ଜମ୍ମୁ ଏବଂ କାଶ୍ମୀରର ଚେନାବ ସେତୁ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ସେତୁର ଉଦଘାଟନ କରିଛନ୍ତି । ପ୍ରଫେସର ଜି ମାଧବୀ ଲାଥା ଏହି ସେତୁ ନିର୍ମାଣରେ ଜିଓଟେକ୍ନିକାଲ୍ ପରାମର୍ଶଦାତା ଭାବରେ ପାଖା ପାଖି ୧୭ ବର୍ଷ ନିଜର ପରିଶ୍ରମ ଲଗାଇଥିଲେ । ଏହି ପ୍ରକଳ୍ପ ୨୭୨ କିଲୋମିଟର ଲମ୍ବ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (USBRL) ର ଏକ ଅଂଶ ଏବଂ ୨୦୦୩ ରେ ଏହାକୁ ଅନୁମୋଦିତ କରାଯାଇଥିଲା।
ସେତୁକୁ ସଫଳ ଓ ମଜବୁତ ଭାବେ ବନେଇବାରେ ପ୍ରମୁଖ ଅବଦାନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଫେସର ଜି ମାଧବୀ ଲାଥା । ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ (IISc) ର ଜଣେ ପ୍ରଫେସର, ସେ ଚେନାବ ସେତୁ ପ୍ରକଳ୍ପରେ ଜିଓଟେକ୍ନିକାଲ୍ ପରାମର୍ଶଦାତା ଭାବରେ ପାଖା ପାଖି ୧୭ ବର୍ଷ ଧରି ଜଡିତ ଥିଲେ । ଜି ମାଧବୀ ଲାଥା ଭୂଭାଗ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିବନ୍ଧକ ଉପରେ ଧ୍ୟାନ ଦେଇ ସେତୁର ଠିକାଦାର ଆଫକନ୍ସ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ, ଢାଞ୍ଚାର ଯୋଜନା କିପରି ରହିବ, ଡିଜାଇନ୍ କେମିତି ହେବ ଏବଂ ସୁନ୍ଦର ମଜବୁତ ସେତୁ କେମିତି ବିନିବ ଏହି ସବୁ ଉପରେ ବିଶେଷ କରି ଧ୍ୟାନ ଦେଇଥିଲେ ।
ଏବେ ପ୍ରଶ୍ନ ଉଠୁଛି ଟ୍ୟାଲେଣ୍ଟେଡ ମହିଳା, ଯାହାଙ୍କ ନାମ ଜି ମାଧବୀ ଲଥା , ସେ କିଏ ?
ସେ ବର୍ତ୍ତମାନ IIScରେ HAG ପ୍ରଫେସର । ଡକ୍ଟର ଲଥା ୧୯୯୨ ମସିହାରେ ଜବାହରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭରସିଟିରୁ ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ ସମାପ୍ତ କରିଥିଲେ, ଯେଉଁଠାରେ ସେ ଡିଷ୍ଟିଙ୍କସନ ସହିତ ପ୍ରଥମ ଶ୍ରେଣୀ ହାସଲ କରିଥିଲେ। ସେ ୱାରାଙ୍ଗଲର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏମ.ଟେକ୍ ଛାତ୍ରୀ ଭାବରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ତାଙ୍କର ବିଶେଷଜ୍ଞତା ଜିଓଟେକ୍ନିକାଲ୍ ଇଞ୍ଜିନିୟରିଂରେ ଥିଲା । ଡକ୍ଟର ଲଥା ୨୦୦୦ ମସିହାରେ ଆଇଆଇଟି-ମାଡ୍ରାସରୁ ଜିଓଟେକ୍ନିକାଲ୍ ଇଞ୍ଜିନିୟରିଂରେ ତାଙ୍କର ଡକ୍ଟରେଟ୍ ସମାପ୍ତ କରିଥିଲେ। ସେ ଅନେକ ପୁରସ୍କାର ପାଇଥିଲେ। ୨୦୨୧ ମସିହାରେ, ତାଙ୍କୁ ଇଣ୍ଡିଆନ୍ ଜିଓଟେକ୍ନିକାଲ୍ ସୋସାଇଟି ଦ୍ୱାରା ସର୍ବୋତ୍ତମ ମହିଳା ଜିଓଟେକ୍ନିକାଲ୍ ଗବେଷକ ପୁରସ୍କାର ଦିଆଯାଇଥିଲା। ୨୦୨୨ ମସିହାରେ ତାଙ୍କୁ ଷ୍ଟିମ୍ ଅଫ୍ ଇଣ୍ଡିଆର ଶ୍ରେଷ୍ଠ ୭୫ ମହିଳାଙ୍କ ତାଲିକାରେ ମଧ୍ୟ ନାମିତ କରାଯାଇଥିଲା।
ଚେନାବ ସେତୁ ପ୍ରକଳ୍ପରେ ଭୂମିକା
ଚ୍ୟାଲେଞ୍ଜିଂ ଭୌଗୋଳିକ ଅବସ୍ଥା, ପାଣିପାଗ ପରିସ୍ଥିତି ଏବଂ ଚେନାବ ସେତୁର ଦୂରସ୍ଥାନ ଏହି ଅଞ୍ଚଳରେ ନିର୍ମାଣ ଏକ କଷ୍ଟକର ପ୍ରୟାସ ଥିଲା । ଡକ୍ଟର ଲଥାଙ୍କ ଦଳ ସମସ୍ତ ବାଧାକୁ ଅତିକ୍ରମ କରିବା ପାଇଁ “ଡିଜାଇନ୍-ଆଜ୍-ୟୁ-ଗୋ ପଦ୍ଧତି” ଗ୍ରହଣ କରିଥିଲେ। ଏହାର ଅର୍ଥ ହେଉଛି ଭଗ୍ନ ପଥର, ଲୁକ୍କାୟିତ ଗହ୍ବର ଏବଂ ବିଭିନ୍ନ ପଥର ଗୁଣ ଭଳି ଭୂତାତ୍ତ୍ୱିକ ପରିସ୍ଥିତି ଉପରେ ଆଧାର କରି ବାସ୍ତବ ସମୟରେ ନୂତନତ୍ୱ ଆଣିବା, ଯାହା ପ୍ରାରମ୍ଭିକ ସର୍ଭେରେ ସ୍ପଷ୍ଟ ନଥିଲା। ପରେ ଜଟିଳ ଗଣନା ଏବଂ ଡିଜାଇନ୍ ପରିବର୍ତ୍ତନ କରିଥିଲେ।
୧୪୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚେନାବ ସେତୁକୁ ସରକାର “ସାମ୍ପ୍ରତିକ ଇତିହାସରେ ଭାରତର ଯେକୌଣସି ରେଳ ପ୍ରକଳ୍ପ ଦ୍ୱାରା ସମ୍ମୁଖୀନ ହୋଇଥିବା ସବୁଠାରୁ ବଡ଼ ସିଭିଲ୍-ଇଞ୍ଜିନିୟରିଂ ଚ୍ୟାଲେଞ୍ଜ” ଭାବରେ ବର୍ଣ୍ଣନା କରିଛନ୍ତି। ୩୫୯ ମିଟର ଉଚ୍ଚ ଏହି ସେତୁ ଆଇଫେଲ୍ ଟାୱାରଠାରୁ ୩୫ ମିଟର ଉଚ୍ଚ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକାରେ ସଂଯୋଗକୁ ଉନ୍ନତ କରିବ।
ALSO READ https://purvapaksa.com/fictional-character-saroj-bala-to-receive-kanhai-katha-award/