Subhadra Yojana: ଯଦି ଆପଣ ଆଜି ସୁଭଦ୍ରାର ଦ୍ଵିତୀୟ କିସ୍ତି ପାଇନାହାନ୍ତି, ତେବେ ଜାଣନ୍ତୁ ପରବର୍ତ୍ତୀ କିସ୍ତି ନେଇ ବଡ଼ ଅପଡେଟ ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ୨ୟ କିସ୍ତି ତାଙ୍କ ପଠାଇଛନ୍ତି । ହେଲେ ଅନେକ ମହିଳାଙ୍କୁ ଆଜି ସୁଭଦ୍ରାର ଦ୍ଵିତୀୟ କିସ୍ତି ମିଳିନାହିଁ । ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିବିନି, ସେମାନଙ୍କୁ କେବେ ଟଙ୍କା ମିଳିବ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା କିଛି ଆକାଉଣ୍ଟକୁ ଆସିଥିବା ବେଳେ କିିଛି ଜଣ ଏବେ ବି ଅପେକ୍ଷା କରିଛନ୍ତି । ଟଙ୍କା କେବେ ଆସିବ ସେ ନେଇ ସେମାନେ ହତାଶ ମଧ୍ୟ ହୋଇଗଲେଣି । ମହିଳା ଦିବସରେ ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ବ୍ୟାଙ୍କ ଖାତାରେ ଆଧାର ଇକେୱାସି ସମସ୍ୟା କିମ୍ୱା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ୱ ହେବ କିମ୍ୱା ଅଟକି ଯିବ । ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ NPCI କ୍ଲିୟର ଥିବ । ଯଥାଶୀଘ୍ର NPCI କ୍ଲିଅର କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରମ୍ୱାର ସୂଚନା ଦେଇସାରିଛନ୍ତି । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେସବୁ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା ।
ଏହାସହ ଆଜି ଟଙ୍କା ପାଇନଥିବା ମହିଳାମାନେ ରାକ୍ଷୀ ପୂର୍ଣ୍ଣିମାରେ ଟଙ୍କା ପାଇବେ । ଯଦି ଦ୍ୱିତୀୟ କିସ୍ତିରେ ଟଙ୍କା ନ ଆସିଛି ତେବେ ସୁଭଦ୍ରାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତି ମିଶି ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୧୫ ହଜାର ପାଇପାରିବେ । ଯେଉଁ ମହିଳାମାନଙ୍କ ଖାତାକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆସିଛି, ସେମାନେ ଦ୍ୱିତୀୟ କିସ୍ତି ଓ ତୃତୀୟ କିସ୍ତି ମିଶି ୧୦ ହଜାର ଟଙ୍କା ପାଇବେ ।