Bail Scheme For Poor Prisoners: ଏଥିରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରମତୀ ମୁର୍ମୁ ତାଙ୍କ ଅଭିଭାଷଣରେ ଦେଶର ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ଜାମିନଦାର ଓ ଅର୍ଥ ଅଭାବରୁ ଗରିବ ବନ୍ଦୀମାନେ କିପରି ଜେଲର ଚାରିକାନ୍ଥ ଭିତରେ ସଢ଼ୁଛନ୍ତି ସେହି ମସସ୍ୟାକୁ ଉପସ୍ଥାପିତ କରିଥିଲେ।
୨୦୨୩ ନଭେମ୍ବର ୨୬ ତାରଖରେ ନୂଆଦିଲ୍ଲୀରେ ପାଳନ ହେଉଥିଲା ସମ୍ବିଧାନ ଦିବସ। ଏହି ଉତ୍ସବରେ ମୁଖ୍ୟ ଅତିଥି ଥିଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରମତୀ ମୁର୍ମୁ ତାଙ୍କ ଅଭିଭାଷଣରେ ଦେଶର ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ଜାମିନଦାର ଓ ଅର୍ଥ ଅଭାବରୁ ଗରିବ ବନ୍ଦୀମାନେ କିପରି ଜେଲର ଚାରିକାନ୍ଥ ଭିତରେ ସଢ଼ୁଛନ୍ତି ସେହି ମସସ୍ୟାକୁ ଉପସ୍ଥାପିତ କରିଥିଲେ। ଏହି ସମସ୍ୟାର ସମାଧାନ ରାସ୍ତା ବହାର କରିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସମ୍ବିଧାନ ଉତ୍ସବ ପାଳନ ପରେ ବିଭିନ୍ନ ରାଜ୍ୟରେ ଜେଲରେ ଥିବା ଏଭଳି ବନ୍ଦୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଏବଂ କିପରି ସେମାନଙ୍କୁ ଜେଲରୁ ମୁକ୍ତି ମିଳିବ ସେ ସମ୍ପର୍କରେ ତର୍ଜମା କରାଯାଇଛି। ଏହି କ୍ରମରେ ଓଡ଼ିଶାରେ ଗରିବ ବନ୍ଦୀମାନେ କିପରି ଜାମିନ ପାଇପାରିବେ ସେ ନେଇ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇ ୮୪ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ତଦାରଖ କମିଟି ଥରେ ବୈଠକ ବସିଥିଲା। ବିଭିନ୍ନ କୋର୍ଟରୁ ଜାମିନ ପାଇବା ପରେ ଜାମିନଦାର ଓ ଅର୍ଥ ଅଭାବରୁ ରାଜ୍ୟରେ ୧୨୧୪ଜଣ ମୁକୁଳି ପାରୁନଥିବା କ୍ଷମତାସମ୍ପନ୍ନ କମିଟି ବୈଠକରୁ ଜଣାପଡ଼ିଛି। ଓଡ଼ିଶାରେ ଥିବା ୧୮୧୬୪ଜଣ ବିଚାରଧିନ ବନ୍ଦୀମାନଙ୍କ ମଧ୍ୟରୁ ୧୭୭୯ ଜଣଙ୍କୁ ଜାମିନ ଦିଆଯାଇପାରିବ ବୋଲି ଏହି ଆଲୋଚନା କାଳରେ ସ୍ଥିର ହୋଇଥିଲା। ୧୭୭୯ଜଣଙ୍କ ମଧ୍ୟରୁ ୧୨୩୫ଜଣଙ୍କୁ ଜାମିନ ଦେବା ପାଇଁ କ୍ଷମତାସମ୍ପନ୍ନ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ରାଜ୍ୟ ସରକାର ଜଣେ ବିଚାରାଧୀନ କଏଦୀଙ୍କୁ ଚିହ୍ନଟ କରିଛନ୍ତି, ଯାହାଙ୍କ ଜାମିନ ରାଶି ୪୦ ହଜାର ଟଙ୍କାରୁ ଅଧିକ, କିନ୍ତୁ ତଦାରଖ କମିଟି ଏହି ମାମଲାକୁ ଖାରଜ କରିଦେଇଥିଲା। ଅନ୍ୟ ଦୁଇ ଦୋଷୀଙ୍କ ଜାମିନ ରାଶି ୨୫ ହଜାର ଟଙ୍କାରୁ ଅଧିକ ଥିବାବେଳେ ୩୧ଜୁଲାଇ ସୁଦ୍ଧା ସେମାନଙ୍କ ମାମଲା ବିଚାରାଧୀନ ରହିଛି।
ରାଜ୍ୟରେ ବାର୍ଷିକ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ମଧ୍ୟରୁ ୧୪୬୧ଜଣ ଜେଲରେ ଥିବାବେଳେ ୩୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୧୫୯୦ଜଣ, ୧ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ୩୪୧ଜଣ ଓ ୧୦ଲକ୍ଷରୁ ଅଧିକ ଆୟ କରୁଥିବା ପରିବାରର ୬ଜଣ ବିଚାରଧିନ ବନ୍ଦୀ ରାଜ୍ୟରେ ଥିବା କ୍ଷମତାସମ୍ପନ୍ନ କମିଟି ବୈଠକରୁ ଜଣାପଡ଼ିଛି।
ଜେଲରେ ରହିବା କାରଣରୁ ୨୦୨୨ରେ ୫୦ଜଣ ବନ୍ଦୀ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪୭ଜଣ ବିଭିନ୍ନ ରୋଗରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ୩ଜଣ ଆତ୍ମହତ୍ୟା କରିଛନ୍ତି। ୯୧୨ଜଣ ପାଗଳ ହୋଇଯାଇଛନ୍ତି। ଏପରିକି ୧୦୪୭ ଜଣ ନିଶାଗ୍ରସ୍ତ ହୋଇଥିବା କ୍ଷମତାସମ୍ପନ୍ନ କମିଟି ବୈଠକରୁ ଜଣାପଡ଼ିଛି।
ରାଷ୍ଟ୍ରପତିଙ୍କ ନିଜ ରାଜ୍ୟରେ ଯଦି ଏଭଳି ଅବସ୍ଥା ତେବେ ଦେଶର ଅନ୍ୟାନ୍ୟ ରାଜ୍ୟରେ ବନ୍ଦୀମାନଙ୍କ ଅବସ୍ଥା କିଭଳି ଥିବା ତାହା ସହଜରେ ଅନୁମାନ କରାଯାଇପାରେ।
Also readhttps://purvapaksa.com/why-we-celebrate-constitution-day/
