ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୁରୁଷମାନଙ୍କର ଯେତିକି ଅଧିକାର ରହିଛି ମହିଳାମାନଙ୍କର ମଧ୍ୟ ସେତିକି । ଆଉ ଭାରତରେ ତ ମହିଳାମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଅଧା । ତେଣୁ ଶାସନ ବ୍ୟବସ୍ଥାରେ ସେମାନଙ୍କର ସମାନ ପ୍ରତିନିଧିତ୍ଵ ରହିବା ଆଇନତଃ ସମାନ । ତେବେ ବିଭିନ୍ନ କାରଣରୁ ଏହା ଏପର୍ଯ୍ୟନ୍ତ ହୋଇ ପାରିନାହିଁ ଏବଂ ସମ୍ପ୍ରତି ଏହି କାର୍ଯ୍ୟ ନିମନ୍ତେ ସରକାର ପଦକ୍ଷେପ ନେବା ଅବଶ୍ୟ ସ୍ଵାଗତଯୋଗ୍ୟ । ସେପ୍ଟେମ୍ବର ୨୦୨୩ରେ ସଂସଦରେ ପାରିତ ହୋଇଥିଲା ନାରୀ ଶକ୍ତି ବଦନ ଅଧୁନିୟମ ନାମରେ ଏକ ଆଇନ ଯାହା ମହିଳାମାନଙ୍କ ପାଇଁ ଲୋକସଭା ଏବଂ ରାଜ୍ୟମାନଙ୍କର ବିଧାନସଭାଗୁଡ଼ିକରେ ମୋଟ ସଦସ୍ୟ ସଂଖ୍ୟାର ଏକ-ତୃତୀୟାଂଶ, ଅର୍ଥାତ୍ ୩୩ ପ୍ରତିଶତ ଆସନ ବାଧ୍ୟତାମୂଳକ ଭାବରେ ସଂରକ୍ଷିତ କରିବାକୁ ଧାର୍ଯ୍ୟ କରିଛି ।
ଏହି ଆଇନ ଆହୁରି ମଧ୍ୟ ଉଲ୍ଲେଖ କରେ ଯେ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ନୂଆ ସୀମା ନିର୍ଦ୍ଧାରଣ କରାଯିବା ପରେ କାର୍ଯ୍ୟକାରୀ କରାଯିବ, ଯାହା ପରୋକ୍ଷରେ ଜନଗଣନା କାର୍ଯ୍ୟ ଶେଷ ହେବା ପରେ କରାଯାଇ ପାରିବ ବୋଲି ବୁଝାଏ । ନିକଟରେ ସରକାର ଘୋଷଣା କରିଛନ୍ତି ଯେ ୨୦୨୧ ମସିହାରେ ସମ୍ପନ୍ନ ହେବାକୁ ଥୁବା ଜନଗଣନା କାର୍ଯ୍ୟ ମାର୍ଚ୍ଚ ୧, ୨୦୨୭ ସୁଦ୍ଧା ଶେଷ ହେବ ।
ତେଣୁ ସଦନଗୁଡ଼ିକରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଜନଗଣନା କାର୍ଯ୍ୟ ଏବଂ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ କରାଯାଇ ସାରିବା ପରେ ହିଁ କେବଳ କରାଯାଇ ପାରିବ । ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସହିତ ୨୦୨୯ ସାଧାରଣ ନିର୍ବାଚନ ଅନୁଷ୍ଠିତ କରାଇବାର ଯୋଜନା ହୁଏତ ଏକ ବଡ଼ କାର୍ଯ୍ୟ ଭାବରେ ପ୍ରତୀୟମାନ ହୋଇପାରେ ।
କହିବା ବାହୁଲ୍ୟ, ଏହି ପଦକ୍ଷେପ କେବଳ ଯେ ଲିଙ୍ଗଗତ ସମାନତାକୁ ଆଉ ପଦେ ଆଗକୁ ନେଇଯିବ, ତାହା ନୁହେଁ, ବରଂ ଏହା ହେବ ବିଧୂ ସଂଗତ ଭାବରେ ସମାଜ ଆଗକୁ ଆଉ ପାଦେ ଆଗେଇବାର କାର୍ଯ୍ୟ ଯାହା ସ୍ଥାନୀୟ ସ୍ୱାୟତ୍ତ ସରକାରମାନଙ୍କର କ୍ଷମତାକୁ ସ୍ଵୀକାର କରି କ୍ଷମତାର ବିକେନ୍ଦ୍ରୀକରଣ କରିବା ସହିତ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାର ପ୍ରଚଳନ କରିବା ନିମନ୍ତେ ହୋଇଥିବା ସମ୍ବିଧାନ (୭୩ତମ ସଂଶୋଧନ) ନିୟମ,୧୯୯୨କୁ କାର୍ଯ୍ୟରେ ପରିଣତ କରିବା ନିମନ୍ତେ ଏକ ପଦକ୍ଷେପ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରିବା ଏବଂ ଜନଗଣନା କାର୍ଯ୍ୟ ସମ୍ପନ୍ନ କରିବା ଆଗକୁ ବିନା କୌଣସି ବିବାଦରେ ସମ୍ପାଦିତ ହୋଇପାରେ, ୨୦୨୭ ଜନଗଣନା ରିପୋର୍ଟ ଆଧାରରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣ କରାଯିବା ତୀବ୍ର ବିରୋଧର ସମ୍ମୁଖୀନ ହେବା ଅବଶ୍ୟ ସୁନିଶ୍ଚିତ।
ଭାରତୀୟ ସାଧାରଣତନ୍ତ୍ର ସାବାଳକମାନଙ୍କ ଦ୍ଵାରା ମତଦାନ କରାଯିବାର ବ୍ୟବସ୍ଥାକୁ ଅନୁସରଣ କରୁଥିବା ବେଳେ, ଜନସଂଖ୍ୟା ନିୟନ୍ତ୍ରଣଜନିତ ନିୟମର ଅନୁପାଳନ କରି ସେହି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ସମ୍ପର୍କରେ ରାଜ୍ୟମାନେ ଅନୁସରଣ କରିଥିବା ବିଭିନ୍ନ ପ୍ରକାରର ପଦକ୍ଷେପଗୁଡ଼ିକ ଏମିତି ଏକ ପରିସ୍ଥିତି ସୃଷ୍ଟି କରିଛି ଯେ ତାକୁ ସମାଧାନ କରିବା ଯେତିକି ମନେ ହେଉଛି, ସେତିକି ଆଦୌ ସହଜସାଧ୍ୟ ହେବନାହିଁ ।
ଏହି କ୍ଷେତ୍ରରେ ଯେଉଁ ରାଜ୍ୟମାନେ ସଫଳତା ସହିତ ସେମାନଙ୍କ ଲକ୍ଷ୍ୟ ହାସଲ କରି ସାରିଛନ୍ତି, ସେମାନେ କେବଳ ଜନଗଣନା ତଥ୍ୟ ଅନୁସାରେ କ୍ଷତିର ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ସେମାନଙ୍କର ଜନସଂଖ୍ୟା ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିବା ‘ଗୋଟିଏ ଲୋକ, ଗୋଟିଏ ଭୋଟ୍’ ସମେତ ଅନେକଗୁଡ଼ିଏ ମୌଳିକ ଗଣତାନ୍ତ୍ରିକ ନୀତିକୁ ଦୁର୍ବଳ କରିଦେବ । ଏହା ବ୍ୟତୀତ ସରକାର ସବୁ ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକାଠି କରିବାର ପ୍ରସ୍ତାବ ସମେତ ଆହୁରି ବେଶ୍ କେତେକ ନିର୍ବାଚନୀ ସଂସ୍କାରମୂଳକ ପଦକ୍ଷେପ ନେବା ସମ୍ପର୍କରେ କହି ଆସୁଛନ୍ତି ।
ଏହିସବୁ କେତେକ ପ୍ରମୁଖ ପ୍ରସଙ୍ଗ ରହିଛି, ଯାହା ଉପରେ ଜାତୀୟ ସ୍ତରରେ ସହମତି ସୃଷ୍ଟି ହେବା ନିହାତି ଜରୁରୀ ଏବଂ ଭାରତୀୟମାନେ ଯେଭଳି ଭାବରେ ସେମାନଙ୍କର ଶାସକମାନଙ୍କୁ ନିର୍ବାଚିତ କରୁଛନ୍ତି, ସେ ବାବଦରେ ସରକାର ଯେ କୌଣସି ବଡ଼ ଧରଣର ପରିବର୍ତ୍ତନ ଆଣିବାର ଯଥେଷ୍ଟ ପୂର୍ବରୁ ଏକ ସର୍ବସମ୍ମତ ପଦକ୍ଷେପ ଉପରେ ଉପନୀତ ହେବା ନିମନ୍ତେ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ।
ସମ୍ପ୍ରତି ସରକାରଙ୍କ ଦ୍ଵାରା ଘୋଷିତ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଦୁଇ ଗୋଟି ଅତ୍ୟାବଶ୍ୟକ ସର୍ଭେ ରହୁଥିବା ବେଳେ ଏହାଙ୍କ ସମ୍ମୁଖରେ ସବୁଠୁ ବଡ଼ ଆହ୍ଵାନ ହେଉଛି ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ନିର୍ଦ୍ଧାରଣକୁ ନିର୍ବାଚନୀ ରାଜନୀତିଠାରୁ କିପରି ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖାଯିବ ।
ଏହି ପ୍ରସଙ୍ଗ ନିଶ୍ଚିତ ଭାବରେ ସରକାରଙ୍କର ପ୍ରବର୍ତ୍ତାଇବା ଶକ୍ତି ଏବଂ କୌଶଳପୂର୍ଣ୍ଣ ପରିଚାଳନାର ଅଗ୍ନି ପରୀକ୍ଷା ନେବ । ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ସପକ୍ଷରେ ଯାହା ସରକାରଙ୍କ ପାଇଁ ସହାୟତା ପ୍ରଦାନ କରିପାରେ, ତାହା ହେଉଛି ଏକ ବ୍ୟାପକ ସହମତି: ୨୦୨୪ ଲୋକସଭା ନିର୍ବାଚନରେ ମତଦାନ କ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଅର୍ଥାତ୍ ଏହି ନିର୍ବାଚନରେ ପୁରୁଷ ମତଦାତାଙ୍କ ହାର ୬୫.୬ ପ୍ରତିଶତ ଥିବା ବେଳେ ମହିଳାମାନଙ୍କର ହାର ୬୫.୮ ପ୍ରତିଶତ ହେବା ଏବଂ ଏହା ସ୍ଵାଭାବିକ ଯେ ମହିଳାମାନଙ୍କ ଭିତରେ ଦେଖା ଦେଇଥିବା ଏହି ଉତ୍ସାହକୁ ସଂସଦରେ ସେମାନଙ୍କର ପ୍ରତିନିଧିତ୍ଵରେ ପରିଣତ କରାଯିବା ଉଚିତ।
ଏହା ପରେ ହିଁ ଜଣେ ଆଶା କରିପାରେ ୯ ସଂସଦ ସମେତ ଆଇନ ପ୍ରଣୟନକାରୀ ସଂସ୍ଥାମାନଙ୍କରେ ମହିଳାମାନଙ୍କ ପ୍ରତିନିଧିତ୍ଵ ବର୍ତ୍ତମାନ ଦେଶରେ ରହିଥିବା ପରିସ୍ଥିତିକୁ ଏକ ଅର୍ଥପୂର୍ଣ ଢଙ୍ଗରେ ପରିବର୍ଶନ କରାଇ ପାରେ।
ALSO READ https://purvapaksa.com/neet-ug-2025-results-declared/
