Tribal : ଜନଜାତିର ଲେକମାନେ ସେମାନଙ୍କ ପୂର୍ବଜମାନଙ୍କ ମୃତଦେହ ବାହାର କରି ନୂଆ ପୋଷାକରେ ଗୁଡାଇ ଦିଅନ୍ତି । ଆଉ ଏହା ପରେ ପୂର୍ବପୁରୁଷଙ୍କ କବର ପାଖରେ ଗୀତ ଗାଇ ନାଚନ୍ତି । ତେବେ ଏହା କରିବା ଦ୍ୱାରା ସେମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଖୁସି ଏବଂ ସମୃଦ୍ଧ ରହିବା ପାଇଁ ଆଶୀର୍ବାଦ କରଥାନ୍ତି ବୋଲି ସେମନଙ୍କ ବିଶ୍ଵାସ ।
ଦୁନିଆରେ ବିଭିନ୍ନ ପ୍ରକାରର ଜାତି ଏବଂ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଯେଉଁମାନଙ୍କର ପରମ୍ପରା ଏବଂ ରୀତିନୀତି ମଧ୍ୟ ଅଲଗା ରହିଥାଏ । ଏମିତିକି ବିବାହରେ ମଧ୍ୟ ଅଜବ ରୀତିନୀତି ପାଳନ କରିଥାନ୍ତି ଏହି ଭିନ୍ନ ଭିନ୍ନ ଜନଜାତିର ଲୋକେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜନଜାତୀଙ୍କ କଥା କହିବୁ ଯେଉଁମାନଙ୍କ ଅଜବ ପରମ୍ପରା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ଇଷ୍ଟ ଆଫ୍ରିକାର ମାଡାଗାସ୍କାରରେ ରୁହନ୍ତି ମାଲାଗାସୀ ଜନଜାତିର ଲୋକେ । ଏହି ଜନଜାତିର ଲୋକମାନେ ଫାମାଡିହାନା ନାମକ ଏକ ପରମ୍ପରା ପାଳନ କରନ୍ତି । ଏହି ରୀତିନୀତି ପ୍ରତି ସାତ ବର୍ଷରେ ପାଳନ କରାଯାଏ । ଏହି ପ୍ରଥା ଅନୁଯାୟୀ, ଜନଜାତିର ଲେକମାନେ ସେମାନଙ୍କ ପୂର୍ବଜମାନଙ୍କ ମୃତଦେହ ବାହାର କରି ନୂଆ ପୋଷାକରେ ଗୁଡାଇ ଦିଅନ୍ତି । ଆଉ ଏହା ପରେ ପୂର୍ବପୁରୁଷଙ୍କ କବର ପାଖରେ ଗୀତ ଗାଇ ନାଚନ୍ତି । ତେବେ ଏହା କରିବା ଦ୍ବାରା ସେମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଖୁସି ଏବଂ ସମୃଦ୍ଧ ରହିବା ପାଇଁ ଆଶୀର୍ବାଦ କରଥାନ୍ତି ବୋଲି ସେମନଙ୍କ ବିଶ୍ଵାସ ।
ପ୍ରତିବର୍ଷ ଥାଇଲାଣ୍ଡର ଫୁକେତରେ ପାଳନ କରାଯାଏ ଶକାହାରୀ ପର୍ବ । ଏହି ଅଜବ ପରମ୍ପରାରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖାଯାଏ । ଲୋକମାନେ ଏହି ପର୍ବର ୯ଦିନ ପୂର୍ବରୁ ମାଂସ ଖାଇବା ବନ୍ଦ କରି ଦିଅନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଲୋକମାନେ ଧାରୁଆ ଛୁରୀ କିମ୍ବା ଖଣ୍ଡା ଦ୍ଵାରା ସେମାନଙ୍କର ଗାଲ କିମ୍ବା ଓଠ କାଟନ୍ତି । ଏମାନଙ୍କର ବିଶ୍ୱାସ ଯେ ଏପରି କରିବା ଦ୍ଵାରା ଭଗବାନ ସେମାନଙ୍କୁ ସୁରକ୍ଷା ଦେଇଥାନ୍ତି ।
ଇଜିପ୍ଟରେ ଯେତେବେଳେ କୌଣସି ଲୋକ ଅନ୍ୟ ଜଣଙ୍କ ଘରକୁ ଅତିଥି ଭାବେ ଯାଆନ୍ତି ସେମାନେ ଭୁଲରେ ମଧ୍ୟ ଖାଇବା ସମୟରେ ଲୁଣ ମାଗନ୍ତି ନାହିଁ । କାରଣ ଏଠାରେ ଅତିଥି ଲୁଣ ମାଗିବା ଅପରାଧ ବୋଲି ବିଶ୍ବାସ କରାଯାଏ । ସେହିପରି ଇଣ୍ଡୋନେସିଆର ଦାନି ଜାନଜାତିରେ ଏକ ସ୍ବତନ୍ତ୍ର ପରମ୍ପରା ପାଳନ କରାଯାଏ । ଏହି ଜନଜାତିର ଲୋକମାନଙ୍କ ପରିବାରରେ କହାର ମୃତ୍ୟୁ ହେଲେ ମହିଳାମାନଙ୍କୁ ଆଙ୍ଗୁଠି କାଟିଥାନ୍ତି ।
ବର୍ତ୍ତମାନ ଏହି ପରମ୍ପରାକୁ ନିଷେଧ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ କେତେକ ବୃଦ୍ଧ ଲୋକମାନେ ଏହି ଅଜବ ପରମ୍ପରାକୁ ଅନୁସରଣ କରୁଛନ୍ତି । ଚାଇନାରେ ଥିବା ଏକ ପରମ୍ପରା ଅନୁସାରେ ସ୍ବାମୀ ଗର୍ଭବତୀ ପତ୍ନୀଙ୍କ ସହିତ ଜଳୁଥିବା ନିଆଁ ଉପରେ ଖାଲି ପାଦରେ ଚାଲନ୍ତି । ଏମାନେ ବିଶ୍ଵାସ କରନ୍ତି ଯେ ନିଆଁରେ ଚାଲିବା ଦ୍ଵାରା ଡେଲିଭରି ସହଜ ହୋଇଥାଏ । ଦକ୍ଷିଣ କେନିଆର ତାଞ୍ଜା ନିଆରେ ମାସାଇ ନାମକ ଏକ ଜନଜାତି ବସବାସ କରନ୍ତି । ଏଠାରେ ଲୋକମାନେ ବିଭିନ୍ନ ଶୁଭ ସମୟରେ ଗାଈ ରକ୍ତ ପିଅନ୍ତି । ଖାସ କରି ଶିଶୁ ଜନ୍ମ ଏବଂ ବିବାହ ସମୟରେ ଏଭଳି କାମ କରନ୍ତି ସେଠାକାର ଏହି ଜନଜାତି । ଅଜବ ରହିଛି ଏଠାକାର ନିତିନିୟମ ।
Also read https://purvapaksa.com/weather-forecast-next-two-days-fog-prediction-in-odisha/
ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ କୁହୁଡି ସମ୍ଭାବନା, ୨୪ ଘଣ୍ଟା ପାଇଁ ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି