Calendars: ଆପଣ କେବେ ଭାବିଛନ୍ତି କି, ଦୁନିଆରେ କ୍ୟାଲେଣ୍ଡର ନଥିଲେ, ଆମ ଜୀବନ କେମିତି ହୋଇଥାନ୍ତା? ଆମ ଦୁନିଆରେ କତେ ପ୍ରକାରର କ୍ୟାଲେଣ୍ଡର ଅଛି ଏବଂ କେଉଁ କ୍ୟାଲେଣ୍ଡର ବ୍ୟବହାର କରାଯାଉଛି ଆସନ୍ତୁ ଜାଣିବା ଏହି ବିଷୟରେ ।
ଆମର ପ୍ରତିଦିନର ଆରମ୍ଭ ଏକ ନୂତନ ତାରିଖ ସହିତ ହୁଏ। ବର୍ଷ, ମାସ, ଶୁଭ-ଅଶୁଭ ଦିନ, ଚନ୍ଦ୍ରଗ୍ରହଣ, ସୂର୍ୟଗ୍ରହଣ ଆଦିର ତଥ୍ୟ ବିଷୟରେ ଆମେ କ୍ୟାଲେଣ୍ଡର ଦ୍ୱାରା ଜାଣିବାକୁ ପାଉ। ହିନ୍ଦୁଙ୍କ ମଧ୍ୟରେ ପଞ୍ଚାଙ୍ଗ ଦେଖିବାର ପରମ୍ପରା ଅଛି । ତେବେ ଇସ୍ଲାମରେ ହିଜରୀ କ୍ୟାଲେଣ୍ଡର ଦେଖାଯାଇଥାଏ। କିନ୍ତୁ ଆପଣଙ୍କୁ ଜାଣିଛି କି, ବିଶ୍ୱରେ କେତେ ପ୍ରକାରର କ୍ୟାଲେଣ୍ଡର ବ୍ୟବହାର ହୁଏ।
ଫ୍ରାନ୍ସରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣ ପଡ଼ି଼ଛି ଯେ, ଦୁନିଆରେ ୩୦,୦୦୦ ବର୍ଷ ଠାରୁ କ୍ୟାଲେଣ୍ଡର ବ୍ୟବହାର କରାଯାଉଛି।
ଭାରତରେ ହିନ୍ଦୁ ପଞ୍ଚାଙ୍ଗର ଇତିହାସ ୧୦୦୦ ବର୍ଷ ପୂର୍ବରୁ ରହିଛି । ବର୍ତ୍ତମାନରେ ଗ୍ରେଗୋରିୟନ କଲେଣ୍ଡରର ବ୍ୟବହାର ହୁଏ ଯାହା ୧୫୮୨ ମସିହାରେ ତିଆରି ହୋଇଥିଲା। ଏହି କଲେଣ୍ଡର ୩୬୫.୨୫ ଦିନକୁ ଗ୍ରହଣ କରେ। ଏହାରେ ଲିପ୍ ୟିୟର ବି ରହିଛି।
ଏକ ରିସର୍ଚ୍ଚ ଅନୁଯାୟୀ, କେବଳ ଭାରତରେ 36 ପ୍ରକାରର କ୍ୟାଲେଣ୍ଡର୍ ବ୍ୟବହାର ହେଉଥିଲା, କିନ୍ତୁ ଆଜିର ସମୟରେ ୧୨ଟି ପ୍ରଚଳିତ ଅଛି, ଯେଉଁଥିରେ ୨୪ଚଳନରୁ ବାହାରି ଯାଇଛି।
ୟହୁଦୀ କ୍ୟାଲେଣ୍ଡର ଚନ୍ଦ୍ର ଓ ସୂର୍ଯ୍ୟରୁ ତିଆରି କରାଯାଇଛି। ବିଶ୍ବର ସମସ୍ତ ଦେଶର ୟହୁଦୀକୁ ବ୍ୟବହାର କରନ୍ତି। ଏହାର ଦ୍ଵିତୀୟ ନାମ ହିବ୍ରୁ କ୍ୟାଲେଣ୍ଡର।
ଭାରତୀୟ କାଲେଣ୍ଡରକୁ ଶକ ସଂବତ୍ କିମ୍ବା ବିକ୍ରମ ସଂବତ୍ କୁହାଯାଏ। ଏହି କାଲେଣ୍ଡର ମଧ୍ୟ ସୂର୍ୟ ଓ ଚନ୍ଦ୍ର ଉପରେ ଆଧାରିତ।
ଚୀନର କେଲେଣ୍ଡର ମଧ୍ୟ ସୂର୍ୟ ଏବଂ ଚନ୍ଦ୍ରକୁ ନେଇ ନିର୍ମିତ, କିନ୍ତୁ ଏହା ଗ୍ରେଗୋରିୟନ କେଲେଣ୍ଡରରୁ ଭିନ୍ନ । ସେଠାରେ ଏହାକୁ କୃଷି କେଲେଣ୍ଡର ବୋଲି କୁହାଯାଏ।
ଇସ୍ଲାମୀ କ୍ୟାଲେଣ୍ଡରକୁ ହିଜରୀ କ୍ୟାଲେଣ୍ଡର ବୋଲି କୁହାଯାଏ। ଏହା ଚନ୍ଦ୍ରମା ଉପରେ ଆଧାରିତ । ଏଥିରେ ୩୫୪ କିମ୍ବା ୩୫୫ ଦିନ ରହିଥାଏ । ଏହାର ଅଧିକାଂଶ ବ୍ୟବହାର ଆରବ ଦେଶମାନେ କରନ୍ତି।
ALSO READ: https://purvapaksa.com/these-indoor-plants-reduce-the-temperature-of-your-house/