Subhadra Yojana: ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ ମହିଳା ପାଇଥିଲେ ସୁଭଦ୍ରା ଦ୍ବିତୀୟ କିସ୍ତି। ହେଲେ ପ୍ରଥମ କିସ୍ତି ପାଇଥିବା ଲକ୍ଷେ ମହିଳା କିନ୍ତୁ ଟଙ୍କା ପାଇନାହାନ୍ତି । ତେବେ କାହିଁକି ଲକ୍ଷେ ମହିଳାଙ୍କ ଟଙ୍କା କଟିଲା ତାର ତଥ୍ୟ ଖୋଜା ଚାଲିଛି। ତେବେ ଯଦି ଆପଣ ମଧ୍ୟ ଦ୍ବିତୀୟ କିସ୍ତି ପାଇଁ ନାହାନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ।
ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଲକ୍ଷେ ମହିଳା ଟଙ୍କା ପାଇନଥିବା ଘଟଣାକୁ ନେଇ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ ସେମାନଙ୍କ ପାଖରେ ରାସନ୍ କାର୍ଡ ଥିଲା। ହେଲେ ଦ୍ଵିତୀୟ କିସ୍ତି ବେଳେ ଆୟ ଅଧିକ ଥିବାରୁ ରାସନ କାର୍ଡ ଫେରାଇଛନ୍ତି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡିଛି। ସନକାର୍ଡ ଓ ଇନକମରେ ତାଳମେଳ ଅଭାବରୁ ଏପରି ସ୍ଥିତି ଉପୁଜିଛି। ତେବେ ମାର୍ଚ୍ଚ 31 ତାରିଖ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯାଇ ବଞ୍ଚିତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ବାକି ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଦ୍ବିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ଏଭଳି ହିତାଧିକାରୀ କିଭଳି ପୁଣି ଟଙ୍କା ପାଇବେ ସେନେଇ ଚିନ୍ତା କରୁଛନ୍ତି ସରକାର। ହେଲେ କାହିଁକି ଏପରି ହେଲା, ତାର ଉତ୍ତର ରଖି ପ୍ରଭାତୀ କହିଛନ୍ତି ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ଏପରି ହୋଇଛି। ଯେମିତିକି କିଛି ଲୋକ ରାସନ୍ କାର୍ଡ ଫେରାଇଛନ୍ତି, ଯାହାର ଅର୍ଥ ସେମାନେ ସୁଭଦ୍ରା ପାଇଁ ଥିବା ଧାର୍ଯ୍ୟସୀମା ପାର୍ କରିଛନ୍ତି। ସେହିପରି କିଛି ପରିବାର ୟା ଭିତରେ ଚାରି ଚକିଆ ଗାଡ଼ି କିଣିଛନ୍ତି ତ ଆଉ କାହାର 5 ଏକର ଚାଷ ଜମି ନଥାଇ ବି ଧାର୍ଯ୍ୟସୀମାଠୁ ଅଧିକ ଧାନ ବିକିଛନ୍ତି। ତେଣୁ ଏହିସବୁ କାରଣରୁ ଏମାନଙ୍କ ଖାତାକୁ ଦ୍ବିତୀୟ କିସ୍ତି ଟଙ୍କା ଯାଇନାହିଁ। ୟାର ଅର୍ଥ ନୁହେଁ, ସେମାନଙ୍କ ଭିତରୁ ଆଉ କେହି ପାଇବେନି। କାରଣ ସରକାର ଏନେଇ ମାର୍ଚ୍ଚ 31ରୁ ୱାନ୍ ଟୁ ୱାନ୍ ସର୍ଭେ କରିବେ। ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀପୂର୍ଣ୍ଣିମାରେ ବାକି ଥିବା ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ।
ALSO READ: https://purvapaksa.com/odisha-plans-to-set-up-cable-landing-station-in-puri-check-its-benefits/
ପୁରୀରେ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ ପାଇଁ ଯୋଜନା; ଜାଣନ୍ତୁ ଏହାର ଫାଇଦା