Why is Osho’s death still a mystery?: ଓଶୋଙ୍କ ଚିନ୍ତାଧାରା ପରି ତାଙ୍କ ମୃତ୍ୟୁ ବି ରହସ୍ୟମୟ,,୩୪ ବର୍ଷ ପରେ ଏବେବି ସନ୍ଦେହଘେରରେ ମୃତ୍ୟୁ।
ଓଶୋଙ୍କ ଜୀବନ ଯେପରି ରହସ୍ୟମୟ ତାଙ୍କ ମୃତ୍ୟୁ ମଧ୍ୟ ସେତିକି ରହସ୍ୟମୟ। ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ଓଶୋ ଯିଏ ନିଜକୁ ଭଗବାନ ରଜନୀଶ ବୋଲି କହୁଥିଲେ। ତାଙ୍କ ସମାଧିରେ ଲେଖା ହୋଇଛି ଯେ, ‘କେବେ ଜନ୍ମ ହୋଇ ନାହିଁ କି କେବେ ମରି ନାହିଁ। କେବଳ ୧୧ ଡିସେମ୍ୱର ୧୯୩୧ରୁ ୧୯ ଜାନୁଆରୀ ୧୯୯୦ ମଧ୍ୟରେ ପୃଥିବୀ ଭ୍ରମଣ କରିଛି’। ତାଙ୍କ ପୂରା ଜୀବନ ବିବାଦ ଏବଂ ରହସ୍ୟ ଘେରରେ ରହିଥିଲା। ଏପରିକି ତାଙ୍କ ମୃତ୍ୟୁ ମଧ୍ୟ ରହସ୍ୟମୟ। କାରଣ ତାଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟକୁ ତାଙ୍କ ପ୍ରିୟ ପରିଜନ, ଖାସ୍ ଲୋକ ଏବଂ ଅନୁଗାମୀଙ୍କୁ ଯିବାକୁ ବାରଣ କରାଯାଇଥିଲା। କେବଳ ୨-୩ ଜଣ ଲୋକ ହିଁ ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ ଉପସ୍ଥିତ ଥିଲେ। ଆଧିକାରୀକଭାବେ ତାଙ୍କ ମୃତ୍ୟୁର କାରଣ ଭାବେ ହାର୍ଟ ଆଟାକ ବୋଲି କୁହାଯାଇଥିଲା କିନ୍ତୁ ଆଶ୍ରମ ପକ୍ଷରୁ କୁହାଯାଇଥିଲା କି ଆମେରିକାର କାରାଗାରରେ ତାଙ୍କୁ ବିଷ ଦିଆଯାଇଥିବା କାରଣରୁ ତାଙ୍କ ଜୀବନ କଷ୍ଟକର ହୋଇପଡ଼ିଥିଲା। ଏପରିକି କେବଳ ୧୦ ମିନିଟ୍ ପାଇଁ ହିଁ ତାଙ୍କ ପାର୍ଥୀବ ଶରୀରକୁ ଦର୍ଶନ ପାଇଁ ରଖାଯାଇଥିଲା।
୧୯ ଜାନୁଆରୀ ୧୯୯୦ରେ ଓଶୋଙ୍କ ମୃତ୍ୟୁ ସମୟର ଆଖ ପାଖରେ ଯେଉଁ ରହସ୍ୟମୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି। ଏହି ପରିସ୍ଥିତିରେ ପୋଲିସ ମଧ୍ୟ ଅଧିକ ଖୋଳତାଳ କରିନଥିଲା ଯାହା ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଥିଲା। ଆପଣ ଜାଣି ଚକିତ ହେବେ ଯେ, ଓଶୋଙ୍କ ମୃତ୍ୟୁ ହେବା ପରେ ହିଁ ତାଙ୍କ ବ୍ୟକ୍ତଗତ ଚିକିତ୍ସକ ଡକ୍ଟର ଗୋକୁଲ ଗୋକାନୀଙ୍କୁ ଆଶ୍ରମକୁ ଡକାଯାଇଥିଲା। ଏହା ପୂର୍ବରୁ ହିଁ ଆଶ୍ରମରେ ଅନେକ ଡାକ୍ତର ଉପସ୍ଥିତ ଥିବା ଜଣାପଡିଥିଲା। ପ୍ରଶ୍ନ ଉଠୁଛି ଯେ, ଏତେ ଡାକ୍ତରଙ୍କ ଉପସ୍ଥିତି ସତ୍ତ୍ୱ ମଧ୍ୟ ଓଶୋଙ୍କ ମୃତ୍ୟୁ ପରେ ତତ୍କାଳ ଡାକ୍ତରୀ ମାଇନା କାହିଁକି କରାଯାଇନଥିଲା?
ଡକ୍ଟର ଗୋକାନୀ ଯେତେବେଳେ ଆଶ୍ରମରେ ପହଞ୍ଚିଥିଲେ ସେତେବେଳକୁ ଓଶୋଙ୍କ ମୃତ୍ୟୁ ହୋଇସାରିଥିଲା। ଯେଉଁଥିରୁ ଜଣାପଡ଼ୁଛି ଯେ, ଡାକ୍ତର ପହଞ୍ଚିବାର କିଛି ସମୟ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ହୃଦ୍ଘାତ ଦର୍ଶାଇ ମୃତ୍ୟୁ ପ୍ରମାଣ ପତ୍ର ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାଦ୍ୱାରା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଲୁଚାଇବା ସହ ପୋଷ୍ଟମର୍ଟମ ପରୀକ୍ଷା କରାଇବାକୁ ମଧ୍ୟ ଏଡ଼ାଇ ଦିଆଯାଇଥିଲା। ଏହି ଘଟଣା ଅଧିକ ସନ୍ଦେହଜନକ ଅଟେ। ଏହାଛଡ଼ା ତାଙ୍କ ମୃତଦେହ ଦେଖିବାକୁ ମଧ୍ୟ ୧୦ ମିନିଟରୁ ଅଧିକ ସମୟ ଦିଆଯାଇନଥିଲା। ଏପରିକି ଓଶୋଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ମା’ଙ୍କୁ ମଧ୍ୟ ସୂଚିତ କରାଯାଇନଥିଲା। ଯେଉଁଥିପାଇଁ ତାଙ୍କ ମା’ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବାର ଆଶଙ୍କା ବ୍ୟକ୍ତ କରିଥିଲେ। ଘଟଣାକୁ ଅଧିକ ରହସ୍ୟମୟ କରିଥିଲା ତାଙ୍କ ଅନ୍ତ୍ୟେଷ୍ଠି ପ୍ରକ୍ରିୟା। ତରବରିଆଭାବେ ତାଙ୍କର ସଂସ୍କାର କରାଯାଇଥିଲା। ଏପରିକି ସର୍ବସାଧାରଣ ଦର୍ଶନ ପାଇଁ ତାଙ୍କ ମରଶରିରକୁ ମାତ୍ର ୧୦ ମିନଟ ପାଇଁ ରଖାଯାଇଥିଲା।
ଓଶୋଙ୍କ ନିକଟବର୍ତ୍ତୀ ଲୋକମାନେ ତାଙ୍କ ମୃତ୍ୟୁ ସହ ଜଡ଼ିତ ସୂଚନା ଉପରେ କଡ଼ା ନିୟନ୍ତ୍ରଣ ରଖିଥିଲେ। ଏପରିକି ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ମା’ଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇନଥିଲା। ଯେତେବେଳେ ଏହି ବିଷୟରେ ତାଙ୍କୁ ମା’ଙ୍କୁ କୁହାଯାଇଥିଲା, ସେ ସଙ୍ଗେ ସଙ୍ଗେ ସନ୍ଦେହ ପ୍ରକଟ କରିଥିଲେ ଯେ, ସେମାନେ ତାଙ୍କୁ ହତ୍ୟା କରିଛନ୍ତି। ଓଶୋଙ୍କ ସମ୍ପତ୍ତି ବିଷୟରେ ମଧ୍ୟ ଗୁପ୍ତ ରଖାଯାଇଥିଲା। ଯେହେତୁ ତାଙ୍କ ମୃତ୍ୟୁ ପରେ ପୋଲିତ ପାଖରେ ବହୁତ କମ୍ ସୁରାକ ଥିବାରୁ ତାଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା।
ଓଶୋଙ୍କ ମୃତ୍ୟୁ ପରେ ହିଁ ସଙ୍ଗେ ସଙ୍ଗେ ତାଙ୍କ ଶବଦାହ କରାଯାଇଥିଲା। ମୃତ୍ୟୁ ସମୟରେ ତାଙ୍କ ପାଖରେ ଥିବା ଘନିଷ୍ଠ ସହଯୋଗୀମାନେ ତାଙ୍କର ତୁରନ୍ତ ଶବଦାହ କରାଯାଉ ବୋଲି କହିଥିଲେ। ଯାହା ଫଳରେ ପୋଷ୍ଟମର୍ଟମ କରାଯାଇ ପାରିନଥିଲା କି ତାଙ୍କ ମୃତ୍ୟୁର ପ୍ରକୃତ କାରଣ ରହସ୍ୟ ହୋଇ ରହିଗଲା।
ତାଙ୍କ ମୃତ୍ୟୁ ପରେ, ଅନେକ ଘନିଷ୍ଠ ସହଯୋଗୀ ଏବଂ ବିଶ୍ୱାସୀମାନେ ଓଶୋଙ୍କ ବିଶ୍ୱ ସାମ୍ରାଜ୍ୟକୁ ନିୟନ୍ତ୍ରଣ କଲେ। କୁହାଯାଉଛି ଯେ, ଜୟେଶ ଏବଂ ଡକ୍ଟର ଜନ୍ ଆଣ୍ଡ୍ରିୟୁ ପରି ବ୍ୟକ୍ତିମାନେ ଓଶୋ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ତଥା ଆନୁଷଙ୍ଗିକ ବ୍ୟବସାୟ ପରିଚାଳନାରେ ପ୍ରମୁଖ ହୋଇଥିଲେ।
ଉଭୟେ ଓଶୋ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଉପରେ ନିୟନ୍ତ୍ରଣ ହାସଲ କରିଥିଲେ। ଏହି ସଂଗଠନ ସାରାବିଶ୍ୱରେ ଓଶୋଙ୍କ ଶିକ୍ଷାକୁ ପ୍ରଚାର ପ୍ରସାର କରିବାରେ ପରିଚାଳନା କରେ। ରିପୋର୍ଟ ଅନୁଯାୟୀ ଏହି ସଂଗଠନ ପ୍ରାୟ ୧୦୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ନିୟନ୍ତ୍ରଣ କରେ। ଏପରି ଅଭିଯୋଗ ରହିଛି ଯେ ଓଶୋଙ୍କ ମୃତ୍ୟୁ ପରେ ଫାଉଣ୍ଡେସନରୁ ବିଭିନ୍ନ ଟ୍ରଷ୍ଟ ସହିତ ସଂଯୁକ୍ତ ଘରୋଇ କମ୍ପାନୀକୁ ଟଙ୍କା ସ୍ଥାନାନ୍ତର କରାଯାଉଥିଲା। ଓଶୋଙ୍କ ମୃତ୍ୟୁର ବର୍ଷେ ପରେ ତାଙ୍କ ସମ୍ପତ୍ତି ଏକ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଗଲା।
ଓଶୋଙ୍କ ମୃତ୍ୟୁ ପରେ ଘଟିଥିବା ଘଟଣାଗୁଡ଼ିକ ଏବଂ ତାଙ୍କ ସମ୍ପତ୍ତି ପରିଚାଳନା ବିଷୟରେ ସଭିଙ୍କୁ ଚକିତ କରିଥିଲା। ଏଥିରୁ ଜଣାପଡ଼ୁଛି ଯେ ଏହି ଲୋକମାନେ ଓଶୋଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିଥିଲେ, ଯାହାକୁ ସେମାନେ ଲୁଚାଇ ରଖିଥିଲେ।
Also readhttps://purvapaksa.com/the-childs-childhood-returns/