IIT Baba: ଆଇଆଇଟି ବାବା ଓରଫ୍ ଅଭୟ ସିଂ, ସୋସିଆଲ ମିଡ଼ିଆର ବେଶ ଚର୍ଚ୍ଚିତ ନାମ । ଯିଏ କି ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରୁ ବେଶ ଚର୍ଚ୍ଚାକୁ ଆସିଥିଲେ ।
ଆଇଆଇଟି ବାବା ତାଙ୍କ ବିବାଦୀୟ ବୟାନ ଓ କାର୍ଯ୍ୟକଳାପ ପାଇଁ ସେ ବେଶ ଜଣାଶୁଣା। ଏବେ ପୁଣିଥରେ ଚର୍ଚ୍ଚାରେ ଆଇଆଇଟି ବାବା ଓରଫ୍ ଅଭୟ ସିଂହ । ତାଣ୍ଡବ ନୃତ୍ୟ କରି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ବାବା ।
ସୂଚନା ଅନୁଯାୟୀ, ଆଇଆଇଟି ବାବାଙ୍କୁ ଅଟକ ରଖିଛି ଜୟପୁର ପୋଲିସ । ସେ ସୋସିଆଲ ମିଡିଆରେ ଜୀବନ ହାରିବାକୁ ଧମକ ଦେଇଥିଲେ । ଏହାପରେ ସେ ରହୁଥିବା ହୋଟେଲକୁ ଯାଇ ବାବାଙ୍କୁ ଅଟକ ରଖିଛି ପୋଲିସ । ବାବାଙ୍କ ନିକଟରେ ଗଂଜେଇ ମଧ୍ୟ ମିଳିଛି । ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜୟପୁର ପୋଲିସ ଏବେ ତାଙ୍କୁ ପଚରାଉଚରା କରୁଛି ।
ତେବେ ସେ ଗଂଜେଇକୁ ଭଗବାନଙ୍କ ପ୍ରସାଦ ବୋଲି କହିବା ବେଳେ ତାଙ୍କ ଜୀବନ ହାରିବାର ମିଛ ଆରୋପର ତାଙ୍କ ଘରେ ପଶି ତାଙ୍କୁ ଆରେଷ୍ଟ କରାଯାଇଛିଅ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଏହି ଭଗବାନଙ୍କ ପ୍ରାସାଦକୁ ସମସ୍ତେ ଗ୍ରହଣ କରୁଛନ୍ତି ତେବେ ସମସ୍ତଙ୍କୁ ଆରେଷ୍ଟ କରନ୍ତୁ ।
ସୂଚନାଯୋଗ୍ୟ ଯେ, ତାଙ୍କୁ ଏକ ଘରୋଇ ଟିଭି ଚ୍ୟାନେଲରେ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା । ହେଲେ ସେଠି କିଛି ଲୋକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏହା ବିରୋଧରେ ସେ ନୋଏଡା ସେକ୍ଟର ୧୨୬ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।
ALSO READ: https://purvapaksa.com/muslims-entry-ban-demand-from-braj-holi-what-islam-say-about-holi/
ବ୍ରଜର ହୋଲିରେ ମୁସଲମାନମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି