Cow Milk: ପୁରାତନ କାଳରେ ଶିଶୁ ଜନ୍ମ ହେବା ଦିନଠାରୁ ଗାଈ କ୍ଷୀର ପିଇବାକୁ ଦିଆଯାଉଥିଲା।
ଆଜିକାଲି ଡାକ୍ତରମାନେ ଏକ ବର୍ଷରୁ କମ୍ ବୟସର ପିଲାଙ୍କୁ ଗାଈ କ୍ଷୀର ଦେବାକୁ ବାରଣ କରନ୍ତି । ଏହା ବଦଳରେ ଡାକ୍ତରମାନେ ପିଲାମାନଙ୍କୁ ଫର୍ମୁଲା କ୍ଷୀର ଦେବାକୁ ପରାମର୍ଶ ଦିଅନ୍ତି। ଯଦିଓ ଗାଈ କ୍ଷୀରରୁ ଫର୍ମୁଲା କ୍ଷୀର ମଧ୍ୟ ତିଆରି କରାଯାଏ, କିନ୍ତୁ ଶିଶୁର ପାଚନ ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଏ । କିନ୍ତୁ ଏକ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଗାଈ କ୍ଷୀର ଖାଇବାକୁ ଦେବା କାହିଁକି ବାରଣ କରାଯାଏ?
ଏହାକୁ ହଜମ କରିବା ଶିଶୁ ପାଇଁ କଷ୍ଟକର ହୋଇଥାଏ । ଏହାବ୍ୟତୀତ ଗାଈ କ୍ଷୀରରେ ଶିଶୁର ପ୍ରାରମ୍ଭିକ ବିକାଶ ପାଇଁ ଆବଶ୍ୟକ ଭିଟାମିନ୍-ଇ, ଆଇରନ୍ ଏବଂ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ର ଅଭାବ ରହିଛି। ଗାଈ କ୍ଷୀରରେ ଆଇରନ୍ ର ଅଭାବ ହେତୁ ନବଜାତ କନ୍ୟା ରକ୍ତହୀନତାର ଶିକାର ହୋଇପାରେ ।
ଶିଶୁଟିର ଜନ୍ମପରେ ମା’ କ୍ଷୀର ଖାଇନଥିବା ଶିଶୁକୁ ପ୍ରାରମ୍ଭିକ ଅବସ୍ଥାରେ ପୋଷଣର ବିକଳ୍ପ ଭାବେ ଯଦି ଗାଇଁ କ୍ଷୀର ଦିଆଯାଏ , ତେବେ ଶୈଶବରେ ସର୍ବଦା ଲୈାହସାର ଅଭାବ ଫଳରେ ରକ୍ତହୀନତାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରାଚୀନ କାଳରୁ ଗାଈ କ୍ଷୀର ଆମ ସଂସ୍କୃତି ସହ ଓତଃପ୍ରୋତଃ ଭାବେ ଯୋଡି ହୋଇଥିଲେ ହେଁ , ୧ ବର୍ଷ ବୟସରୁ କମ୍ ଶିଶୁଙ୍କୁ ଏହାଦେବା ଅନୁଚିତ ।
ଶିଶୁର ଅପରିପକ୍ୱ କିଡନୀ ଏହା ଚାପ ପକାଇବାର ସମ୍ଭାବନା ଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା କରାଏ ବୋଲି ଦାନୋନ୍ ଇଣ୍ଡିଆର ହେଲଥ ଆଣ୍ଡ ନ୍ୟୁଟ୍ରିସନ୍ ସାଇନ୍ସର ନନ୍ଦନ ଯୋଶୀ କହିଛନ୍ତି । ତେବେ ବଡ ପିଲା ଘରୋଇ ଖାଦ୍ୟ ସହିତ ଗାଇ କ୍ଷୀର ଖାଇପାରିବ । ୧ବର୍ଷ ବୟସ ନହେବା ପର୍ୟ୍ୟନ୍ତ ଶିଶୁକୁ ଆମିନୋ ଏସିଡ ଯୁକ୍ତ ଡବା ଖାଦ୍ୟ ଦେବା ଉଚିତ୍ ।
ନ୍ୟାସନାଲ୍ ଫ୍ୟାମିଲି ହେଲଥ ସର୍ଭେର ତଥ୍ୟ ଅନୁସାରେ, ୪୦ ପ୍ରତିଶତ ପିଲାଙ୍କୁ ନିର୍ଦ୍ଧାରିତ ସମୟରେ କେବଳ କମ୍ପ୍ଲିମେଂଟାରୀ ଫୁଡ୍ ଦିଆଯାଇଥିବା ବେଳେ ୬ରୁ ୨୩ମାସ ମଧ୍ୟରେ ୧୦ ପ୍ରତିଶତ ପିଲା ପର୍ୟ୍ୟାପ୍ତ ଭୋଜନ ପାଇଥିଲେ । ଭାରତରେ ଶିଶୁଙ୍କୁ ଗାଈ କ୍ଷୀର ଖାଇବାକୁ ଦିଆଯାଏ । ବିଶେଷକରି ଗ୍ରାମାଂଚଳ ଲୋକଙ୍କ ମଧ୍ୟରେ ଏନେଇ ସଚେତନତାର ଅଭାବ ରହିଛି । ରାପିଡ୍ ସର୍ଭେ ଅନ୍ ଚିଲଡ୍ରେନ୍ ଅନୁସାରେ, ୪୨ ପ୍ରତିଶତ ୧ ବର୍ଷରୁ କମ୍ ବୟସର ଶିଶୁ ଗାଈ କ୍ଷୀର କିମ୍ବା ଅନ୍ୟ କ୍ଷୀର ଖାଉଥିବା ଜଣାପଡ଼ିଛି ।
ପ୍ରାୟ ୩ ପ୍ରତିଶତ ପିଲା ପଶୁ କ୍ଷୀରରେ ଥିବା ପ୍ରୋଟିନକୁ ହଜମ କରି ପାରନ୍ତି ନାହିଁ । ମା’ କ୍ଷୀର ପାଇନଥିବା ଶିଶୁ ଠାରେ କ୍ଷୀର ଆଲର୍ଜି ଦେଖାଦେଲେ ତାର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପୋଷଣର ବିକଳ୍ପ ଆବଶୟକ । କ୍ଷୀର ଆଲର୍ଜି ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଇପାରେ – ଯଥା ତ୍ୱଚା ,ହଜମ ପ୍ରକ୍ରିୟା , ଶ୍ୱାସନଳୀ , ତ୍ୱଚା କୁଣ୍ଡାଇ ହୋଇ ଫଳିଯିବା , କେଜିମା , ବାନ୍ତି , ଡାଇରିଆ ,ପେଟ ବିନ୍ଧା ଓ ଅତ୍ୟଧିକ କାନ୍ଦିକା ଆଦି ସମସ୍ୟା ଦେଖାଦେଇଥାଏ।
ALSO READ: https://purvapaksa.com/baby-name-start-with-s/