Two minor girls in Gajapati’s Ramagiri died after consuming Anganwadi-sourced ‘sattu’: ଗଜପତି ରାମଗିରିରେ ଅଙ୍ଗନବାଡ଼ି ଭିତ୍ତିକ ଛତୁଆ ଖାଇ ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି ଓ ଅନ୍ୟ ଜଣେ ଝିଅ ଗୁରୁତର ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଛତୁଆ ଖାଇ ଗୋଟିଏ ପରିବାରର ୨ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଟିଏ ପରିବାରର ଅନ୍ୟ ଦୁଇଜଣ ସଦସ୍ୟ ଛତୁଆ ଖାଇ ଜୀବନ ସହ ସଂଘର୍ଷ କରୁଛନ୍ତି।
ମୃତକମାନେ ହେଲେ ତୁଳସୀ ବଡ଼ମୁଣ୍ଡି (୬) ଓ ଗୁଣବତୀ ବଡ଼ମୁଣ୍ଡି (୩)। ସେପଟେ ଗୋଟିଏ ପରିବାରର ଆଉ ଦୁଇଜଣ ସଦସ୍ୟ ଅର୍ଜୁନ ବଡ଼ମୁଣ୍ଡି ଓ ଅନ୍ୟ ଜଣେ ନାବାଳିକା ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ଅଭାବନୀୟ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାମଗିରି ହାଟପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରୁ ଅଣାଯାଇଥିବା ଭଜା ଚଣା ଛତୁଆ ଖାଇ ପୂରା ବଡ଼ମୁଣ୍ଡି ପରିବାର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ରବିବାର ଅପରାହ୍ନରେ ଦୂଷିତ ଛତୁଆ ଖାଇ ପ୍ରବଳ ଯନ୍ତ୍ରଣା ଓ ବାନ୍ତି ଅନୁଭବ କରିବାରୁ ସେମାନଙ୍କୁ ତୁରନ୍ତ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ସ୍ୱାସ୍ଥ୍ୟର ଦ୍ରୁତ ଅବନତି
ପ୍ରାଥମିକ ଚିକିତ୍ସା ପରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଦୁଇ ନାବାଳିକାଙ୍କୁ ଉନ୍ନତ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନ୍ସରେ ଭର୍ତ୍ତି ହେବା ପୂର୍ବରୁ ତୁଳସୀଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ୩ ବର୍ଷର ଭଉଣୀ ଗୁଣବତୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଶିଶୁମାନଙ୍କ ଅବସ୍ଥା ଉପରେ ଡାକ୍ତରଙ୍କ ବୟାନ
ଉଭୟଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଓ ହୃଦସ୍ପନ୍ଦନ ଦ୍ରୁତ ହେବାରୁ ପିତାମାତା ଦୁଇ ଝିଅଙ୍କୁ ଗୁରୁତର ଅବସ୍ଥାରେ ଆଣିଥିଲେ। ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ସତ୍ତ୍ୱେ ଦୁଇ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରିଥିଲୁ। ତେବେ ପାରଳାଖେମୁଣ୍ଡି ନିଆଯିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ନାବାଳିକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜରାଜ କର କହିଛନ୍ତି।
ପରିବାରର ଅନ୍ୟ ସଦସ୍ୟଙ୍କ ସାମ୍ପ୍ରତିକ ଅବସ୍ଥା
ଶେଷ ଖବର ମିଳିବା ପର୍ଯ୍ୟନ୍ତ ଗୁରୁତର ବ୍ୟକ୍ତି ଓ ଅନ୍ୟ ଜଣେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବା ପରେ ଜୀବନ ସହ ସଂଘର୍ଷ କରୁଥିଲେ।
ପୋଲିସ ତଦନ୍ତ ଓ ଦୂଷିତ ଛତୁଆ ଜବତ
ସେପଟେ ପୁଲିସ ସ୍ଥିତି ଅନୁଧ୍ୟାନ କରିବା ସହ ଦୂଷିତ କୁହାଯାଉଥିବା ଚଣା ଛତୁଆ ବ୍ୟାଗ୍କୁ ଜବତ କରିଛି। ଅଭିଯୋଗ ପଛର ସତ୍ୟତା ଜାଣିବା ସହ ଦୁଇ ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ତେବେ ପୁଲିସ ଏ ନେଇ କୌଣସି ଅତିରିକ୍ତ ମନ୍ତବ୍ୟ ଦେଇନାହିଁ।
ସ୍ଥାନୀୟ ଆଶା କର୍ମୀଙ୍କ ଭୂମିକା
ସୂଚନାଯୋଗ୍ୟ, ସ୍ଥାନୀୟ ଆଶାକର୍ମୀ ପରିବାରର ଗୁରୁତର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବା ସହ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସହାୟକ ହୋଇଥିଲେ।
Also readhttps://purvapaksa.com/congresss-muslim-love-in-parliament-rahul-demands-reservation-for-muslims/
ସଂସଦରେ କଂଗ୍ରେସର ମୁସଲମାନ ପ୍ରୀତି; ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ଦାବି କଲେ ରାହୁଲ
