ନିମିଷା ପ୍ରିୟା ମାମଲାରେ ଆସିଲା ବଡ଼ ଖବର । ରଦ ହେଲା ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ । ଏନେଇ ‘ଗ୍ରାଣ୍ଡ ମୁଫତି ଅଫ୍ ଇଣ୍ଡିଆ’ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି । ୟେମେନର ରାଜଧାନୀ ସାନାରେ ଏକ ଉଚ୍ଚସ୍ତରୀୟ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡ଼ିଛି । ଗ୍ରାଣ୍ଡ ମୁଫତିଙ୍କ କାର୍ଯ୍ୟାଳୟ ଏହା ମଧ୍ୟ କହିଛି ଯେ, ୟେମେନି ସରକାର ଏପର୍ଯ୍ୟନ୍ତ ସରକାରୀ ଭାବରେ ଫାଶିଦଣ୍ଡ ବାତିଲ୍ ନେଇ ଲିଖିତ ଭାବରେ ନିଶ୍ଚିତ କରିନାହାଁନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏପର୍ଯ୍ୟନ୍ତ ବାତିଲ ନେଇ କୌଣସି ନିଶ୍ଚିତ ସୂଚନା ଦେଇ ନାହିଁ, କିନ୍ତୁ ୟେମେନର ରାଜଧାନୀ ସାନାରରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଭାରତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ନମିଳିଥିବାରୁ ଦ୍ୱନ୍ଦ୍ୱ ଉପୁଜିଛି । ୟେମେନ ଜେଲରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟର ନିଷ୍ପତ୍ତି ପରେ ନିମିଶାଙ୍କୁ ୧୬ ଜୁଲାଇରେ ଫାଶୀ ଦିଆଯିବାର ଥିଲା। ତଥାପି, ଭାରତର ଗ୍ରାଣ୍ଡ ମୁଫତି ଏବଂ ସୁନ୍ନି ନେତା କଣ୍ଠପୁରମ୍ ଏପି ଆବୁ ବକର ମୁସଲିୟାରଙ୍କ ହସ୍ତକ୍ଷେପ ଯୋଗୁଁ ଫାଶୀ ସ୍ଥଗିତ ରଖାଯାଇଥିଲା। ଏଠାରେ କହି ରଖୁଛୁ ଯେ ନିମିଷା ପ୍ରିୟା ଜଣେ ଭାରତୀୟ ନର୍ସ ଯାହାଙ୍କୁ ୟେମେନ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ମିଳିଛି। ନିମିଷା ପ୍ରିୟା କେରଳର ପାଲକ୍କଡ ଜିଲ୍ଲାର କୋଲେଙ୍ଗୋଡର ବାସିନ୍ଦା ଏବଂ ୨୦୦୮ମସିହାରେ ଏକ ଚାକିରି ପାଇଁ ୟେମେନ ଯାଇଥିଲେ।
ୟେମେନର ଆଇନ ଅନୁଯାୟୀ ନିମିଷା ସ୍ଥାନୀୟ ବ୍ୟବସାୟୀ ତଲାଲ ଅବଦୋ ମହଦିଙ୍କୁ ତାଙ୍କର ବ୍ୟବସାୟିକ ସହଯୋଗୀ କରିଥିଲେ, କିନ୍ତୁ ୨୦୧୭ମସିହାରେ ନିମିଷାଙ୍କ ଉପରେ ତଲାତ ଅବଦୋ ମହଦିଙ୍କୁ ହତ୍ୟା କରିବାର ଅଭିଯୋଗ ଆସିଥିଲା । ନିମିଷାଙ୍କ ଅଭିଯୋଗ ଅନୁଯାୟୀ ତଲାଲ ତାଙ୍କ ଟଙ୍କା ଓ ପାସପୋର୍ଟ ରଖିଦେଇଥିଲେ । ଏହାସହିତ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ଏବଂ ତାଙ୍କ ପାସପୋର୍ଟ ଫେରି ପାଇବା ପାଇଁ ନିମିଷା ତଲାଲଙ୍କୁ ବେହୋସ କରିବାକୁ କେଟାମାଇନ୍ ଇଞ୍ଜେକସନ ଦେଇଥିଲେ । ହେଲେ ଏହାର ମାତ୍ରା ଅଧିକ ହୋଇଯିବାରୁ ତଲାଲଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୨୦୨୦ରେ ନିମିଷାଙ୍କୁ ୟେମେନ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିଲେ । ଯାହାକୁ ୨୦୨୩ମସିହରରେ ୟେମେନର ସର୍ବୋଚ୍ଚ ନ୍ୟାୟିକ ପରିଷଦ ମଧ୍ୟ ସମର୍ଥନ କରିଥିଲା । ନିମିଷା ୨୦୧୭ ମସିହାରୁ ୟେମେନର ସାନା ଜେଲରେ ବନ୍ଦୀ ଅଛନ୍ତି । ନିମିଷାଙ୍କ ଫାଶି ତାରିଖ ୧୬ଜୁଲାଇ ୨୦୨୫ ଧାର୍ଯ୍ୟ ହୋଇଥିଲା । ହେଲେ ସେହିଦିନ ଦଣ୍ଡାଦେଶ ସ୍ଥଗିତ ରଖାଯାଇଥିଲା । ଏହି ମାମଲାର ସମାଧାନ କରିବା ପାଇଁ ‘ବ୍ଲଡ ମନ୍’ ମଧ୍ୟ ମୃତକଙ୍କ ପରିବାରକୁ ଜଚା ଯାଇଥିଲା, କିନ୍ତୁ ସେମାନେ ଈଶ୍ୱରଙ୍କ ଦଣ୍ଡ ପାଇଁ ଦାବି କରିଥିଲେ। ଯାହାର ଅର୍ଥ ମୃତ୍ୟୁ ବଦଳରେ ମୃତ୍ୟୁ ହୋଇଥାଏ।
Also Readhttps://purvapaksa.com/pahalgam-attack-mastermind-among-3-terrorists-killed-in-op-mahadev/


