Accident: ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୧୭,୩୪୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୧,୪୪୧ ଜଣ ଆହତ ହୋଇଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଜେନାଙ୍କ ତଥ୍ୟ ଅନୁଯାୟୀ, ୨୦୨୨, ୨୦୨୩ ଓ ୨୦୨୪ରେ ଓଡ଼ିଶାରେ ସମୁଦାୟ ୩୬,୦୩୦ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୧୭,୩୪୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୧,୪୪୧ ଜଣ ଆହତ ହୋଇଛନ୍ତି।
ଗତ ତିନିବର୍ଷ ମଧ୍ୟରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା, ମୃତାହତ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫୪୬୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୫୭୩୯ ଓ ୨୦୨୪ରେ ୬୧୪୨କୁ ବୃଦ୍ଧି ପାଇଛି। ସେହିପରି ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୦୨୨ରେ ୧୦,୩୦୨ ଥିବାବେଳେ ୨୦୨୩ରେ ଏହା ୧୦,୩୬୯ ଓ ୨୦୨୪ରେ ୧୦,୭୭୦କୁ ବୃଦ୍ଧି ପାଇଛି। ୨୦୨୨ରେ ଓଡ଼ିଶାରେ ୧୧,୬୬୩ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ୨୦୨୩ରେ ଏହା ସାମାନ୍ୟ ବୃଦ୍ଧି ପାଇ ୧୧,୯୯୨ ଓ ୨୦୨୪ରେ ଏହା ୧୨,୩୭୫କୁ ବୃଦ୍ଧି ପାଇଛି।
ଅନ୍ୟ ଏକ ଉତ୍ତରରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ ୨୦୨୫ ଜାନୁଆରୀରେ ରାଜ୍ୟରେ ୧ କୋଟି ୮୯ ଲକ୍ଷ ଟଙ୍କା ବିନିଯୋଗରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବାବେଳେ ରାଜ୍ୟରେ ୪୮୪ଟି ସଡ଼କ ଦୁର୍ଘଟଣା ଘଟିଛି। ଏହି ମାସରେ ସଡ଼କ ଦୁର୍ଘଟଣାରେ ୫୦୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭୨ ଜଣ ଆହତ ହୋଇଛନ୍ତି।
ALSO READ: https://purvapaksa.com/is-odisha-now-the-new-spot-for-illegal-gun-manufacturing/