ଆମ ଦେଶ ଭାରତ ବିଭିନ୍ନ ସମ୍ପ୍ରଦାୟ ଓ ଧର୍ମର ଲୋକମାନଙ୍କୁ ନେଇ ବିବିଧତାରେ ପରିପୂର୍ଣ୍ଣ। ଦେଶରେ ସାମାଜିକ ସୁରକ୍ଷା ଏବେ ବଡ଼ ସମସ୍ୟା ହୋଇ ମୁଣ୍ତ ଟେକୁଛି। ଏହିସବୁ ଘଟଣାରେ ବିଭିନ୍ନ ରାଜନୀତିକ ପ୍ରତିକ୍ରିୟା ନେଇ ପ୍ରତିଦିନ ଚର୍ଚ୍ଚା ଚାଲୁଛି। କିନ୍ତୁ ଗତ କିଛିବର୍ଷ ଧରି ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି- ତାହା ହେଲା ସାମାଜିକ ସଚେତନତା ଓ ସର୍ବସାଧାରଣ ପ୍ରତିକ୍ରିୟା ଯେଉଁଠି ଆବଶ୍ୟକ, ସେଠି ଦେଶର ପ୍ରମୁଖ ମୁସଲିମ ବୁଦ୍ଧିଜୀବୀ, ଶିକ୍ଷିତ ବର୍ଗ ଓ ବଲିଉଡର ପ୍ରଭାବଶାଳୀ କଳାକାରମାନେ କେଉଁଠି?
କେଉଁ ବିଷୟରେ ପ୍ରତିକ୍ରିୟା ଦେଉଛନ୍ତି? କେଉଁ ବିଷୟରେ ନୀରବ ରହୁଛନ୍ତି? ଏହି ନୀରବତା କ’ଣ ଉଦ୍ଦେଶ୍ୟପୂର୍ଣ୍ଣ? କିମ୍ବା ସାମାଜିକ ଭୟ, ରାଜନୀତିକ ଚାପ ଓ ସାର୍ବଜନୀନ ଭ୍ରମବୋଧର ପରିଣାମ?
‘‘ହ୍ୱାଇଟ କଲର ଆତଙ୍କବାଦ”- ଘଟଣା, ଗିରଫ ଓ କେନ୍ଦ୍ରୀୟ ପ୍ରଶ୍ନ’’

ଆଜିର ଆଲୋଚନାରେ ଆମେ ଦେଶର ଭିତରେ ଘଟିଥିବା ଆତଙ୍କବାଦୀ ଘଟଣା, “ହ୍ୱାଇଟ କଲର ଟେରରିଜମ୍” ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଓ ତା’ ଉପରେ ପ୍ରତିକ୍ରିୟା ନେଇ ଏକ ବିଶ୍ଳେଷଣ କରିବାକୁ ଚେଷ୍ଟା କରିବା।
ଏବେ ଦେଶରେ ଏକ ଗୁରୁତର ଘଟଣା ଖବରର ଶିରୋନାମାରେ ରହିଛି- “ଡାକ୍ତର ଓ ଶିକ୍ଷିତ ବର୍ଗ ସମ୍ପୃକ୍ତ ଏକ ହ୍ୱାଇଟ କଲର ଟେରର ମଡ୍ୟୁଲ ଧରାପଡ଼ିଛି।”
ଏହା ଦେଶକୁ ଅସ୍ତବ୍ୟସ୍ତ କରିବାକୁ କେବଳ ଏକ ଷଡ଼ଯନ୍ତ୍ର ନୁହେଁ, ଏଥିରେ ଉଚ୍ଚ ଶିକ୍ଷିତ ଲୋକଙ୍କ ନାମ ଥିବାରୁ ଏହା ଆହୁରି ଅଧିକ ଚିନ୍ତାଜନକ।
ମାମଲାରେ ୧୦ରୁ ଅଧିକ ବ୍ୟକ୍ତି ଗିରଫ ହେବା ସହିତ ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି-ଦେଶର ବୁଦ୍ଧିଜୀବୀ, ବିଶେଷକରି ମୁସଲିମ ବୁଦ୍ଧିଜୀବୀ, କଳାକାର ଓ ରାଜନେତା ଏହି ଘଟଣା ଉପରେ ନୀରବ କାହିଁକି?
ଏହା କେବଳ ଏକ ଘଟଣାର ପ୍ରତିକ୍ରିୟା ନୁହେଁ।
ଏହା ଦେଶର ଗଣମାଧ୍ୟମ, ସୋସିଆଲ ମିଡିଆ ଓ ଜନମତରେ ବିରାଟ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଅଭିନେତା ଓ ବୁଦ୍ଧିଜୀବୀ ପୂର୍ବରୁ ଦେଇଥିବା ବୟାନ ଓ ବର୍ତ୍ତମାନର ନୀରବତା

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ରେ ଜଣେ ମୁସଲିମ ଯୁବକକୁ ଗୋମାଂସ ବିକ୍ରି ମାମଲାରେ ମବ୍ ଲିଚିଂ କରାଯାଇଥିଲା। ଏହି ଘଟଣା ପରେ ମୁଖ୍ୟତଃ ବଲିଉଡର କିଛି ସୁପରଷ୍ଟାର ଦେଶରେ “ଇନଟଲେରାନ୍ସ ବଢ଼ିବା” ବିଷୟରେ ଅଭିଯୋଗ କରି ବହୁ ତର୍କ-ବିତର୍କ ସୃଷ୍ଟି କରିଥିଲେ।
ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍ ଓ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ଅଭିଯୋଗ କରିଥିଲେ ଦେଶରେ ଇନଟଲେରାନ୍ସ ବଢ଼ୁଥିବାରୁ ଦେଶ ଛାଡ଼ିବାକୁ କହିଥିଲେ। ଏ ବାବଦର କଥା ହେବା ସମୟରେ ଭାରତୀୟ ସାମାଜିକ ପରିବେଶକୁ କେନ୍ଦ୍ର କରି ବହୁ ସୂକ୍ଷ୍ମ ସମୀକ୍ଷା ହୋଇଥିଲା।
ନସିରୁଦ୍ଦିନ ଶାହ ମଧ୍ୟ ବି ଦେଶରେ ଅସହିଷ୍ଣୁତା ବଢ଼ି ଯିବା ଉପରେ ମତ ଦେଇଥିଲେ। ଏହାପରେ ବିପୁଳ ରାଜନୀତିକ ଚର୍ଚ୍ଚା ଓ ମତଭେଦ ଦେଖାଯାଇଥିଲା।
ପ୍ରଶ୍ନ ହେଉଛି ବଲିଉଡର ମୁସଲମାନ କଳାକାର ନୀରବ କାହିଁକି?
ଏବେ ଯେତେବେଳେ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ଡାକ୍ତର ଓ ପ୍ରଫେସର ନିର୍ଦ୍ଦିଷ୍ଟ ମଡ୍ୟୁଲରେ ଧରାପଡ଼ିବା ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି, ସେଠି ଏହି କଳାକାରମାନେ କାହିଁକି ନୀରବ?
ଦେଶରେ ଅସହିଷ୍ଣୁତା ବଢ଼ି ଯିବା ଉପରେ ମତ ଦେଇଥିବା ବଲିଉଡର ମୁସଲମାନ କଳାକାରମାନଙ୍କୁ ଦୋଗଲା ବୋଲି ଏବେ ଦେଶବାସୀ କହୁଛନ୍ତି।
ଆତଙ୍କବାଦ ବିଷୟରେ କେବଳ ରାଜନୀତିକ ଝଡ଼ ଆସିଲେ ମତ ଦେବା, କିମ୍ବା କେବଳ କିଛି ବିଷୟ ବିରୋଧରେ ମତ ଦେବା ଏଭଳି ବ୍ୟକ୍ତିବିଶେଷଙ୍କର ଦକ୍ଷତା ରହିଛି। କିନ୍ତୁ ଦେଶ ସୁରକ୍ଷା ପ୍ରଶ୍ନ ଆସିଲେ ଏମାନେ ନୀରବ ଥିବାରୁ ଏହି ବିଷୟକୁ ନେଇ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି।
କେବଳ କଳାକାର ନୁହେଁ – ଶିକ୍ଷିତ ମୁସଲିମ ବର୍ଗ, ନେତା ଓ ବୁଦ୍ଧିଜୀବୀ ମଧ୍ୟ କାହିଁକି ଚୁପ୍?

ଦେଶର ସାର୍ବଜନୀନ ସମସ୍ୟାରେ ସାମାଜିକ ନେତା, ଧର୍ମଗୁରୁ ଓ ଶିକ୍ଷିତ ବର୍ଗ ଅନେକଥର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି।
କିନ୍ତୁ ଗତ କିଛିବର୍ଷ ଧରି ମୁସଲିମ ବୁଦ୍ଧିଜୀବୀମାନଙ୍କ ବିରୋଧରେ ଏହି ପ୍ରଶ୍ନ ନିୟମିତ ଭାବରେ ଆସୁଛି- କାହିଁକି ସେମାନେ ଦେଶରେ ଘଟୁଥିବା ଆତଙ୍କବାଦୀ ଘଟଣା, ଷଡ଼ଯନ୍ତ୍ର ବା ବିଚଳନକାରୀ କାର୍ଯ୍ୟକୁ ସାର୍ବଜନୀନ ଭାବରେ ନିନ୍ଦା କରୁନାହାନ୍ତି?
ଏହା ଏକ ଖୁବ୍ ସୁକ୍ଷ୍ମ ପ୍ରଶ୍ନ। ଏହାର ମନୋବୈଜ୍ଞାନିକ, ସାମାଜିକ ଓ ରାଜନୀତିକ ସମ୍ବନ୍ଧ ଅଛି।
କେହି କେହି କହନ୍ତି- ଦେଶର ସମସ୍ତ ମୁସଲିମମାନେ ଦେଶ ବିରୋଧରେ ଯାଇ କୌଣସି ଭୁଲ କରନ୍ତି ନାହିଁ ତଥାପି ଯେତେବେଳେ ଏଭଳି ଘଟଣା ଝଟେ “ସମୁଦାୟୀକରଣ” ହୁଏ, ସେମାନେ ଅପରାଧୀ ସହ ମିଳାମିଶା କରିବାକୁ ଚାହାଁନ୍ତି ନାହିଁ।
କିଛି ସମୟରେ ମତ ଦେବାରୁ ବ୍ୟକ୍ତିବିଶେଷ ବିବାଦର କେନ୍ଦ୍ରବିନ୍ଦୁ ହୋଇଯାଆନ୍ତି। ବଲିଉଡ ଅଭିନେତାମାନେ ଏହି ଭୟରେ ଅନେକଥର ପ୍ରତିକ୍ରିୟା ଦେବାରେ ବଞ୍ଚିବାକୁ ଚେଷ୍ଟା କରନ୍ତି। କିନ୍ତୁ ଅନେକ ମୁସଲିମ ଅଭିନେତା ଓ ବୁଦ୍ଧିଜୀବୀମାନେ ହିନ୍ଦୁମାନଙ୍କ ବିରୋଧରେ ମତଦେବାକୁ ପ୍ରତିଯୋଗୀତା କରିଥାନ୍ତି।
ମୁସଲିମ ବୁଦ୍ଧିଜୀବୀମାନଙ୍କର ସଂଘଟିତ ନେତୃତ୍ୱ ରହିଛି। ସେମାନେ ସାଧାରଣତଃ ରାଷ୍ଟ୍ରୀୟ ସୁରକ୍ଷା ନେଇ ଚିନ୍ତିତ ନୁହଁନ୍ତି। କେବଳ ନିଜ ଧର୍ମକୁ ନେଇ ହିନ୍ଦୁମାନଙ୍କ ବିରୋଧରେ ମନ୍ତବ୍ୟ ଦେଇଥାନ୍ତି।
ମୁମ୍ବାଇ ଆକ୍ରମଣବେଳେ ବି ନୀରବ ଥିଲେ ମୁସଲିମ କଳାକାର ଓ ବୁଦ୍ଧିଜୀବୀ
୧୨ ମାର୍ଚ୍ଚ ୧୯୯୩ରୁ ୧୩ ଜୁଲାଇ ୨୦୧୧ ମଧ୍ୟରେ ମୁମ୍ବାଇ ଉପରେ ୧୪ଥର ଦଙ୍ଗା ହୋଇଛି। ଏହି ଦଙ୍ଗାରେ ମୋଟ ୭୧୦ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୨ ମାର୍ଚ୍ଚ ୧୯୯୩ରେ ଡି କମ୍ପାନୀ ଦ୍ୱାରା ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ୨୫୭ଜଣ ପ୍ରାଣ ହାରାଇଥିଲେ। ୨୬ ନଭେମ୍ବର ୨୦୦୮ରେ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମମଣରେ ୧୭୧ଜଣ ପ୍ରାଣ ହରାଇଥିଲେ। ପ୍ରାୟ ଘଟଣାରେ ମୁସଲିମ ସମୁଦାୟ ଏଥିରେ ଜଡ଼ିତ ଥିବା ଅଭିଯୋଗ ହୁଏ। କିନ୍ତୁ ଏହି ଘଟଣାକୁ କୌଣସି ବଲିଉଡ କଳାକାର କିମ୍ବା ମୁସଲିମ ବୁଦ୍ଧିଜୀବୀ ନିନ୍ଦା କରିବା ପରିବର୍ତ୍ତେ ନୀରବ ରହିବାକୁ ଉଚିତ ମନେ କରିଥିଲେ।
ଆତଙ୍କବାଦ, ଧର୍ମ ଓ ମତାମତ – ଏକ ସମ୍ବେଦନଶୀଳ ସମୀକ୍ଷା

ସମାଜ ବିଜ୍ଞାନୀମାନେ କହନ୍ତି- “ଆତଙ୍କବାଦର କୌଣସି ଧର୍ମ ନାହିଁ, କିନ୍ତୁ ସାମାଜିକ ପ୍ରତିକ୍ରିୟା ସବୁବେଳେ ଧର୍ମକୁ ଧ୍ୟାନରେ ରଖି ଆସେ। କାରଣ ଭାରତରେ ହେଉଥିବା ଅଧିକାଂଶ ଆତଙ୍କବାଦ ଘଟଣାରେ ମୁସଲିମମାନେ ଜଡ଼ିତ ଥିବାର ଦେଖିବାକୁ ମିଳେ।”
ମାନବ ମନୋବୃତ୍ତି ସ୍ୱଭାବତଃ ‘ଆମେ’ ଏବଂ ‘ତୁମେ’ ବୋଲି ଭାଗ କରିଥାଏ। ଏହି କାରଣରୁ ଯଦି କୌଣସି ମୁସଲିମ ବ୍ୟକ୍ତି ଅପରାଧୀ, ସମସ୍ତ ସମ୍ପ୍ରଦାୟକୁ ଦୋଷ ଦିଆଯାଏ।
ଏଥିପାଇଁ ମୁସଲିମ ବୁଦ୍ଧିଜୀବୀମାନେ ଏଥିରୁ ବଞ୍ଚିବା ତଥା ଲୋକଲଜ୍ୟାରୁ ରକ୍ଷା ପାଇବା ପାଇଁ ନୀରବ ରହୁଥିବା କୁହାଯାଉଥିଲେ ହେଁ ଏମିତି କେତେଦିନ ନୀରବ ରହିବେ ତାହାହିଁ ବଡ଼ ପ୍ରଶ୍ନ।
କିନ୍ତୁ ଏହିପରି ଘଟଣାରେ ନୀରବ ରହି ଅପରାଧକୁ ଅନୁମୋଦନ କରାଯାଉ ନାହିଁ କି? ଭାରତୀୟ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ହେଉଛି- ଆତଙ୍କବାଦୀ କାର୍ଯ୍ୟକୁ ସବୁପରି ନିନ୍ଦା; ଅପରାଧୀକୁ ଧର୍ମ ଆଧାରରେ ବଞ୍ଚାଇବା ନୁହେଁ।
ପୂର୍ବରୁ ହୋଇଥିବା ଆତଙ୍କ ଘଟଣାରେ ନୀରବତା – ଧାରାବାହିକ ଟ୍ରେଣ୍ଡ?

ଦେଶରେ ଗତ ଦୁଇ ଦଶକରେ ଅନେକ ଗୁରୁତର ଆତଙ୍କୀ ଆକ୍ରମଣ ହୋଇଛି-
ପୁଲୱାମା, ମୁମ୍ବାଇ, ପାର୍ଲାମେଣ୍ଟ, ହାଇଦ୍ରାବାଦ, ଦିଲ୍ଲୀ ବ୍ଲାଷ୍ଟ…
ଏହି ସମସ୍ତ ଆକ୍ରମଣରେ ନିର୍ଦ୍ଦୋଷ ନାଗରିକମାନେ ଜୀବନ ହରାଇଛନ୍ତି,
କିନ୍ତୁ ଏହି ଦୁଃଖଦ ଘଟଣାରେ ସାର୍ବଜନୀନ ମତ ଦେବାରେ ବଲିଉଡ ଓ ଶିକ୍ଷିତ ମୁସଲିମ ବର୍ଗର ନୀରବତାକୁ ନାଗରିକମାନେ କ୍ରୋଧର ସହିତ କହିଆସୁଛନ୍ତି।
ମୁସଲିମ ବର୍ଗର କଳାକାର ଓ ବୁଦ୍ଧିଜୀବୀମାନଙ୍କ ଏହି ନୀରବତା ଏବେ ଏକ ସାମାଜିକ ଚର୍ଚ୍ଚାର ଅଂଶ ହୋଇଯାଇଛି।
କ’ଣ ମୁସଲିମମାନେ ଭାରତର ନୁହନ୍ତି? – ପ୍ରଶ୍ନର ସଠିକ ଅର୍ଥ

ଏହା ଏକ ବହୁତ ଗଭୀର ଓ ସମ୍ବେଦନଶୀଳ ପ୍ରଶ୍ନ। ଭାରତର ମୁସଲିମମାନେ ଏହାର ଅଂଗଭୂତ ଅଂଶ।
ପୂର୍ବରୁ ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭ କରି ସେନା, ପୁଲିସ, ବୈଜ୍ଞାନିକ, କ୍ରିଡ଼ା, ସାହିତ୍ୟ, ସଙ୍ଗୀତ, ସିନେମା-ସମସ୍ତ କ୍ଷେତ୍ରରେ ମୁସଲିମମାନଙ୍କ ଅସମାନ୍ୟ ଯୋଗଦାନ ଅଛି।
ଏହି ପ୍ରଶ୍ନଟି ପ୍ରତ୍ୟେକ ଭାରତୀୟ ପାଇଁ ଅତ୍ୟନ୍ତ ଅସୁବିଧାଜନକ, କିନ୍ତୁ ଏହା ଉଠିଛି କାରଣ-ସେମାନଙ୍କର ସାର୍ବଜନୀନ ମୌନତା ଦେଶରେ ଏକ ଅବିଶ୍ୱାସର ଅନୁଭବ ସୃଷ୍ଟି କରିଛି।
ଏହି ଅନୁଭବକୁ ଦୂର କରିବାର ଏକମାତ୍ର ଉପାୟ-ଜାତୀୟ ମୂଲ୍ୟବୋଧ ଉପରେ ସମସ୍ତଙ୍କ ସମାନ ଏବଂ ସ୍ପଷ୍ଟ ସ୍ଥାନ।
ଆଗକୁ କ’ଣ? – ସମାଜ, କଳାକାର ଓ ବୁଦ୍ଧିଜୀବୀମାନଙ୍କ ଦାୟିତ୍ୱ
ଦେଶରେ ଯେଉଁସବୁ ଘଟଣା ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ ସମ୍ମିଳନ ଓ ନାଗରିକ ଜୀବନପଦକୁ ପ୍ରଭାବିତ କରେ, ସେଠି ପ୍ରତ୍ୟେକ ମତ, ପ୍ରତ୍ୟେକ ସ୍ୱର, ପ୍ରତ୍ୟେକ ସଚେତନ ସାର୍ବଜନୀନ ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବଲିଉଡ ଅଭିନେତା, ବୁଦ୍ଧିଜୀବୀ, ଶିକ୍ଷିତ ବର୍ଗ, ମତାଧୀନ ନେତାମାନେ- ସେମାନଙ୍କ ନୀରବତା ବା ମତାମତ ଦେଶର ମନୋବୃତ୍ତିକୁ ପ୍ରଭାବିତ କରେ।
ତେଣୁ ଯେଉଁ ସମସ୍ୟା ଦେଶର ଏକତା, ସୁରକ୍ଷା ଓ ସମସ୍ତ ନାଗରିକଙ୍କ ଭବିଷ୍ୟତ ସହ ଜଡ଼ିତ, ସେଠି ଦାୟିତ୍ୱ ଅନୁଭବ କରି ସ୍ୱତଃସ୍ପୃହ ଭାବରେ ନିନ୍ଦା, ସମୀକ୍ଷା ଓ ମତପ୍ରକାଶ ଦେବା ଆଜିର ସମୟର ଆବଶ୍ୟକତା।
ଏହା କେବଳ ଏକ ସମୁଦାୟ ଉପରେ ଆଲୋଚନା ନୁହେଁ।
ଏହା ଦେଶର ସମକବିଧାନ, ସାମାଜିକ ଆଶା ଓ ଏକତାର ପାଠ ପୁନଃସ୍ମରଣ।
ଭାରତ ଏକ ଗଣତାନ୍ତ୍ରିକ, ବିବିଧତାପୂର୍ଣ୍ଣ, ସବଳ ଗଣତନ୍ତ୍ର।
ଏଠି ସମସ୍ତଙ୍କୁ ସ୍ୱାଧୀନ ମତ ଦେବା ପାଇଁ ଅଧିକାର ଦିଆଯାଇଛି-କିନ୍ତୁ ସେହି ସ୍ଵର ଦେବାର ଦାୟିତ୍ୱ ମଧ୍ୟ ଆମର ରହିଛି।
ଆତଙ୍କବାଦ ବିରୋଧରେ ନିନ୍ଦା ଧର୍ମ ଆଧାରରେ ନୁହେଁ-ଦେଶପ୍ରେମ ଆଧାରରେ ଆସିବା ଉଚିତ।
ଏବେ ପ୍ରଶ୍ନ ହେଉଛି- କେବେ ଏହି ସାର୍ବଜନୀନ ବୁଦ୍ଧିଜୀବୀ, କଳାକାର ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ଦାୟିତ୍ୱକୁ ଗୁରୁତ୍ୱ ଦେବେ ତ?
ଭାରତୀୟ ସମାଜ ଉତ୍ତର ଅପେକ୍ଷାରେ ରହିଛି-
ଆଜି, ଆସନ୍ତାକାଲି କିମ୍ବା କେବେ?
Also readhttps://purvapaksa.com/which-bus-conductor-from-bjd-will-go-to-rajya-sabha/


