WINTER HAIR CARE: ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ଆପଣ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବା ଉଚିତ ନୁହେଁ କିମ୍ବା ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ ।
ଉଷୁମ ପାଣିରେ ଗାଧୋଇବା ଲାଭଦାୟକ ହୋଇପାରେ । ଏହା ଥଣ୍ଡା ଅନୁଭବକୁ ରୋକିଥାଏ ଏବଂ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ । ସଂକ୍ରମଣର ଆଶଙ୍କା ମଧ୍ୟ କମ୍ ହୋଇଥାଏ । ମୁଣ୍ଡ ସଫା କରିବା ତ ଦୂରର କଥା ଗାଧୋଇବାକୁ ବି ଭୟ କରିଥାନ୍ତି ।
ଥଣ୍ଡାରୁ ରକ୍ଷା ପାଇଁ ଅନେକ ଲୋକ ସବୁଦିନ ଗରମ ପାଣିରେ ଗାଧୋଉଥିବା ଦେଖାଯାଏ । କେଶକୁ ମଧ୍ୟ ଗରମ ପାଣିରେ ଧୁଅନ୍ତି । ତେବେ ଆପଣ ଜାଣନ୍ତି କି ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ଧୋଇବା ଭଲ, ଗରମ ପାଣି ନା ଥଣ୍ଡା ? କ’ଣ କଲେ କେଶ ସୁସ୍ଥ ଓ ଚମକଦାର ରହିବ ?
ଯଦି ଗରମ ପାଣି କଥା କହିବା, କେଶକୁ ସଫାସୁତୁରା ରଖିବା ପାଇଁ ଗରମ ପାଣି ଉତ୍ତମ ମନେକରାଯାଏ । କାରଣ ଗରମ ପାଣିରେ ମୁଣ୍ଡ ସଫା କଲେ କେଶରେ ଥିବା ତେଲ ଓ ଅଳିଆ ଭଲ ଭାବେ ବାହାରିଯାଏ । ତଥାପି କେଶ ପାଇଁ ଏହା ଲାଭଦାୟକ ହୋଇନପାରେ । ଯଦିଓ ମୁଣ୍ଡରୁ ମଇଳା ସଫା ହୋଇଯାଏ ହେଲେ ଏହାଦ୍ବାରା ଲୋମଛିଦ୍ର ଖୋଲିଯାଉଥିବାରୁ କେଶ ରୁକ୍ଷ ହୋଇପାରେ । ଥଣ୍ଡା ପାଣି କେଶର କ୍ୟୁଟିକଲକୁ ବନ୍ଦ କରି ଏହାର ନମନୀୟତା ଲକ୍ କରିଥାଏ । ଏହି କାରଣରୁ କେଶ ସୁସ୍ଥ ରହିବା ସହ ଚମକଦାର ବା ସାଇନ୍ କରିଥାଏ । ଥଣ୍ଡା ପାଣି କେଶର ରଙ୍ଗ ବଜାୟ ରଖିବାରେ ସାହାଯ୍ୟ କରେ । ଏଥିରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ହେଉଥିବାରୁ କେଶ ମୂଳ ମଜଭୁତ ହୋଇପାରେ ।
ଚର୍ମ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗରମ ପାଣି କେଶ ପାଇଁ ହାନିକାରକ । କାରଣ ଏହା କେଶକୁ ଡିହାଇଡ୍ରେଟ କରିଦିଏ । ଏହାଦ୍ବାରା କେଶ ଶୁଷ୍କ, ଭଙ୍ଗୁର ଓ ରୁକ୍ଷ ହୋଇଯାଏ । କେଶର କ୍ୟୁଟିକଲ୍ ଗରମ ପାଣିରେ କ୍ଷତିଗ୍ରସ୍ତ ହୋଇଥାଏ । ଫଳରେ କେଶ ଝଡିବା ସମ୍ଭାବନା ଥାଏ । ହେଲେ ଥଣ୍ଡା ପାଣି କେଶ ପାଇଁ ସର୍ବୋତ୍ତମ । କାରଣ ଏଥିରେ କ୍ୟୁଟିକଲ୍ସକୁ ଆଦୌ କ୍ଷତି ପହଞ୍ଚେନାହିଁ ।
ଗରମ ପାଣି ମୁଣ୍ଡରୁ ମଇଳା ସଫା କରିବାରେ ସାହାଯ୍ୟ କରେ । କାରଣ ଏଥିରେ କେଶର କ୍ୟୁଟିକଲ ଖୋଲିଯାଏ ଯାହାଫଳରେ ସାମ୍ପୂ ଭଲ ଭାବେ ମୁଣ୍ଡରେ ଥିବା ଅଳିଆ ସଫା କରିପାରେ । କିନ୍ତୁ ଗରମ ପାଣିରେ ମୁଣ୍ଡ ଧୋଇବା ଅନୁଚିତ୍ । ଏହା ବଦଳରେ ସାମାନ୍ୟ ଉଷୁମ ପାଣି ବ୍ୟବହାର କରିପାରିବେ ।
କେଉଁ ପାଣିରେ ମୁଣ୍ଡ ଧୋଇଲେ କ’ଣ ହୁଏ
ଗରମ ପାଣି ଲୋମଛିଦ୍ରକୁ ଖୋଲି ଭଲ ଭାବେ ସଫା କରେ
ହେଲେ ଏଥିରେ କେଶ ଶୁଷ୍କ ଓ ରୁକ୍ଷ ହୋଇଥାଏ । କେଶ ଝଡିବା ସମସ୍ୟା ମଧ୍ୟ ଦେଖାଦେଇପାରେ
ନଖ ଉଷୁମ ପାଣିରେ କେଶ ଧୋଇପାରିବେ । ଥଣ୍ଡା ପାଣିରେ କେଶର ନମନୀୟତା ବଜାୟ ରଖେ ।
ଏହା କେଶରେ ମଇଶ୍ଚର ବା ନମନୀୟତା ଲକ୍ କରିଥାଏ । କେଶ ହାଇଡ୍ରେଟ ରହିବା ସହ ଚମକଦାର ଦିଶେ ।
ଆପଣ ଚାହିଁଲେ ଉଭୟ ଥଣ୍ଡା ଓ ଗରମ ପାଣିରେ ମୁଣ୍ଡ ସଫା କରିପାରିବେ ।
ପ୍ରଥମେ ନଖ ଉଷୁମ ପାଣିରେ ମୁଣ୍ଡକୁ ଧୁଅନ୍ତୁ । ଆପଣ ବ୍ୟବହାର କରୁଥିବା ସାମ୍ପୂକୁ ମୁଣ୍ଡରେ ଲଗାଇ ଭଲ ଭାବେ ଘଷନ୍ତୁ ଏବଂ କେଶରୁ ସବୁ ଅଳିଆ ଓ ତେଲ ବାହାର କରନ୍ତୁ । ଦେଖିବେ ପାଣି ଯେମିତି ପାଣି ଆଦୌ ଅଧିକ ଗରମ ନଥିବ । ସାମାନ୍ୟ ଉଷୁମ ଥିବା ଆବଶ୍ୟକ । ସେହି ଉଷୁମ ପାଣିରେ ସାମ୍ପୂ ଧୋଇ କଣ୍ଡିସନର ଲଗାନ୍ତୁ ।
ଏହାପରେ କଣ୍ଡିସନରକୁ ଥଣ୍ଡା ପାଣିରେ ଧୁଅନ୍ତୁ । ଏହା ଲୋମଛିଦ୍ର ବନ୍ଦ କରିବାରେ ସାହାଯ୍ୟ କରେ ।