Depression: ଅବସାଦ ଏକ ମାନସିକ ରୋଗ, କିନ୍ତୁ ଏହାକୁ ଅନେକ ସମୟରେ ଅଣଦେଖା କରାଯାଏ ।
ଗମ୍ଭୀର କଥା ହେଉଛି ଅବସାଦକୁ ପୀଡ଼ିତା ଏବଂ ତାଙ୍କ ଆଖପାଖରେ ରହୁଥିବା ଲୋକମାନେ ସହଜରେ ଚିହ୍ନଟ କରନ୍ତି ନାହିଁ । ଏହି କାରଣରୁ ଆହୁରି ଅନେକ ରୋଗ ମଧ୍ୟ ହୋଇଥାଏ, ଯେଉଁସମୟରେ ଔଷଧ ଦ୍ୱାରା ଆରାମ ମିଳେ ନାହିଁ । ଯାହା ପରେ ଡାକ୍ତର ରୋଗୀକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ପଠାନ୍ତି, ତା’ପରେ କେଉଁଠି ଡିପ୍ରେସନ ଚିହ୍ନଟ ହୁଏ ।
ସହରରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ମାନସିକ ଅବସାଦରେ ପୀଡ଼ିତ ହେଉଛନ୍ତି। ଗାଜିଆବାଦର ପୁରୁଣା ମହିଳା ଡାକ୍ତରଖାନାର ଏନସିଡି ଶାଖାର ମାନସିକ ରୋଗ ବିଭାଗର ପରିସଂଖ୍ୟାନ ଏହା ଦର୍ଶାଉଛି । ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସେମାନଙ୍କ ପାଖକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ୬୦ରୁ ୭୦ ପ୍ରତିଶତ ହେଉଛନ୍ତି ମହିଳା ।
ବର୍ତ୍ତମାନ ସାରା ଦୁନିଆର ଏକମାତ୍ର ଚିନ୍ତାର କାରଣ ସାଜିଛି ଅବସାଦ ବା ଡିପ୍ରେସନ୍। ଏ ବିଷୟରେ କେହି କଥା ହେବାକୁ ଚାହାନ୍ତି ନାହିଁ। ଏଣୁ ଏହାକୁ ସମାଧାନ କରିବାରେ ବାଧା ଉପୁଜିଥାଏ। ବ୍ୟସ୍ତବହୁଳ ଜୀବନ ଶୈଳୀ ଓ ଅବସାଦଗ୍ରସ୍ତ ଜୀବନ ଯୋଗୁ ସାରା ଦୁନିଆର ପ୍ରାୟ ୩ରୁ ୫ ଲକ୍ଷ ଲୋକ ଡିପ୍ରେସନ୍ର ଶିକାର ହେଉଛନ୍ତି। ଭାରତରେ ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ଅବସାଦଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ୧୦ ପ୍ରତିଶତ ମହିଳାଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ୍ ବୋଲି ଜଣାଯାଇଛି।
ରିପୋର୍ଟ ମୁତାବକ ଭାରତରେ ୧୪ ବର୍ଷରୁ କମ୍ ବୟସର ଶିଶୁ ଡିପ୍ରେସନ୍ର ଶିକାର ହେଉଛନ୍ତି। ଏଥିରେ ଉଭୟ ପୁଅ ଓ ଝିଅ ସାମିଲ ଅଛନ୍ତି। କିଶୋର ବୟସରେ ଅଧିକାଂଶ ଯୁବପିଢ଼ି ଅବସାଦଗ୍ରସ୍ତ ହୋଇପଡ଼ୁଛନ୍ତି। ଆସନ୍ତୁ ଜାଣିବା ଅବସାଦର କାରଣ ଓ ପ୍ରତିକାର…
କାରଣ:
ଅବସାଦର ମୁଖ୍ୟ କାରଣ ମଧ୍ୟରେ ଚିନ୍ତା, ପିଲାଙ୍କ ପାଠପଢ଼ା, ପ୍ରତିସ୍ପର୍ଦ୍ଧା, ପାରିବାରିକ ସମସ୍ୟା, ସମାଜରେ ପରିବର୍ତ୍ତନ ଆଦି ସାମିଲ ରହିଛି। ମହିଳାଙ୍କଠାରେ ଏହି ସମସ୍ୟା ଘର ଓ ଅଫିସ କାମ ଟେନ୍ସନ୍ ଯୋଗୁ ଦେଖାଦେଇଥାଏ। କାମ ପାଇଁ ସେମାନେ ନିଜକୁ ସମୟ ଦେଇପାରିନଥାନ୍ତି ଫଳରେ ଚିନ୍ତା ଧୀରେ ଧୀରେ ଡିପ୍ରେସନ୍ର ରୂପ ଧାରଣ କରିଥାଏ।
ପ୍ରତିକାର:
- ଅବସାଦରୁ ମୁକ୍ତି ପାଇବାର ସବୁଠାରୁ ସୁବିଧା ଉପାୟ ହେଉଛି ଯୋଗ। ପ୍ରତିଦିନ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ମିଳେ।
- ପରିବାର ଓ ସାଙ୍ଗସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ମୁଣ୍ଡ ରିଲାକ୍ସ ରହିବ।
- ପ୍ରତିଦିନ ଚାଲିବାକୁ ଯାଆନ୍ତୁ, ଜଗିଂ କରନ୍ତୁ। ଯଦି ସୁବିଧା ହେଉଛି ତେବେ ପହଁରିବାକୁ ଯାଆନ୍ତୁ। ଏହାଦ୍ୱାରା ସକାରାତ୍ମକ ଉର୍ଜା ଜାଗ୍ରତ ହୁଏ।
- ଆହାରରେ ପୁଷ୍ଟିକର ଭୋଜନକୁ ସାମିଲ କରନ୍ତୁ। ବିଭିନ୍ନ ପ୍ରକାରର ଫଲ, ପନିପରିବା, ମାଂସ, ଡାଏରୀ ପ୍ରଡକ୍ଟ , ମାଛ ଆଦି ଖାଇବା ସହ ପ୍ରଚୁର ପାଣି ପିଅନ୍ତୁ।
- ଅଫିସ କାମକୁ ଅଫିସରେ ସାରନ୍ତୁ। ଘରେ ଅଫିସ କାମ ନ କରିବାକୁ ଚେଷ୍ଟା କରନ୍ତୁ।
- ମଦ, ସିଗାରେଟ୍ ଆଦିଠାରୁ ଦୂରେଇ ରୁହନ୍ତୁ।
ALSO READ: https://purvapaksa.com/health-benefits-of-roasted-chana/