ନିକଟ ଅତୀତରେ, ଦେଶରେ ତଥ୍ୟ ଉପଲବ୍ଧତାରେ ଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଉଦାହରଣ ସ୍ୱରୂପ, କେନ୍ଦ୍ରର ଏନଡ଼ିଏ ସରକାର ୨୦୨୨-୨୩ ଏବଂ ୨୦୨୩-୨୪ ପାଇଁ ଦୁଇ ପର୍ଯ୍ୟାୟ ଘରୋଇ ଉପଭୋଗ ବ୍ୟୟ ସର୍ବେକ୍ଷଣ କରିଛି ଯାହା ଘରୋଇ ଖର୍ଚ୍ଚ ଢାଞ୍ଚା ଉପରେ ସୂକ୍ଷ୍ମ ତଥ୍ୟ ପ୍ରଦାନ କରିଛି ଖାଲି ସେତିକି ନୁହେଁ,ଦେଶରେ ଦାରିଦ୍ର୍ୟ ଏବଂ ଅସମାନତାର ଆକଳନ ପାଇଁ ମଧ୍ୟ ଅନୁମତି ଦେଇଛି। ସରକାର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଶ୍ରମଶକ୍ତି ସର୍ବେକ୍ଷଣର ସଂଶୋଧିତ ନମୁନା ଡିଜାଇନ ପ୍ରମୁଖ ଶ୍ରମ ବଜାର ସୂଚକଗୁଡ଼ିକର ମାସିକ ଆକଳନ ସୃଷ୍ଟି କରିବାରେ ସହାୟକ ହେବ, ଯାହା କି ଶେଷରେ ନୀତି ନିର୍ଦ୍ଧାରଣରେ ସହାୟକ ହେବ।
ଇତିମଧ୍ୟରେ ବହୁ ବିଳମ୍ବ ହୋଇଥିବା ଦଶ ବର୍ଷିୟ ଜନଗଣନା ପାଇଁ ବୁଧବାର ଦିନ ତାରିଖ ଘୋଷଣା କରି ଏହା ଆଉ ଏକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଶ୍ଚିତ ଭାବରେ । ଉଲ୍ଲେଖଯୋଗ୍ୟ ଯେ କୋଭିଡ-୧୯ ମହାମାରୀ କାରଣରୁ ୨୦୨୧ ଜନଗଣନା ସ୍ଥଗିତ ରଖାଯାଇଥିଲା ଏବଂ ସେବେଠାରୁ ଏହା କରାଯାଇନାହିଁ। ଏହାର ଅର୍ଥ, ଶେଷ ଜନଗଣନା ମାର୍ଚ୍ଚ ୨୦୧୧ରେ ହୋଇଥିଲା ଏବଂ ସେହି ସମୟ ସୁଦ୍ଧା ଭାରତର ଜନସଂଖ୍ୟାର ଆକଳନ ପ୍ରଦାନ କରିଥିଲା।
ଜନଗଣନା ସମୟୋଚିତ ଏବଂ ସଠିକ୍ ତଥ୍ୟ ନୀତି ନିର୍ଦ୍ଧାରଣର ଆଧାର ବୋଲି ବିଚାରକୁ ନେଲେ, ଜନଗଣନା ତଥ୍ୟର ନିରନ୍ତର ଅନୁପସ୍ଥିତି ଦେଶରେ ନୀତି ନିର୍ଦ୍ଧାରଣରେ କେବଳ ବାଧା ସୃଷ୍ଟି କରିଥାଏ। ୨୦୨୭ ମସିହାର ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ଏକ ରିପୋର୍ଟ ଅନୁଯାୟୀ, ୨୦୨୬ ମସିହା ମାର୍ଚ୍ଚ-ଏପ୍ରିଲ ମାସ ସୁଦ୍ଧା ଘରୋଇ ତାଲିକା ପର୍ଯ୍ୟାୟ ଆରମ୍ଭ ହେବାର ସମ୍ଭାବନା ରହିଛି, ଯେତେବେଳେ କି ୨୦୨୭ ମସିହା ଫେବୃଆରୀ ମାସରେ ୨୧ ଦିନ ମଧ୍ୟରେ ଗଣନା ପ୍ରକ୍ରିୟା ଆରମ୍ଭ ହେବ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କହିବ ଅନୁଯାୟୀ, “ଜନସଂଖ୍ୟା ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ, ୨୦୨୭ର ପ୍ରଥମ ଦିନର 00:00 ଘଣ୍ଟା ହେବ।” କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର, ୨୦୨୬ର ପ୍ରଥମ ଦିନର 00.00 ଘଣ୍ଟା ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଏହା ସହିତ, ୨୦୨୭ ଜନଗଣନା କାର୍ଯ୍ୟରେ ଜାତି ଗଣନା ମଧ୍ୟ ଅନ୍ତର୍ଭୁକ୍ତ ହେବ।
Also readhttps://purvapaksa.com/trump-is-angry-with-india-for-musk/
Trump is angry with India for Musk!।। ମସ୍କଙ୍କ ପାଇଁ ଭାରତ ଉପରେ ଟ୍ରମ୍ପ ଖପା!
1 Comment
Pingback: Indore Case ସୋନମ, ସୁପାରି ଏବଂ ସରେଣ୍ଡର... ରାଜ କୁଶୱାହା କିଏ?