Rashifala: ୧୧ ଏପ୍ରିଲ୨୦୨୫, ଶୁକ୍ରବାର ଦିନ ମେଷ, ବୃଷ, ମିଥୁନ, କର୍କ, ସିଂହ, କନ୍ୟା ସହିତ ସମସ୍ତ ରାଶିଙ୍କ ପାଇଁ ବିଶେଷ ଅଟେ। ଜଣାନ୍ତୁ ଜବ, କ୍ୟାରିୟର, ବିଜନେସ ଓ ଲଭ ଲାଇଫ୍ ପାଇଁ କେମିତି ରହିବ।
ମେଷ ରାଶି
ନିଯୁକ୍ତିରେ ସ୍ଥାନାନ୍ତରର ପାଇଁ ଯୋଗ୍ୟତା ରହିଛି। ଆପଣଙ୍କୁ କିଛି ଆବଶ୍ୟକ କାର୍ଯ୍ୟରେ ଘରୁ ଦୂର ଯିବାକୁ ପଡିପାରେ। ବ୍ୟବସାୟରେ କିଛି ସମସ୍ୟା ଆସିପାରେ। କିସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ କିଛି ଅନ୍ୟ ବ୍ୟକ୍ତିଙ୍କ ପାଖରେ ଦିଅନ୍ତୁ ନାହିଁ। ଯାତ୍ରାରେ ଅସାବଧାନତା ଦୁର୍ଘଟଣାର କାରଣ ହୋଇପାରେ। କିଛି ସରକାରୀ ଯୋଜନାର ଲାଭ ମିଳିବାରୁ ବଞ୍ଚିତ ରହିଯିବେ। ଉଦ୍ୟୋଗ ଧନ୍ଦାରେ ସହଯୋଗୀଙ୍କ ସହ ଅକାରଣ ବିରୋଧ ହୋଇପାରେ। ଯାହାଦ୍ୱାରା ଧନ୍ଦାରେ ବ୍ୟବଧାନ ଉତ୍ପନ୍ନ ହୋଇପରେ । କୋର୍ଟ କଚେରୀର ମାମଲାରେ ବିଶେଷ ସାବଧାନତା ରଖନ୍ତୁ।
ବୃଷ ରାଶି
କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବା ସତ୍ୱେ, ସେହି ଅନୁପାତରେ ଫଳ ମିଳିବ ନାହିଁ। ସହଯୋଗୀଙ୍କ ସହିତ ବିଭାଜନ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କାର୍ୟରେ ସଂଘର୍ଷ ବୃଦ୍ଧି ପାଇପାରେ। ସାମାଜିକ କାର୍ୟରେ ବ୍ୟବହାରରେ ସଂୟମ ପାଳନ କରନ୍ତୁ। ବିରୋଧୀ ପକ୍ଷ ଆପଣଙ୍କୁ ତଳକୁ ପକେଇବା ପାଇଁ ଚେଷ୍ଟା କରିପାରେ। ଏଥିରେ ସାବଧାନ ରହନ୍ତୁ। ବ୍ୟବସାୟରେ ସହଯୋଗୀଙ୍କ ସହ ଅକାରଣ ସମସ୍ୟା ବୃଦ୍ଧି ହୋଇପାରେ। ଯାତ୍ରାରେ ବିଶେଷ ଧ୍ୟାନ ଦିଅନ୍ତୁ। ସାର୍ଥକ କର୍ମରେ ନୀତିଗତ ଭାବେ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଧନର ସଞ୍ଚୟ କରିବାକୁ ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ।
ମିଥୁନ ରାଶି
କର୍ମରେ ପଦୋନ୍ନତିର ସୁଖଦ ସମାଚାର ମିଳିବ। ବ୍ୟବସାୟ ସହିତ ଜଡିତ ବ୍ୟକ୍ତିମାନେ ବ୍ୟବସାୟରେ ଲାଭ ପାଇବେ। ମନରେ ସନ୍ତୋଷ ବୃଦ୍ଧି ପାଇବ। ସମ୍ପର୍କୀୟ, ଇଷ୍ଟ ମିତ୍ରମାନଙ୍କର ସହଯୋଗରେ କାର୍ଯ୍ୟକ୍ଷେତ୍ରର କଷ୍ଟ ହ୍ରାସ ପାଇବ। ସମାଜରେ ଉଚ୍ଚ ପଦ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ବୃଦ୍ଧି ହେବ। ଆପଣଙ୍କ ଉପରେ ବିଶ୍ୱାସ କରନ୍ତୁ ରାଜନୈତିକ ଆକାଂକ୍ଷା ପୂରଣ ହେବ। ହଳ କ୍ଷଣ ଧନ ଲାଭ ଓ ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଯାନ, ଘର ଆଦି ସମ୍ପତ୍ତି କିଣିବାର ସୁଯୋଗ ସୃଷ୍ଟି ହେବ।
କର୍କଟ ରାଶି
କାର୍ଯ୍ୟ କ୍ଷେତ୍ରରେ କୌଣସି ଘଟଣା ଘଟି ପାରେ ଯାହାର ନିମିତ୍ତରେ ଆପଣଙ୍କର ମାନ୍ୟତା ବଢିବ। ପୁରୁଣା ଲାଗିଥିବା କାମଗୁଡିକୁ ହେବାର ସମ୍ବାବନା ରହିବ। ସମାଜରେ ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ। ଶିକ୍ଷା, ଅଧ୍ୟୟନ, କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ରାଜନୀତିରେ ଆପଣଙ୍କର ପଦ ଓ ପାଦ ଲାଗିବ। ଇଷ୍ଟ ମିତ୍ରଙ୍କ ଦ୍ୱାରା ସମ୍ପତ୍ତି କ୍ରୟ ବିକ୍ରୟ ବିଷୟକ କାମରେ ସହଯୋଗ ମିଳିବ।
ସିଂହ ରାଶି
ବହୁରାଷ୍ଟ୍ରୀୟ କମ୍ପାନୀ ସହ ବ୍ୟବସାୟ କରୁଥିବା ଲୋକମାନେ ଚାକିରୀ ସମ୍ପର୍କିତ ସୁବିଧା ପାଇବେ। ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। କ୍ରୀଡା, ବିଜ୍ଞାନ, କଳା ଇତ୍ୟାଦିର ସହ ଜଡ଼ିତଥିବା ଲୋକମାନେ କିଛି ମହତ୍ଵପୂର୍ଣ୍ଣ ସଫଳତା ପାଇପାରିବେ। ବ୍ୟବସାୟର ସହିତ ସଂଲଗ୍ନ ଲୋକମାନେ ଲାଭ ଏବଂ କ୍ଷୟରେ ସମ୍ମୁଖୀନ ହେବେ। ଆଜୀବିକାରେ ସଂଲଗ୍ନ ଲୋକମାନେ ତାଙ୍କ ସହଯୋଗୀଙ୍କ ସହିତ ଅଧିକ ତାଲମେଳ ରଖିବା ଆବଶ୍ୟକ। କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ। କାହାକୁ ଭରସା କରନ୍ତୁ ନାହିଁ । ଆପଣଙ୍କ ବୁଦ୍ଧି ବିବେକରେ କାର୍ଯ୍ୟ କରନ୍ତୁ। ସାମାଜିକ କାର୍ଯ୍ୟରେ ରୁଚି କମିବ।
କନ୍ୟା ରାଶି
କୈାଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ନିଜର କାର୍ୟ୍ୟସାଧନ ସକାଶେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ଅଜଣା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କରିବା ଠିକ୍ ହେବନି ।
ତୁଳା ରାଶି
ପ୍ରିୟଜନଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ ଓ ସେମାନଙ୍କ ସହ ବାହାରକୁ ଖାଇବା ପିଇବାକୁ ମଧ୍ୟ ଯାଇପାରନ୍ତି । ଯାହାଦ୍ଵାରା ଆପଣ ସେମାନଙ୍କୁ ନିଜର ଅଧିକ ନିକଟକୁ ଆଣିପାରନ୍ତି । ରାଜନୀତି କ୍ଷେତ୍ରରେ ଇଚ୍ଛା ନଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ । ବିଶେଷ କାମକୁ ପ୍ରଥମେ କରିବାକୁ ଚେଷ୍ଟା କରିବେ ।
ବିଛା ରାଶି
ଭାବନାରେ ବହି ଯାଇ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ । କାରଣ ସେଗୁଡିକ ଠିକ ଲାଗିପାରେ କିନ୍ତୁ ପରେ ଅତ୍ୟଧିକ ଅବ୍ୟବହାରିକ ଭଳି ଲାଗିପାରେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ ।
ଧନୁ ରାଶି
କାରବାରରେ ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ସାମ୍ବାଦିକମାନେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି । ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି।
ମକର ରାଶି
ଶିକ୍ଷାକ୍ଷେତ୍ରରେ ନୂତନ ସ୍ଥାନରେ ପଢିବାର ସୁଯୋଗ ପାଇବେ। ପଛ କଥା ନଭାବି ବର୍ତମାନ ପରିସ୍ଥିତିକୁ ସାମ୍ନା କରିବେ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି।ମିଷ୍ଠଭାଷୀ ହେବ । ଯାହା ଆପଣଙ୍କୁ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ସହ ପରିଚିତ କରାଇବ । ମାନସିକ ଶାନି ମିଳିବ ।
କୁମ୍ଭ ରାଶି
ସରକାରୀ କାମରୁ ଲାଭ ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ । ପୁରୁଣା ଭୁଲ ପାଇଁ ଅନୁତାପ କରିବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଭ । ବୈବାହିକ ଜୀବନ ଖୁସିରେ କଟିବ । ପରିବାର ସଦସ୍ୟଙ୍କ ସମର୍ଥନ ଏବଂ ସମନ୍ୱୟ କାମକୁ ସହଜ କରିବ ।
ମୀନ ରାଶି
ଉଚ୍ଚଧିକାରୀ ଓ ବରିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ ପ୍ରଂଶସା ପାଇବେ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ୟ୍ୟ ହେବେ । କଠିନ ଶ୍ରମ ଓ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିବେ। ପ୍ରୀୟଜନଙ୍କ ସହିତ ପାର୍ଟି କରିବାକୁ ଚାହିଁବେ କିମ୍ୱା ବାହାରକୁ ଯିବାକୁ ଚାହିଁବେ । ବାହାରକୁ ନେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମ୍ପର୍କ ସଫଳତାର ସହିତ ମଜଭୁତ କରିପାରିବେ।
ALSO READ: https://purvapaksa.com/akshaya-tritiya-2025-gold-kharidne-ka-shubh-muhurat-in-april/