- ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ୟୁସୁଫଙ୍କ ନାମରେ ରହିଛି
ପର୍ଥରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ବିଜୟୀ ଶତକ ଅର୍ଜନ କରିଥିବା ଯଶସ୍ୱୀ ଜୈସ୍ୱାଲଙ୍କ ନିକଟରେ ଏକ ରେକର୍ଡ ଭାଙ୍ଗିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିବାର ରେକର୍ଡ ଭାଙ୍ଗିବା ପାଇଁ ସେ ଆଉ ମାତ୍ର ୨୮୨ ରନ୍ ଆବଶ୍ୟକ କରୁଛନ୍ତି । ଚଳିତ ବର୍ଷ ଜୈସ୍ୱାଲ କେବଳ ଟେଷ୍ଟ କ୍ରିକେଟରେ ୫୮.୧୮ ଆଭରେଜ ଓ ୭୨.୫୨ ଷ୍ଟ୍ରାଇକ ରେଟରେ ମୋଟ ୧୨୮୦ ରନ୍ ସଂଗ୍ରହ କରିସାରିଛନ୍ତି । ଏଥିରେ ୩ଟି ଶତକ ଓ ୭ଟି ଅର୍ଦ୍ଧଶତକ ରହିଛି । ଭାରତୀୟ ଭାବେ ଗୋଟିଏ ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିବାରେ ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୨୦୧୦ରେ ୧୪ଟି ଟେଷ୍ଟ ଖେଳି ୭୮.୧୦ ହାରରେ ମୋଟ ୧୫୬୨ ରନ୍ ସଂଗ୍ରହ କରିଥିଲେ । ଏଥିରେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ରହିଥିଲା ।
ଟେଷ୍ଟ ଇତିହାସରେ ଗୋଟିଏ ବର୍ଷରେ ସର୍ବାଧିକ ରନ ରେକର୍ଡ ପାକିସ୍ତାନର ମହମ୍ମଦ ୟୁସୁଫଙ୍କ ନାମରେ ରହିଛି । ସେ ୨୦୦୬ରେ ୧୧ଟି ଟେଷ୍ଟ ଖେଳି ୯୯.୩୩ ହାରରେ ମୋଟ ୧୭୮୮ ରନ୍ ସଂଗ୍ରହ କରିଥିଲେ । ଏଥିରେ ୯ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଥିଲା ।
previous article: https://purvapaksa.com/mohammed-shami-has-played-6-t20s-in-the-last-11-days/