି ଯଦି ଆପଣ ହିରୋ ସ୍ପ୍ଲେଣ୍ଡର, ହୋଣ୍ଡା ସାଇନ୍, କିମ୍ବା ଟିଭିଏସ ଆପାଚି, ବାଜାଜ ପ୍ଳେଜର ଏବଂ ରୟାଲ ଏନଫିଲଡର ହଣ୍ଟର, ବୁଲେଟ, କ୍ଲାସିକ ୩୫୦, ମେଟେଓର ୩୫୦ ଭଳି ୧ ଲକ୍ଷ ଟଙ୍କା ମୂଲ୍ୟର ବାଇକ୍ କିଣନ୍ତି, ତେବେ ଆପଣ ୧୦,୦୦୦- ୧୨,୦୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ।
କେତେ ସଞ୍ଚୟ ହେବ?
ଜଣେ ଡିଲର କହିଛନ୍ତି, “ଏହା ଅଫିସ ଯାଉଥିବା ଏବଂ ସହର ବାଇକ ଆରୋହୀଙ୍କ ପାଇଁ ଭଲ ଖବର।” ଏହାର ଅର୍ଥ ହେଉଛି ହୋଣ୍ଡା ଆକ୍ଟିଭା ୧୨୫ ଏବଂ ଟିଭିଏସ ଜୁପିଟର ଭଳି ସ୍କୁଟର ଶସ୍ତା ହୋଇଯିବ। ଏହି ସ୍କୁଟରଗୁଡ଼ିକ ଭାରତରେ ବହୁତ ଲୋକପ୍ରିୟ। ଲଜିଷ୍ଟିକ୍ସରେ ବ୍ୟବହୃତ ତିନି ଚକିଆ ଯାନଗୁଡ଼ିକ ମଧ୍ୟ ଏବେ ନିମ୍ନ ଟିକସ ବର୍ଗରେ ଆସିବ। ଏହା ଡେଲିଭରି ବ୍ୟକ୍ତି ଏବଂ ବାଣିଜ୍ୟିକ ଯାନ ଚାଳକମାନଙ୍କୁ ଲାଭ ଦେବ। କିନ୍ତୁ ଏହି ଆଶ୍ୱସ୍ତି କେବଳ କମ୍ୟୁଟର ବାଇକ୍ ପାଇଁ ସୀମିତ। ୩୫୦ସିସି ରୁ ଅଧିକ ମହଙ୍ଗା ବାଇକ୍ ଉପରେ ଏବେ ଅଧିକ ଟିକସ ଲାଗୁ ହେବ। ରୟାଲ ଏନଫିଲଡର ହିମାଳୟନ ୪୫୦, କେଟିଏମ ଡ୍ୟୁକ୍ ୩୯୦ ଏବଂ ଟ୍ରିୟମ୍ଫ ସ୍ପିଡ ୪୦୦ ଭଳି ବାଇକ୍ ଏବେ ୪୦% ଜିଏସଟି ପରିସରକୁ ଆସିବ। ପୂର୍ବରୁ ଏଗୁଡ଼ିକ ଉପରେ ୩୧% ଟିକସ ଲାଗୁଥିଲା। ଉଦାହରଣ ସ୍ୱରୂପ, ଯଦି କେହି ରୟାଲ ଏନଫିଲ୍ଡ ଇଣ୍ଟରସେପ୍ଟର ୬୫୦ କିଣିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏବେ ଅଧିକ ଟଙ୍କା ଦେବାକୁ ପଡିବ। ଏହି କାରଣରୁ, ଏହି ବାଇକ୍ ଅନେକ ଲୋକଙ୍କ ବଜେଟ୍ ବାହାରେ ହୋଇପାରେ।
କେଉଁ ବାଇକ୍ ଶସ୍ତା ହେବ, କାହାର ମୂଲ୍ୟ ବୃଦ୍ଧି ପାଇବ?
-୩୫୦ ସିସିରୁ କମ୍ ଇଞ୍ଜିନ୍ ଥିବା ବାଇକ୍ ୨୮% ରୁ ୧୮%କୁ କମି ଶସ୍ତା ହେଲା । ହିରୋ ସ୍ଲେଣ୍ଡର, ହୋଣ୍ଡା ସାଇନ୍, ଟିଭିଏସ୍ ଆପାଚି, ବାଜାଜ୍ ପଲସର, ରୟାଲ୍ ଏନଫିଲ୍ଡର ହଣ୍ଟର, ବୁଲେଟ୍, କ୍ଲାସିକ୍ ୩୫୦, ମେଟିୟର୍ ୩୫୦ ଏବଂ ସମସ୍ତ ସ୍କୁଟର
-୩୫୦ ସିସିରୁ ଅଧିକ ଇଞ୍ଜିନ୍ ଥିବା ବାଇକ୍ ୩୧% ରୁ ୪୦% ବଢି ମହଙ୍ଗା ହେଲା । ରୟାଲ୍ ଏନଫିଲ୍ଡ ହିମାଳୟାନ୍ ୪୫୦, କେଟିଏମ୍ ଡ୍ୟୁକ୍ ୩୯୦, ଟ୍ରାୟମ୍ଫ ସ୍ପିଡ୍ ୪୦୦, ରୟାଲ୍ ଏନଫିଲ୍ଡ ଇଣ୍ଟରସେପ୍ଟର ୬୫୦
-ଇଲେକ୍ଟ୍ରିକ୍ ବାଇକ୍ ଏବଂ ସ୍କୁଟର ୫% ରହିଛି କୌଣସି ପରିବର୍ତ୍ତନ ହୋଇନାହିଁ । ଓଲା ଇଲେକ୍ଟ୍ରିକ୍, ଆଥର, ଟିଭିଏସ୍ ଆଇକ୍ୟୁବ୍, ବଜାଜ୍ ଚେତକ ଇଲେକ୍ଟ୍ରିକ୍
ଇଲେକ୍ଟ୍ରିକ୍ ବାଇକ୍ ରେ କୌଣସି ପରିବର୍ତ୍ତନ ନାହିଁ
ଇଲେକ୍ଟ୍ରିକ୍ ବାଇକ୍ ଏବଂ ସ୍କୁଟରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଗୁଡ଼ିକ ଏବେ ବି ୫% ଜିଏସଟି ସ୍ଲାବରେ ଯାଏ । ଓଲା ଇଲେକ୍ଟ୍ରିକ୍, ଆଥର, ଟିଭିଏସ୍ ଆଇକ୍ୟୁବ୍ ଏବଂ ବଜାଜ୍ ଚେତକ ଇଲେକ୍ଟ୍ରିକ୍ ଭଳି ଇଲେକ୍ଟ୍ରିକ୍ ବାଇକ୍ ଏବେ ବି ସବୁଠାରୁ କମ ଟିକସ ଲାଗୁ ହେଉଥିବା ଯାନ। ଇଲେକ୍ଟ୍ରିକ୍ ଯାନ ଚଲାଇବାକୁ ଶସ୍ତା ଏବଂ କମ୍ ପ୍ରଦୂଷଣ ମଧ୍ୟ ସୃଷ୍ଟି କରେ। ତେଣୁ ଯେଉଁମାନେ ଟଙ୍କା ସଞ୍ଚୟ କରିବାକୁ ଏବଂ ପରିବେଶ ବିଷୟରେ ଚିନ୍ତା କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଇଲେକ୍ଟ୍ରିକ୍ ଯାନ ହେଉଛି ସର୍ବୋତ୍ତମ ବିକଳ୍ପ।
Also Read https://purvapaksa.com/middle-class-emerged-the-king-as-gst-reform/
