ବର୍ଷକରେ ରୁପା ଦର ୭୮ ହଜାର ବଢ଼ିଛି ସପ୍ତାହକରେ ୧୯ ହଜାର ମହଙ୍ଗା । ସୁନାଠୁ ବି ଅଧିକ ଚମକୁଛି ଚାନ୍ଦି
ଘରୋଇ ବଜାରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଏବଂ ରୁପା ଦର ଦୈନିକ ଭାଙ୍ଗୁଛି ରେକର୍ଡ । ଇତିହାସ କଲାଣି ସୁନା ଓ ରୁପା ଦର। ବଜାର ଦରରେ ଲାଗୁନି ଲଗାମ୍। ବର୍ତ୍ତମାନ ପରିସ୍ଥିତି ଏମିତି ଯେ ସୁନାକୁ ବି ବଳିଗଲାଣି ରୁପାର ଚାହିଦା। ସୁନାଠୁ ବି ଅଧିକ ଚମକୁଛି ଚାନ୍ଦି। ବଜାରରେ ମାତ୍ର ସପ୍ତାହକ ମଧ୍ୟରେ ରୁପା ଦର ୧୯ ହଜାର ମହଙ୍ଗା ହୋଇଯାଇଛି। ଗୋଟିଏ ସପ୍ତାହକ ମଧ୍ୟରେ ସୁନା ୪% ଏବଂ ରୁପା ଦର ୧୩% ବଢ଼ିଛି। ସେହିପରି ବର୍ଷକର ତଥ୍ୟ ଦେଖିଲେ ସୁନା ଦରଠାରୁ ରୁପା ଦର ଢ଼େଣ ଅଧିକ ବଢ଼ିଯାଇଛି। କାରଣ ବର୍ଷକରେ ସୁନା ମୂଲ୍ୟ ୪୫ ହଜାର ଏବଂ ରୁପା ୭୮ ହଜାର ବଢ଼ିଯାଇଥିବା ଜଣାପଡ଼ିଛି।
ଚଳିତ ସପ୍ତାହରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଦେଖାଯାଇଛି। ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଆଜି ଘରୋଇ ବଜାରରେ ୨୪ କ୍ୟାରେଟ୍’ ସୁନାର ୧୦ ଗ୍ରାମ ମୂଲ୍ୟ ୪୫୭୧(୪%) ବୃଦ୍ଧି ପାଇ ୧,୨୧, ୫୨୫ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହ ଅର୍ଥାତ୍ ଚଳିତମାସ ୩ ତାରିଖରେ ସୁନା ଦର ୧,୧୬,୯୫୪ ଟଙ୍କା ରହିଥିଲା। ଏହି ସମୟରେ, ରୂପା ମୂଲ୍ୟରେ ଆହୁରି ଅଧିକ ବୃଦ୍ଧି ଦେଖାଯାଇଛି।

ଅକ୍ଟୋବର ୩ ତାରିଖରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ପିଛା ୧,୪୫, ୬୧୦ ଟଙ୍କା ରହିଥିଲା, ଯାହା ଅକ୍ଟୋବର ୧୦ ସୁଦ୍ଧା ୧୮,୮୯୦ ଟଙ୍କା (୧୨.୯୦%) ବୃଦ୍ଧି ପାଇ ୧,୬୪,୫୦୦ ଟଙ୍କାରେ ପହଞ୍ଚିଛି ।ବର୍ତ୍ତମାନ ଘରୋଇ ବଜାରରେ ସୁନା ମୂଲ୍ୟ ବୃଦ୍ଧିର ତିନୋଟି ପ୍ରମୁଖ କାରଣ ହେଉଛି, ପର୍ବପର୍ବାଣୀ ଚାହିଦା, ଭୂ-ରାଜନୈତିକ ଉତ୍ତେଜନା ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ଵାରା ଅତ୍ୟଧିକ କ୍ରିୟା ଅପରପକ୍ଷେ ରୁପା ବୃଦ୍ଧିରେ ସହାୟକ ହୋଇଛି, ଯାହା ଫଳରେ ରୂପା ମୂଲ୍ୟ ବୃଦ୍ଧି ପାଇଛି।
ବିଶ୍ୱବ୍ୟାପୀ ରୁପା ଯୋଗାଣରେ ଅଭାବ ମଧ୍ୟ ମୂଲ୍ୟ ବୃଦ୍ଧିରେ ସହାୟକ ହେଉଛି। ଚଳିତବର୍ଷ ସୁନା ୧୦ଗ୍ରାମ ପିଛା ୪୫, ୩୬୩ ଟଙ୍କା ଏବଂ ରୁପା କିଲୋ ପିଛା ୭୮,୪୮୩ ଟଙ୍କା ମହଙ୍ଗା ହୋଇଛି । ୨୦୨୪ ଡିସେମ୍ବର ୩୧ରେ ୧୦ ଗ୍ରାମ ପିଛା ଯୋଗାଣ ଅଭାବ ବଢ଼ାଉଛି ଦର ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧିର ଚାରୋଟି ପ୍ରମୁଖ କାରଣ ହେଉଛି, ସୁନା ପରି, ଦୀପାବଳି ଏବଂ କରୱା ଚୌଥ ଭଳି ପର୍ବ ରୂପାର ଚାହିଦା ବୃଦ୍ଧି କରିଛି । ଟଙ୍କା ଦୁର୍ବଳ ହେବା ଯୋଗୁଁ ଆମଦାନୀ ଖର୍ଚ୍ଚ ବୃଦ୍ଧି ପାଇବା, ଇଲେକ୍ଟ୍ରୋନିକ୍ସ ଏବଂ ସୌର ପ୍ୟାନେଲ ଭଳି ଶିଳ୍ପରେ ରୁପାର ଚାହିଦା ବୃଦ୍ଧି । ହେଲେ ଏହି ସମୟ ମଧ୍ୟରେ ରୁପା ମୂଲ୍ୟ କିଲୋ ପିଛା ୭୮,୪୮୩ ବୃଦ୍ଧି ପାଇଛି। ଡିସେମ୍ବର ୩୧ରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୮୬,୦୧୭ ଟଙ୍କା ଥିଲା, ଯାହା ଏବେ କିଲୋଗ୍ରାମ ପିଛା ୧,୬୪, ୫୦୦ ଟଙ୍କା ହୋଇଛି ।
also read https://purvapaksa.com/995-naxals-killed-in-one-year/

