- ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ଦୌଡ
- ରୋହିତ ବାହିନୀକୁ ଆଉ କେତେ ମ୍ୟାଚ୍ ଜିତିବାକୁ ହେବ ଜାଣନ୍ତୁ …
- ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଆଗରେ
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ହେବା ଦିନଠୁ ଭାରତ କ୍ରମାନ୍ୱୟରେ ୨ଥର ଫାଇନାଲରେ ପ୍ରବେଶ କରିସାରିଛି। ମାତ୍ର ଥରେ ହେଲେ ଟାଇଟଲ ଜିତିପାରି ନାହିଁ। ଏଥର ମଧ୍ୟ ଭାରତର ସୁଯୋଗ ରହିଛି। ମାତ୍ର ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପରାଜୟ ପରେ ଫାଇନାଲ୍ ଯାତ୍ରା କଷ୍ଟକର ହୋଇଯାଇଛି। ସବୁ କିଛି ନିର୍ଭର କରୁଛି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଉପରେ।
ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଜିତି ଅଷ୍ଟ୍ରେଲିଆ ୧-୧ରେ ସିରିଜ ବରାବର କରିବା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ମାତ୍ର ଡିଫେଣ୍ଡିଂ ଚାମ୍ପିଅନ୍ ନିକଟରେ ଶୀର୍ଷସ୍ଥାନ ୨୪ଘଣ୍ଟା ମଧ୍ୟ ରହି ନଥିଲା । ଏପଟେ ଦକ୍ଷିଣ ଆଫ୍ରିକା ୧୦୯ ରନରେ ଶ୍ରୀଲଙ୍କାକୁ ହରାଇ ଶୀର୍ଷକୁ ଉନ୍ନୀତ ହୋଇଥିଲା । ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାରେ ଦକ୍ଷିଣ ଆଫ୍ରିକା ୬୩.୩୩% ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ୬୦.୭୧% ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ଓ ୫୭.୨୯% ପଏଣ୍ଟ ସହ ଭାରତ ତୃତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ଠାରୁ ଉଭୟ ଟେଷ୍ଟ ପରାଜିତ ହେବା ପରେ ଶ୍ରୀଲଙ୍କାର ପଏଣ୍ଟ ୪୫.୪୫%କୁ ଖସିଛି । ତଥାପି ଦଳ ଚତୁର୍ଥ ସ୍ଥାନ ବଜାୟ ରଖିଛି । ନ୍ୟୁଜିଲାଣ୍ଡ ମଧ୍ୟ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷରେ କ୍ରମାନ୍ୱୟରେ ୨ଟି ଟେଷ୍ଟ ପରାଜିତ ହୋଇଛି । ୪୪.୨୩% ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ରହି ଫାଇନାଲ ଦୌଡରୁ ବାଦ ପଡ଼ିଛି ।
ଭାରତ ପାଇଁ ଆଗାମୀ ଯାତ୍ରା କଠିନ ହୋଇପାରେ, କିନ୍ତୁ ରାସ୍ତା ବନ୍ଦ ହୋଇନାହିଁ । ଭାରତ ବର୍ତ୍ତମାନ ସୁଦ୍ଧା ୫୭.୨୯% ପଏଣ୍ଟ ହାସଲ କରିଛି । ଆଗକୁ ରୋହିତ ବାହିନୀ ଆଉ ୩ଟି ଟେଷ୍ଟ ଖେଳିବ।ସମସ୍ତ ଟେଷ୍ଟ ଜିତିଲେ ଭାରତର ପଏଣ୍ଟ ୬୪.୦୪%ରେ ପହଞ୍ଚି ପାରିବ । ଫଳରେ ଭାରତ ସିଧାସଳଖ ଫାଇନାଲରେ ପ୍ରବେଶ କରିପାରିବ ।
- ଭାରତ ୪-୧ରେ ସିରିଜ ଜିତିଲେ ବିନା ଦ୍ୱିଧାରେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିବ । ଅନ୍ୟ କୌଣସି ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଭାରତ ୩-୧ରେ ଉକ୍ତ ସିରିଜ ଜିତିଲେ(ଗୋଟିଏ ଟେଷ୍ଟ ଡ୍ର’ ରଖିବାକୁ ହେବ) ଭାରତର ପଏଣ୍ଟ ୬୦.୫୩%ରେ ପହଞ୍ଚି ପାରିବ । ଫଳରେ ଦଳ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ । ଏଭଳିସ୍ଥଳେ ଅଷ୍ଟ୍ରେଲିଆ ପରବର୍ତ୍ତୀ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ୨-୦ରେ ଜିତିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିପାରିବ ନାହିଁ । ଉଭୟ ମ୍ୟାଚ ଜିତିଲେ ଅଷ୍ଟ୍ରେଲିଆର ପଏଣ୍ଟ ୫୭.୦୨%ରେ ହିଁ ପହଞ୍ଚି ପାରିବ ।
- ସେହିପରି ୩-୨ରେ ସିରିଜଜିତିଲେ ମଧ୍ୟ ଭାରତ ଫାଇନାଲ୍କୁଯୋଗ୍ୟତା ଅର୍ଜନ କରିପାରିବ। ଏହି ପରିସ୍ଥିତିରେ ଭାରତର ପଏଣ୍ଟ ୫୮.୭୭%ରେପ ହଞ୍ଚିବ । କିନ୍ତୁ ଭାରତକୁ ପରବର୍ତ୍ତୀ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଉପରେ ନିର୍ଭର କରିବାକୁ ପଡ଼ିବ । ଘରୋଇ ଶ୍ରୀଲଙ୍କା ୨ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଗୋଟିଏ ଟେଷ୍ଟ ହରାଇବାକୁ ପଡ଼ିବ । ଏପରିକି ଅଷ୍ଟ୍ରେଲିଆ ୧-୦ରେ ଉକ୍ତ ସିରିଜ ଜିତିଲେ ମଧ୍ୟ ପଏଣ୍ଟରେ ଭାରତଠୁ ତଳେ ରହିବ।
- ୨-୨ରେ ସିରିଜ ବରାବର ରହିଲେ ମଧ୍ୟ ଭାରତର ଫାଇନାଲ ସୁଯୋଗ ରହିବ। ମାତ୍ର ଏଥିପାଇଁ ଶ୍ରୀଲଙ୍କା ଉପରେ ନିର୍ଭର କରିବାକୁ ହେବ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜକୁ ଶ୍ରୀଲଙ୍କା ୨-୦ରେ ଜିତିଲେ ଭାରତ ଫାଇନାଲରେ ପ୍ରବେଶ କରିପାରିବ ।
- ଭାରତ ୨-୩ରେ ସିରିଜ ପରାଜିତ ହେଲେ ମଧ୍ୟ ଫାଇନାଲରେ ପ୍ରବେଶ କରି ପାରିବ । ୨-୩ରେ ସିରିଜ ପରାଜୟ ହେଲେ ଭାରତର ପଏଣ୍ଟ ୫୩.୫୧% ରହିବ । ହେଲେ ଏଥିପାଇଁ ୨ଟି ସିରିଜ ଉପରେ ନିର୍ଭର କରିବାକୁ ହେବ । ପ୍ରଥମତଃ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ୨-୦ରେ ସିରିଜ ମୂଳେପାଛ କରିବା ଆବଶ୍ୟକ ପଡ଼ିବ ।ଏହା ବାଦ ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆ ଅତିକମରେ ଗୋଟିଏ ମ୍ୟାଚ୍ ଡ୍ର’ ରଖିଲେ ଭାରତର ଫାଇନାଲ ସମ୍ଭବ ହୋଇପାରିବ ।
previous article: https://purvapaksa.com/australia-blow-india-away-in-record-tim/