ନିର୍ମାଣ ବିଭାଗରେ ପଦୋନ୍ନତି ଆଇନରେ ଚଞ୍ଚକତା। ସୁପ୍ରିମକୋର୍ଟଙ୍କ ରାୟକୁ ଦଳିମକଚି ସହକାରୀ ଯନ୍ତ୍ରୀଙ୍କୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏହି ପଦୋନ୍ନତି ଦେବା ସମୟରେ ଗତମାସରେ ଯେଉଁ ଅବିଚାର କରାଯାଇଛି, ସେଥିରେ କ୍ଷତିଗ୍ରସ୍ତ ସାଧାରଣ ବର୍ଗର ଯନ୍ତ୍ରୀ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଛନ୍ତି, ତାଙ୍କୁ ଏବେ ବିଭାଗର ଅତିରିକ୍ତ ସଚିବ ଟେଲିଫୋନ ଯୋଗେ ଧମକ ଦେଇ ମାମଲା ପ୍ରତ୍ୟାହାର କରିବାକୁ କହୁଛନ୍ତି, ନ ମାନିଲେ ତାଙ୍କୁ ଦୂର ସ୍ଥାନକୁ ବଦଳି କରିଦେବେ ବୋଲି କହୁଛନ୍ତି।
ଗତ ମାସ ୬ ତାରିଖରେ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ପାହ୍ୟାକୁ ପଦୋନ୍ନତି ଦେବାକୁ ଏକ ବୈଠକ ହୋଇଥିଲା, ଏଥିରେ ସରକାରୀ ନିର୍ଦ୍ଦେଶ ଏପରିକି ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରାଯାଇଛି। ସେହି ବୈଠକରେ ଚଞ୍ଚକତା କରି ସଂରକ୍ଷିତ ବର୍ଗର ଯନ୍ତ୍ରୀଙ୍କୁ ଅଣସଂରକ୍ଷିତ ପଦବୀକୁ ପଦୋନ୍ନତି ଦେବାକୁ ସୁପାରିଶ କରାଯାଇଛି। ଏଥିପାଇଁ ୫୧ଜଣ ଅଣସଂରକ୍ଷିତ ଯନ୍ତ୍ରୀ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି। ଅଣସଂରକ୍ଷିତ ବର୍ଗର ଯନ୍ତ୍ରୀଙ୍କଠାରୁ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଇଛି।
ଯେଉଁ ସାଧାରଣ ବର୍ଗର ଯନ୍ତ୍ରୀମାନେ ପଦୋନ୍ନତିରୁ ବଞ୍ଚିତ ହେଲେ, ସେମାନେ ନ୍ୟାୟପାଇଁ ରାଜ୍ୟ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଫଳରେ ପଦୋନ୍ନତି ନଥି ଯାଇ ମନ୍ତ୍ରୀଙ୍କ ନିକଟରେ ପହଞ୍ଚିଲାବେଳକୁ ଏହା ଉପରେ ହାଇକୋର୍ଟ ରୋକ ଲଗାଇଦେଇଛନ୍ତି। ଏଥିରେ କ୍ଷୁବ୍ଧ ହୋଇ ନିର୍ମାଣ ବିଭାଗର ଅତିରିକ୍ତ ସଚିବ ରକ୍ତ ଚାଉଳ ଚୋବାଉଛନ୍ତି। ମାମଲା ଦାୟର କରିଥିବା ଯନ୍ତ୍ରୀଙ୍କୁ ଧମକ ଦେଉଛନ୍ତି ମାମଲା ପ୍ରତ୍ୟାହାର ନ କଲେ ବିଭାଗରୁ ଫୋପାଡି ଦିଆଯିବ।
ଅତିରିକ୍ତ ସଚିବ ଏପରି ବ୍ୟବହାରକୁ ନେଇ ବିଭାଗରେ ଯନ୍ତ୍ରୀ ମହଲରେ ଯେଉଁ ଚର୍ଚ୍ଚା ତାହା ହେଲା, ପ୍ରଥମତଃ ସେ ଆଇନକୁ ଅଣଦେଖା କଲେ। ଦ୍ଵିତୀୟତଃ ସେ ବିଭାଗୀୟ ସଚିବଙ୍କୁ ଭୁଲ ତଥ୍ୟ ଦେଇ ଅନ୍ଧାରରେ ରଖିଲେ। ତୃତୀୟତଃ ପଦୋନ୍ନତି କମିଟି ସମ୍ମୁଖରେ ଭୁଲ ଆଇନ ଓ ଭୁଲ ତଥ୍ୟ ରଖିଲେ। ଏବେ ପ୍ରଶ୍ନ ଉଠୁଛି ଏ ଅତିରିକ୍ତ ସଚିବ ସଂରକ୍ଷିତ ବର୍ଗର ପକ୍ଷ ନେଉଛନ୍ତି କାହିଁକି? କ’ଣ ତାଙ୍କର ସ୍ଵାର୍ଥ ରହିଛି ସେଥିରେ। ସେ ନିଜେ ସଂରକ୍ଷିତ ବର୍ଗର ନା, ସେ ସଂରକ୍ଷିତ ବର୍ଗର ଯନ୍ତ୍ରୀଙ୍କଠାରୁ କିଛି ବେଶ୍ ମୋଟା ଅଙ୍କର ଉପହାର ହାତେଇଛନ୍ତି। ପଦୋନ୍ନତିରେ ରୋକ ଯୋଗୁଁ ଏ ଉପହାର କଣ୍ଟା କ’ଣ ତାଙ୍କ ଗଳାରେ ଲଟକିଛି କି?
ଏମିତି କିନ୍ତୁ ଆଲୋଚନା ଚାଲିଥିବାବେଳେ, ସଚିବ ନୀରବ ରହି କିଛି ନ ଜାଣି ନ ବୁଝି ଖାଲି ଦସ୍ତଖତ କରୁଛନ୍ତି। ବିଭାଗର ଦୁର୍ନୀତି ଖୋର ଅତିରିକ୍ତ ସଚିବ ଉପରେ କୌଣସି ପଦକ୍ଷେପ ନ ଦେଇ, ତଳିଆ କର୍ମଚାରୀଙ୍କ ଉପରେ ଦାଉ ସାଧୁଛନ୍ତି। ବିଭାଗର ଏଭଳି ବେଆଇନ କାମ ଉପରେ ସଚିବ, ମୁଖ୍ୟଶାସନ ସଚିବ ଓ ମନ୍ତ୍ରୀ ଦୃଷ୍ଟିଦେବେ ବୋଲି ଆଶା ରଖିଛନ୍ତି ଯନ୍ତ୍ରୀମାନେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସର ଆଲୋଚନା: ଯୋଗୀ ଆଦିତ୍ୟନାଥ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କ’ଣ କହିଲେ