Rape term : ଆହ୍ଲାବାଦ ହାଇକୋର୍ଟର ଜଜ୍ ରାମ ମନୋହର ମିଶ୍ର ‘ବ୍ରେଷ୍ଟରେ ହାତ ମାରିବା ଓ ପ୍ୟାଣ୍ଟର ଡୋରୀ ଖୋଲିବା’ ମାମଲାରେ ରାୟ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଏହାକୁ ଅମାନବୀୟ ବୋଲି କହିଛନ୍ତି। ଆମେ ଆପଣଙ୍କୁ ତିନି ବିଚାରପତିଙ୍କ ବିଷୟରେ କୁହିବାକୁ ଯାଉଛୁ, ଯେଉଁମାନେ ଏହାପରି ଶୁଣାଇ ଦେଇଛନ୍ତି ଏବଂ ଯାହାକି ସବୁ ଦୃଷ୍ଟିକୋଣ ଭିନ୍ନ ଥିଲା।
ନାବାଳିକା ଝିଅ ସହିତ ଦୁଷ୍କର୍ମ ପ୍ରୟାସ ସମ୍ପର୍କିତ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ନିଷ୍ପତ୍ତି ଦେଇଥିଲା, ଯାହାର ଖୁବ୍ ସମାଲୋଚନା ହୋଇଥିଲା। କାରଣ ବିଚାରପତି ନିଷ୍ପତ୍ତିରେ କହିଥିଲେ ଯେ ନାବାଳିକା ଝିଅର ସ୍ତନ ଧରିବା ଏବଂ ତା’ର ସାଲୱାରର ଡୋର ଖୋଲିବା ଦୁଷ୍କର୍ମ ଉଦ୍ୟମ ନୁହେଁ। କିଛିଦିନ ପୂର୍ବେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, କିନ୍ତୁ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ଏବଂ ଜଷ୍ଟିସ୍ ପ୍ରସନ୍ନ ଭାଲଚନ୍ଦ୍ର ବରାଲେଙ୍କ ପୀଠ ଏହାକୁ ଶୁଣିବା ଯୋଗ୍ୟ ବୋଲି ବିବେଚନା କରିନଥିଲେ। କିନ୍ତୁ ମାତ୍ର କିଛିଦିନ ପରେ ଏହି ମାମଲା ଜଷ୍ଟିସ୍ ବି.ଆର୍. ଗବଈ ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ପୀଠ ପାଖରେ ପହଞ୍ଚିବାରୁ ସେମାନେ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ଅତ୍ୟନ୍ତ ଆପତ୍ତିଜନକଭାବେ ଗ୍ରହଣ କରି ତୁରନ୍ତ ରୋକ ଲଗାଇ ଦେଇଥିଲେ। ଆମେ ଆପଣଙ୍କୁ ସେହି ବିଚାରପତିମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏହି ନିଷ୍ପତ୍ତି ଦେଇଥିଲେ। ସବୁଠାରୁ ବିଶେଷ କଥା, ଏହି ଚାରିଜଣ ବିଚାରପତିଙ୍କର ଇତିହାସ ମହିଳା ଅପରାଧ ବିରୋଧରେ କଠୋର ପଦକ୍ଷେପ ନେବାର ରହିଛି। ମହିଳା ସୁରକ୍ଷା ଉପରେ କଠୋର ନିଷ୍ପତ୍ତି ପାଇଁ ଏମାନେ ପରିଚିତ।
ଯେଉଁମାନେ ରୋକ୍ ଲଗାଇଲେ
ଜଷ୍ଟିସ୍ ବି.ଆର୍. ଗବଈ
ମହାରାଷ୍ଟ୍ରର ବାସିନ୍ଦା ଜଷ୍ଟିସ୍ ଗବଈ ୧୬ ବର୍ଷ ଧରି ବମ୍ବେ ହାଇକୋର୍ଟରେ ବିଚାରପତିଭାବେ କାର୍ଯ୍ୟ କରିଥିଲେ। ମେ ୨୦୧୯ରେ ସେ ସୁପ୍ରିମ୍ କୋର୍ଟରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ମହିଳାଙ୍କ ସହ ଜଡ଼ିତ ଅନେକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ଫେବୃଆରୀ ୨୦୨୫ରେ ମହିଳାଙ୍କ ସହ ଜଡ଼ିତ ଆଇନଗୁଡ଼ିକର ସମୀକ୍ଷା ପାଇଁ ଦାବି ଉଠିଥିଲା, କିନ୍ତୁ ଗବଈ ଏକ ଝଟକାରେ ତାହାକୁ ଖାରଜ କରି ଦେଇଥିଲେ। ସ୍ପଷ୍ଟ କହିଥିଲେ ଯେ ଏହି ଆଇନଗୁଡ଼ିକ ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଛି। ନଭେମ୍ବର ୨୦୨୪ରେ ସେ ତେଲଙ୍ଗାନାରେ ନ୍ୟାୟପାଳିକାରେ ମହିଳାଙ୍କ ଅଂଶଗ୍ରହଣର ପ୍ରଶଂସା କରିଥିଲେ।
ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ
ପଞ୍ଜାବର ରୋପଡ଼ର ବାସିନ୍ଦା ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସହାୟକ ମହାଧିବକ୍ତା ଏବଂ ଅତିରିକ୍ତ ମହାଧିବକ୍ତା ପଦରେ ମଧ୍ୟ କାର୍ଯ୍ୟ କରିଥିଲେ। ଜୁଲାଇ ୨୦୦୮ରେ ତାଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ନିଯୁକ୍ତ କରାଯାଇଥିଲା। ପରେ ସେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ନଭେମ୍ବର ୨୦୨୩ରେ ସୁପ୍ରିମକୋର୍ଟର ବିଚାରପତି ହେବା ପରେ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ଅସମ୍ବେଦନଶୀଳ ବୋଲି କହି ରୋକ୍ ଲଗାଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ମହିଳାଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି।
ଯାହାଙ୍କ ନଜରରେ ଏହା ଶୁଣାଣି ଯୋଗ୍ୟ ନ ଥିଲା
ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ
ଜଷ୍ଟିସ୍ ବେଲା ମଦନ ତ୍ରିବେଦୀ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତି। ଗୁଜରାଟର ପାଟଣରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ତ୍ରିବେଦୀଙ୍କ ପିତା ମଧ୍ୟ ନ୍ୟାୟିକ ସେବାରେ ଥିଲେ। ସେ ଆଇନଜୀବୀଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୫ରେ ଅହମ୍ମଦାବାଦର ସିଟି ସିଭିଲ୍ ଓ ସେସନ୍ସ କୋର୍ଟରେ ବିଚାରପତି ହୋଇଥିଲେ। ଏହା ସହିତ ତାଙ୍କ ନାମ ଲିମ୍କା ବୁକ୍ ଅଫ୍ ଇଣ୍ଡିଆନ୍ ରେକର୍ଡସରେ ଅନ୍ତର୍ଭୁକ୍ତ ହୋଇଥିଲା, କାରଣ ତାଙ୍କ ପିତା ମଧ୍ୟ ସେହି କୋର୍ଟରେ ବିଚାରପତି ଥିଲେ। ପରେ ସେ ଗୁଜରାଟ ଓ ରାଜସ୍ଥାନ ହାଇକୋର୍ଟର ବିଚାରପତିଭାବେ କାର୍ଯ୍ୟ କରିଥିଲେ। ନିରପେକ୍ଷ ଓ ଆଇନ ଅନୁସାରେ ନିଷ୍ପତ୍ତି ପାଇଁ ସେ ଜଣାଶୁଣା।
ବିଲକିସ୍ ବାନୋ ମାମଲାରେ ଯେତେବେଳେ ୧୧ ଦୋଷୀଙ୍କ ମୁକ୍ତିର ପ୍ରସଙ୍ଗ ଆସିଥିଲା, ସେ ନିଜକୁ ଶୁଣାଣିରୁ ଅଲଗା କରି ଦେଇଥିଲେ। ତାଙ୍କର ଏହି ପଦକ୍ଷେପର ଖୁବ୍ ପ୍ରଶଂସା ହୋଇଥିଲା। ମହିଳାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ସଜାକୁ ବଜାୟ ରଖିବା କିମ୍ବା ବଢ଼ାଇବା ପାଇଁ ସେ ସର୍ବଦା ସମର୍ଥନ କରିଛନ୍ତି। ତାଙ୍କ ଖଣ୍ଡପୀଠ ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ପ୍ରମାଣର ଦୃଢ଼ତା ଏବଂ ପୀଡ଼ିତାଙ୍କ ସମ୍ମାନ ଉପରେ ଜୋର ଦେଇଛି। ଏସସି-ଏସଟି ସଂରକ୍ଷଣରେ କୋଟା ଭିତରେ କୋଟା ପ୍ରସଙ୍ଗରେ ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଯେଉଁ ଐତିହାସିକ ନିଷ୍ପତ୍ତି ଦେଇଥିଲେ, ସେଥିରେ ଜଷ୍ଟିସ୍ ବେଲା ତ୍ରିବେଦୀ ମଧ୍ୟ ଥିଲେ। ଜଷ୍ଟିସ୍ ତ୍ରିବେଦୀ ବହୁମତରୁ ଅସହମତି ପ୍ରକାଶ କରି କହିଥିଲେ ଯେ ରାଜ୍ୟ ବିଧାନମଣ୍ଡଳଙ୍କୁ ସମ୍ବିଧାନ ଅନୁସାରେ ଅଧିସୂଚିତ ଜାତିଗୁଡ଼ିକୁ ଉପବିଭାଗ କରିବାର ଅଧିକାର ନାହିଁ।
ଜଷ୍ଟିସ୍ ପ୍ରସନ୍ନ ବି. ବରାଲେ
ମହାରାଷ୍ଟ୍ରର ବାସିନ୍ଦା ଜଷ୍ଟିସ୍ ପ୍ରସନ୍ନ ଭାଲଚନ୍ଦ୍ର ବରାଲେ ସୁପ୍ରିମକୋର୍ଟର ଜଣେ ସମ୍ମାନିତ ବିଚାରପତି। ଅଗଷ୍ଟ ୧୯୮୫ରେ ସେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସିଭିଲ୍ ଓ ଅପରାଧିକ ମାମଲାରେ ପ୍ରାକ୍ଟିସ୍ କରିଥିଲେ। ଅମ୍ବେଦକର ଲ’ କଲେଜରେ ପ୍ରଫେସରଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ଜୁଲାଇ ୨୦୦୮ରେ ତାଙ୍କୁ ବମ୍ବେ ହାଇକୋର୍ଟର ବିଚାରପତି ନିଯୁକ୍ତ କରାଯାଇଥିଲା। ଅକ୍ଟୋବର ୨୦୨୨ରେ ସେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ହୋଇଥିଲେ। ତା’ପରେ ଜାନୁଆରୀ ୨୦୨୪ରେ ସୁପ୍ରିମ୍ କୋର୍ଟରେ ଯୋଗ ଦେଇଥିଲେ।
ମହିଳାଙ୍କ ସହ ଜଡ଼ିତ ମାମଲାରେ ସେ ସର୍ବଦା କଠୋର ରହିଛନ୍ତି। ଫେବୃଆରୀ ୨୦୨୫ରେ ଘରୋଇ ହିଂସା ଆଇନର ସଠିକ୍ ପାଳନ ନ ହେବା ଉପରେ ସେ ରାଜ୍ୟଗୁଡ଼ିକୁ ଭର୍ତ୍ସନା କରିଥଇଲେ। ଏହାକୁ ମହିଳାଙ୍କ ସୁରକ୍ଷାରେ ବାଧକ ବୋଲି କହିଥିଲେ। ଜଷ୍ଟିସ୍ ବରାଲେଙ୍କ ପୀଠ ମହିଳାଙ୍କ ଅଧିକାର, ବିଶେଷକରି ମାତୃତ୍ୱ ଏବଂ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଅଧିକାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସେ ହିଁ କହିଥିଲେ ଯେ “ମାଆମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ସ୍ତନ୍ୟପାନ କରାଇବାର ଅଧିକାର ଅଛି, ଏବଂ ଏହି ଅଧିକାର କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁରକ୍ଷିତ ରହିବା ଉଚିତ।”
Also readhttps://purvapaksa.com/hamas-hostage-israel-women-ilana-grichowsky-story/
