Shamba Dashami: ଆଜି ଶାମ୍ବ ଦଶମୀ । ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ।
ଚଳିତ ବର୍ଷ ଶାମ୍ବ ଦଶମୀ ଜାନୁୟାରୀ ୯ ତାରିଖରେ ପାଳନ କରାଯାଉଛି । ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। ଶାମ୍ବଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ଭିନ୍ନଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବପାଳିତ ହୋଇଥାଏ ।
ତେବେ ଶାମ୍ବଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ଯାଏଁ ଏତେ ପିଠାପଣାର ପର୍ବ ପଡ଼େନାହିଁ । ଅନ୍ୟ ପର୍ବପର୍ବାଣିରେ ପିଠାପଣାର ଆସର ଜମୁଥିବା ବେଳେ ଶାମ୍ବଦଶମୀରେ ପିଠାପଣା ସହିତ ଘରେ ଆଉ ଏକ ଭିନ୍ନ ଏବଂ ସ୍ୱାଦିଷ୍ଟ ତରକାରୀ ହୋଇଥାଏ ।
ବିଭିନ୍ନ ପନିପରିବା ପଡି ଏହି ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ ତାକୁ ‘ଘଡଘଡା ତିଅଣ’ କୁହାଯାଇଥାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ବା ‘ଘଡ଼ଘଡ଼ା ତିଅଣ’ ।
ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ ଦିନ ଭିଡ ହୋଇଥାଏ।
ବ୍ରତଧାରୀମାନେ ସେଠାରେ ସୂର୍ଯ୍ୟ ଉଦୟ ଦର୍ଶନ କରି ସ୍ନାନ କରିଥାନ୍ତି। ଏଥିସହିତ ସୂର୍ଯ୍ୟ ଦେବତାଙ୍କୁ ଦ୍ବୀପ ଅର୍ପଣ କରିଥାନ୍ତି। ତେବେ ଯେଉଁମାନେ ଚନ୍ଦ୍ରଭାଗା ଯାଇପାରନ୍ତି ନାହିଁ ସେମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି। ହେଲେ ଘରେ ପୂଜା ବିଧି ଭିନ୍ନ ପ୍ରକାରର ହୋଇଥାଏ।
ପୌରାଣିକ କିମ୍ବଦନ୍ତୀ :
ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିବା କୁହାଯାଏ। ଏହି ଦିନରେ ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ବିଭିନ୍ନ ପ୍ରକାରର ପିଠା, ମିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ ଭୋଗ ଲଗାଯାଏ।
ALSO READ: https://purvapaksa.com/soul-leaves-the-body-from-different-organs/