ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ଜବାବ ଦେବା ଲାଗି ଭାରତ କାହିଁକି ୧୫ ଦିନର ମହଲତ ଦେଲା? କାହିଁକି ଏହି ଅପରେସନ୍ର ନାଁ ଅପରେସନ୍ ସିନ୍ଦୂର ରଖାଗଲା? ପୁଣି ଏହି ଆକ୍ରମଣରେ ଭାରତ ପାଇଲା କ’ଣ?
ଏ ପ୍ରଶ୍ନର ଉତ୍ତର ସ୍ପଷ୍ଟଭାବେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଦେଇଛନ୍ତି। ଅପରେସନ୍ର କିଛିଘଣ୍ଟା ସମ୍ପର୍କରେ ସାରାପୃଥିବୀ ଆଗରେ ପାକିସ୍ତାନର ଆତଙ୍କବାଦୀ ଚରିତ୍ରକୁ ଉନ୍ମୋଚନ କରି ଶ୍ରୀ ମିଶ୍ରୀ କହିଛନ୍ତି, ‘୨୫ ଏପ୍ରିଲ ୨୦୨୫ରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏକ ପ୍ରେସ୍ ବକ୍ତବ୍ୟ ଜାରି କରାଯାଇଥିଲା। ଯେଉଁଥିରେ ଏହି ଆତଙ୍କବାଦୀଙ୍କ ନିନ୍ଦନୀୟ କାର୍ଯ୍ୟକଳାପର ଅପରାଧି, ପ୍ରାୟୋଜକ, ଅର୍ଥନୀତିକ ସହଯୋଗୀଙ୍କୁ ନ୍ୟାୟିକ କାର୍ଯ୍ୟଭିତ୍ତିକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଏ ସନ୍ଦର୍ଭରେ ଦେଖାଯିବା ଆବଶ୍ୟକ’।
ଭାରତ ପାକିସ୍ତାନ ମାଟିରେ ଚାଲୁଥିବା ଏହି କାର୍ଯ୍ୟକଳାପକୁ ରୋକିବା ତଥା ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ବଦଳରେ ଭାରତ ଉପରେ ବାରମ୍ବାର ଆରୋପ ଲଗାଇବାକୁ ଉଚିତ ମଣିଥିଲା। ଯାହାଫଳରେ ଭାରତ ଉପରେ ଆଉଥରେ ଆକ୍ରମଣର ଆଶଙ୍କା ଓ ସୂଚନା ମିଳିଥିଲା। ଏହି ଆଧାରରେ ୧୫ ଦିନ ପରେ ଭାରତ ନିଜର ଅଧିକାରକୁ ସାବ୍ୟକ୍ତ କରିବା ପାଇଁ ପାକିସ୍ତାନ ଭୁମିରେ ଥିବା ଆତଙ୍କୀ ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି ବିକ୍ରମ ମିଶ୍ରୀ।
ଅତ୍ୟନ୍ତ ସନ୍ତର୍ପଣର ସହ ଏହି କାର୍ଯ୍ୟକୁ ରୂପାୟନ କରାଯାଇଥିଲା। ଯେଉଁଥିରେ ସାଧାରଣ ଲୋକଙ୍କ ଜୀବନହାନୀ ନ କରିବା ଲାଗି ଉଦ୍ୟମ କରିଥିଲା ଭାରତର ସେନା। ଏହିକ୍ରମରେ ଆତଙ୍କୀ ଶିବିରକୁ ଚିହ୍ନଟ କରାଯାଇ ତାହା ଉପରେ ଆକ୍ରମଣ କରିଥିଲା ଭାରତ। ଭାରତ ମାଟିରୁ ଏହି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀରର ୬ଟି ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା
ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂଙ୍କ ଅନୁସାରେ, ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଥିବା ଏହି ସ୍ଥଳଗୁଡ଼ିକ ଆତଙ୍କୀ ତାଲିମ କେନ୍ଦ୍ରଭାବେ ପରିଚିତ। ଏହିଠାରୁ ଆତଙ୍କୀଙ୍କ କାର୍ଯ୍ୟକଳାପ ଆରମ୍ଭ ହେଉଥିଲା। ଧ୍ୱଂସ ହୋଇଥିବା ୯ ଆତଙ୍କବାଦୀ ଶିବିରରୁ ୬ ଆତଙ୍କବାଦୀ କ୍ୟାମ୍ପ ପାକ୍ ଅଧିକୃତ ଜମ୍ମୁ ଓ କଶ୍ମୀରର ମୁଜାଫରପୁରର ସବାଇ ନାଲା କ୍ୟାମ୍ପ, ସଇଦନା ବିଲାଲ, ଗୁଲପୁର କୋଟଲି, ଭୀମ୍ବର ବର୍ଣ୍ଣାଲା ଏବଂ କୋଟଲିର ଆବାସ କ୍ୟାମ୍ପ। ଏସବୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅବସ୍ଥିତ।
ଆକ୍ରମଣ ପରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ଦେଇ ଶ୍ରି ମିଶ୍ରୀ କହିଛନ୍ତି, ୨୨ ଏପ୍ରିଲ ୨୦୨୫ରେ ପାକିସ୍ତାନୀ ଓ ପାକିସ୍ତାନ ପ୍ରଶିକ୍ଷିତ ଆତଙ୍କବାଦୀମାନେ କାୟରତାପୂର୍ଣ୍ଣ ଆକ୍ରମଣ କରି ୨୫ ଭାରତୀୟ ଓ ଜଣେ ନେପାଳୀ ପର୍ଯ୍ୟକଙ୍କୁ ହତ୍ୟା କରିଥିଲେ। ମୁମ୍ବାଇର ୨୬ ନଭେମ୍ବର ୨୦୦୮ ପରେ ଏହା ଭାରତରେ ହୋଇଥିବା କୌଣସି ଆତଙ୍କବାଦ ଘଟଣାରେ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ସବୁଠାରୁ ଗମ୍ଭୀର ଘଟଣା ଭାବେ ପରିଚିତ।
ପହଲଗାମ୍ ଆକ୍ରମଣ ଅତ୍ୟନ୍ତ ବର୍ବରତାପୂର୍ଣ୍ଣ ଆକ୍ରମଣ ଥିଲା। ଏଥିରେ ପରିବାର ବର୍ଗଙ୍କ ସମ୍ମୁଖରେ ଲୋକଙ୍କ ମୁଣ୍ଡ ଉପରେ ଗୁଳି ମରାଯାଇଥିଲା। ହତ୍ୟାର ଏହି ପ୍ରକ୍ରିୟାରେ ପରିବାର ସଦସ୍ୟଙ୍କୁ ଭୟଭୀତ କରାଯିବା ସହ ତାଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ସେମାନେ ଫେରିବା ପରେ ଏହି ଭୟର ବାର୍ତ୍ତାକୁ ପ୍ରସାରିତ କରିବା ଲାଗି ଉଦ୍ଦିଷ୍ଟ ଥିଲା। ବିଶେଷକରି ଦେଖିବାକୁ ଗଲେ ଏହା ଜମ୍ମୁ ଓ କଶ୍ମୀରରେ ଆସୁଥିବା ଶାନ୍ତି ପ୍ରକ୍ରିୟାକୁ ଧ୍ୱଂସ୍ତ କରିବା ଲାଗି ଉଦ୍ଦିଷ୍ଟ ଥିଲା। କାରଣ ପର୍ଯ୍ୟଟନ ପୁଣିଥରେ ଅର୍ଥନୀତିକର ମୁଖ୍ୟ ସାରଥି ହେଉଥିଲା।
ଗତବର୍ଷ ଆପଣ ଜାଣିଥିବୋ ୨ କୋଟିରୁ ଅଧିକ ପର୍ଯ୍ୟଟକ କଶ୍ମୀର ଆସିଥିଲେ। ବିକାଶ ଓ ପ୍ରଗତିକୁ କ୍ଷତି ପହଞ୍ଚାଇ ପଛରେ ରଖିବା ଏହାର ଉଦ୍ଦେଶ୍ୟ ଥିଲା। ଜମ୍ମୁ ଓ କଶ୍ମୀରରେ ସମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ ଥିଲା। କିନ୍ତୁ ଏହାକୁ ଭାରତ ସରକାର ଓ ଜନତା ବିଫଳ କରିଥିଲେ।
ଏକ ସଂଗଠନ ନିଜକୁ ଟିଆର୍ଏଫ୍ କହି ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଘୋଷଣା କରିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସହ ଯୋଡ଼ି ହୋଇଛି, ଯାହାକୁ ଜାତିସଂଘ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଛି। ଏହା ଉଲ୍ଲେଖନୀୟ ଯେ ମେ’ ଏବଂ ନଭେମ୍ବର ୨୦୨୪ରେ ଜାତି ସଂଘ ୧୨୬୭ତମ ପ୍ରତିନିଧି ମଣ୍ଡଳୀ ରିପୋର୍ଟରେ ଟିଆର୍ଏଫ୍ ବାବଦରେ ସ୍ପଷ୍ଟ ସୂଚନା ଦିଆଯାଇଥିଲା। ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ଏ ବାବଦରେ ସୂଚିତ କରିଥିଲା।
ଏ ସମ୍ବନ୍ଧରେ ୨୫ ଏପ୍ରିଲରେ ଜାତିସଂଖ ସୁରକ୍ଷା ପରିଷଦରେ ଟିଆର୍ଏଫ୍କୁ ହଟାଇବା ପାଇଁ ପାକିସ୍ତାନ କରିଥିବା ଦାବିକୁ ବି ବିଚାର କରାଯିବାର ଆବଶ୍ୟକତା ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଯାଞ୍ଚ ସମୟରେ ପାକିସ୍ତାନ ସମ୍ପର୍କ ସାମ୍ନାକୁ ଆସିଛି।
ଏହି ଆକ୍ରମଣରେ ରୂପରେଖ ପାକିସ୍ତାନ ଦ୍ୱାରା ଜାରି ରହିଥିବା ସୀମାପାର ଆତଙ୍କବାଦକୁ ସ୍ପଷ୍ଟ କରୁଛି। ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ନିର୍ଭୟସ୍ଥଳ ପାଲଟିଛି। ଏଠାରେ ଅନ୍ତରାଷ୍ଟ୍ରୀୟସ୍ତରରେ ପ୍ରତିବନ୍ଧିତ ଆତଙ୍କବାଦୀ ଦଣ୍ଡ ପାଇବାରୁ ବଞ୍ଚିତ ରହିଛନ୍ତି।
ସାଜିଦ ମୀର ଏହାର ସ୍ପଷ୍ଟ ଉଦାହରଣ। ଆନ୍ତର୍ଜାତିକ ପାଣ୍ଠି ପାଇବା ଲାଗି ପାକିସ୍ତାନ ଏହାଙ୍କୁ ମୃତ ଘୋଷଣା କରି ପରେ ଆନ୍ତର୍ଜାତିକ ଚାପ ପଡ଼ିବା କାରଣରୁ ଜୀବୀତ ଥିବା ସ୍ୱୀକାର କରାଯାଇଥିଲା। ଏହା ପାକିସ୍ତାନର ପ୍ରତିଚ୍ଛବିକୁ ସ୍ପଷ୍ଟ କରୁଛି।
ଅପରାଧି ଓ ଯୋଜନାକାରଙ୍କୁ ଆଇନର କାଠଗଡ଼ା ଭିତରକୁ ଆଣିବା ଲାଗି ଭାରତ ପ୍ରୟାସ କରିଥିଲା। କିନ୍ତୁ ପାକିସ୍ତାନ ୧୫ ଦିନ ବିତିଥିଲେ ବି ଆତଙ୍କୀ ଓ ଆତଙ୍କବାଦୀ ଶିତବିର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଓଲଟା ଏହାକୁ ପ୍ରତ୍ୟାଖ୍ୟାନ କରିବା ଓ ଆରୋପ ଲଗାଇବାରେ ଲିପ୍ତ ରହିଥିଲା।
ଅପରପକ୍ଷେ ଆମର ଗୁଇନ୍ଦା ଏହା ତଥ୍ୟ ଦେଇଥିଲା ଯେ, ଭାରତ ବିରୁଦ୍ଧରେ ଆଗକୁ ଆକ୍ରମଣ ହୋଇପାରେ। ଏଣୁ ଏହାକୁ ରୋକିବା ଭାରତର ପ୍ରଥମ ଦାୟିତ୍ୱ ଥିଲା। ଏବଂ ନିପାତ କରାଇବା ଆବଶ୍ୟକ ଥିଲା। ଏଣୁ ଭାରତ ଏହିପ୍ରକାର ସୀମାପାର ଆତଙ୍କବାଦକୁ ଜବାବ ଦେବା, ତାକୁ ରୋକିବା ତଥା ପ୍ରତିରୋଧ କରିବା ପାଇଁ ଏହି ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହା ଭାରତର ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଉଦ୍ଦିଷ୍ଟ।
ଏହି ଅପରେସନ୍ ଅତ୍ୟନ୍ତ ମାପଚୂପ ସହ ହୋଇଛି। ଏହା ଉତ୍ତେଜନା ବୃଦ୍ଧି ଲାଗି ଉଦ୍ଦିଷ୍ଟ ନୁହେଁ। ଏହା ଦାୟିତ୍ୱ ସମ୍ପନ୍ନ ଭାବେ ଆତଙ୍କବାଦୀ ଭିତ୍ତିଭୂମିକୁ ସମାପ୍ତ କରିବା ଏବଂ ଭାରତକୁ ପଠାଯିବାକୁ ଥିବା ସମ୍ଭାବିତ ଆତଙ୍କବାଦୀଙ୍କ ଅକ୍ଷମ କରିବା ଉପରେ କେନ୍ଦ୍ରୀତ।
Also readhttps://purvapaksa.com/jagannath-dham-controversy-puri-silent-jyotirmath-shankaracharya-condemns/
ପୁଣି ଜଗନ୍ନାଥ ଧାମ ବିବାଦ: ପୁରୀ ନୀରବ, ନିନ୍ଦା କଲେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ
