Birthday Subhash Chandra Bose: ସ୍ୱାଧୀନତା ସଂଗ୍ରାମ ସମୟରେ ସୁଭାଷ ଚନ୍ଦ୍ର ବୋଷ ବାରମ୍ବାର ଆଜାଦ ହିନ୍ଦ ଫୌଜର ସହଯୋଗୀମାନଙ୍କୁ କହିଥିଲେ ଯେ ସେ ଦେଶକୁ ସ୍ୱାଧୀନ କରିବା ପରେ ହିମାଳୟ ଯିବାକୁ ଚାହୁଁଛନ୍ତି। ନେତାଜୀ କାହିଁକି ବାରମ୍ବାର ଏପରି କହୁଥିଲେ?
- ସ୍ୱାଧୀନତା ପରେ ଯୋଗୀ ହେବାକୁ ଚାହୁଁଥିଲେ ସୁଭାଷ ଚନ୍ଦ୍ର ବୋଷ
- ଧ୍ୟାନକୁ ନେତାଜୀ ନିଜ ଜୀବନର ପ୍ରକୃତ ଲକ୍ଷ୍ୟ ବୋଲି ଭାବୁଥିଲେ
- ସୁଭାଷ ବୋଷ ତନ୍ତ୍ର ସାଧନା ଓ ମନ୍ତ୍ର ଶକ୍ତିରେ ବିଶ୍ୱାସ କରୁଥିଲେ
ନେତାଜୀଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ସନ୍ଦେହ ରହିଛି। ତାଇୱାନରେ ଯେଉଁ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ,ତାହା ମଧ୍ୟ ପ୍ରଶ୍ନ ଘେରରେ। ନେତାଜୀ ଜାଣିଶୁଣି ଅଜ୍ଞାତବାସରେ ଥିଲେ କିମ୍ବା ତାଙ୍କୁ ଲୁଚିବାକୁ ବାଧ୍ୟ କରାଯାଇଥିଲା ବୋଲି କୁହାଯାଏ। ସ୍ୱାଧିନତା ପ୍ରାପ୍ତି ପରେ ଅନେକଙ୍କର ବିଶ୍ୱାସ ଥିଲା ଯେ, ନେତାଜୀ ଦିନେ ନା ଦିନେ ଦେଶକୁ ଫେରିବେ। ନେତାଜୀଙ୍କୁ ନେଇ ଅନେକ ମିଥକ ସୃଷ୍ଟି ହୋଇଛି। ତେବେ ଦେଶର ସ୍ୱାଧିନତା ପାଇଁ ନାଜୀ ଜର୍ମାନୀ ଓ ଜାପାନ ସହିତ ହାତ ମିଳାଇଥିବା ନେତାଜୀ ସ୍ୱାଧୀନ ଭାରତକୁ କେଉଁ ରୂପରେ ଦେଖିବାକୁ ଚାହୁଁଥିଲେ? ଭାରତକୁ ନେଇ କ’ଣ ଥିଲା ତାଙ୍କ ସ୍ୱପ୍ନ? ଆଜାଦ ହିନ୍ଦ୍ ଫୌଜ ଯେତେବେଳେ ବ୍ରିଟିଶ ସେନା ବିରୋଧରେ ଯୁଦ୍ଧରେ ଲିପ୍ତ ଥିଲା ସେତେବେଳେ ନେତାଜୀ ନିଜର ଜଣେ ଘନିଷ୍ଠ ସହଯୋଗୀଙ୍କୁ ସ୍ୱାଧିନ ଭାରତକୁ ନେଇ ତାଙ୍କ ସ୍ୱପ୍ନ ବାବଦରେ କହିଥିଲେ।
ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏସ୍ ଏ ଆୟର ଏ ନେଇ ଅନେକ ଥର ଲେଖିଛନ୍ତି। ସ୍ୱାଧୀନତା ପରେ ସୁଭାଷ ଅନେକ ସମୟରେ ଏକ ନିର୍ଦ୍ଦିଷ୍ଟ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ଆୟର ଲେଖିଛନ୍ତି। ଆୟରଙ୍କ ଅନୁସାରେ ନେତାଜୀ କହୁଥିଲେ ଯେ ସେ ରକ୍ତ ଭିଜା ଦିଲ୍ଲୀ ରାସ୍ତାରେ ସେ ନିଜର ବିପ୍ଳବୀ ସେନାର ସଞ୍ଚାଳନା କରିବେ, କିନ୍ତୁ ଉଦ୍ଦେଶ୍ୟ ହାସଲ ମାତ୍ରେ ସେ ନିଜ ଜୀବନର ପ୍ରକୃତ ଲକ୍ଷ୍ୟ ଆଡକୁ ମୁହାଁଇବେ।
ସୁଭାଷ ବୋଷଙ୍କ ଉପରେ ଲିଖିତ ପୁସ୍ତକ “ସୁଭାଷଙ୍କ ଅଜ୍ଞାତ ଯାତ୍ରା”ରେ ଏହା ଆଲୋଚନା କରାଯାଇଛି । ସୁଭାଷ କାହିଁକି ବାରମ୍ବାର ଏଭଳି କହୁଥିଲେ ତାହା ମଧ୍ୟ କୁହାଯାଇଛି। ନେତାଜୀ କହୁଥିଲେ ଯେ, ଦେଶ ସ୍ୱାଧୀନ ହେବାମାତ୍ରେ ସେ ହିମାଳୟ ଯିବେ, ଯେଉଁଠାରେ ସେ ଧ୍ୟାନ କରିବେ। ଏହା ହିଁ ତାଙ୍କ ଜୀବନର ପ୍ରକୃତ ଉଦ୍ଦେଶ୍ୟ।
ଆଧ୍ୟାତ୍ମିକତା ପ୍ରତି କାହିଁକି ଆକୃଷ୍ଠ ଥିଲେ?
ବାସ୍ତବରେ ଆଧ୍ୟାତ୍ମିକତା ସୁଭାଷଙ୍କ ଜୀବନରେ ଛାଇ ରହିଥିଲା। କିଶୋର ବୟସରୁ ତାଙ୍କ ଭିତରେ ଆଧ୍ୟତ୍ମିକତାକୁ ନେଇ ଜିଜ୍ଞାସା ରହିଥିଲା। କିଶୋର ଅବସ୍ଥାରୁ ସେ ବାବା ଓ ସାଧୁଙ୍କ ସନ୍ଧାନରେ ଥିଲେ । ସାଧୁ ଓ ବାବାମାନଙ୍କ ସଂସ୍ପର୍ଷରେ ଆସି ତାଙ୍କ ବ୍ୟକ୍ତିତ୍ୱରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିଥିଲା,ଯାହାକୁ ତାଙ୍କ ପରିବାରବର୍ଗ ମଧ୍ୟ ଅନୁଭବ କରିଥିଲେ।
ପିଲାବେଳୁ ହିଁ ନେତାଜୀ ସାଧୁ ଓ ମହାତ୍ମାଙ୍କୁ ଖୋଜି ଘଣ୍ଟା ଘଣ୍ଟା ଧରି ଘରୁ ବାହାରେ ରହୁଥିଲେ। ପ୍ରକୃତିର ନିରବତା ଭିତରେ ସୁଭାଷ ଆଧ୍ୟାତ୍ମିକ ଶାନ୍ତି ଖୋଜୁଥିଲେ। ଆଉ ଘରେ ଥିବାବେଳେ ଏକାକୀ ନିବୁଜ ଅନ୍ଧାର ଘରେ ସେ ଧ୍ୟାନରେ ଲୀନ ରହୁଥିଲେ।
ପ୍ରତିଦିନ ରାତିରେ ଧ୍ୟାନ ଓ ଗୀତା
ପୁସ୍ତକରେ କୁହାଯାଇଛି, ପରବର୍ତ୍ତୀ ସମୟରେ ସେ ଜର୍ମାନୀ ଓ ଜାପାନରେ ଦୀର୍ଘ ଦିନ ରହୁଥିବା ବେଳେ ମଧ୍ୟ ପ୍ରତିଦିନ ରାତିରେ ଧ୍ୟାନ କରୁଥିଲେ। ସେ ପ୍ରତିଦିନ ରାତିରେ ଭଗବତ ଗୀତା ପଢୁଥିଲେ, ଏହା ତାଙ୍କୁ ଶାନ୍ତି ଓ ଶକ୍ତି ଦେଇଥିଲା। ଯଦିଓ ସେ ତାଙ୍କର ଅଧିକାଂଶ ସମୟ ଲୋକଙ୍କ ମଧ୍ୟରେ ବିତାଉଥିଲେ, କିନ୍ତୁ ରାତିରେ, ସେ ଏକାନ୍ତହେବା ମାତ୍ରେ, ଧ୍ୟାନରେ ଲିପ୍ତ ହୋଇଯାଉଥିଲେ।
ସେ ସର୍ବସାଧାରଣରେ ମଞ୍ଚରେ ଲମ୍ବା ଭାଷଣ ଦେଉଥିଲେ, କିନ୍ତୁ ମଞ୍ଚରୁ ଓହ୍ଲାଇଲା ପରେ ସେ ଏକାନ୍ତବାସ ଚାହୁଁଥିଲେ। ସେହି ସମୟରେ ସେ ଅଳ୍ପକିଛି ଲୋକଙ୍କ ସହ କଥା ହେଉଥିଲେ। ଭୋଜନ ପରେ ସେ ସାଧାରଣତଃ ବିଶ୍ରାମ ନେଉଥିଲେ, କିନ୍ତୁ ଯଦି କେହି ତାଙ୍କୁ ଭେଟିବାକୁ ଆସୁଥିଲେ, ତେବେ ସେ ନିରବତାର ସହ କେବଳ କଥା ଶୁଣୁଥିଲେ। ଅନେକ ଘଣ୍ଟାର ଆଲୋଚନାରେ ତାଙ୍କ ମୁହଁରୁ କେବଳ କିଛି ଶବ୍ଦ ବାହାରୁଥିଲା। ସେ ସମୟରେ ସେ ଅଧିକ ଶାନ୍ତି ଚାହୁଁଥିଲେ। ଏହା ଥିଲା ତାଙ୍କର ଆଧ୍ୟାତ୍ମିକ ସମୟ।
ରାତିରେ ଘଣ୍ଟା ଘଣ୍ଟା ଧରି ଧ୍ୟାନ
ରାତିରେ ତାଙ୍କର ଧ୍ୟାନ ଲମ୍ବା ଥିଲା। ରାତି ଦୁଇ ତିନିଟା ପର୍ଯ୍ୟନ୍ତ ସେ ଶୋଉଥିଲେ। କିନ୍ତୁ ସକାଳୁ ଉଠିବାବେଳକୁ ତାଙ୍କ ମୁହଁ ସତେଜତା ଓ ଆଭାରେ ଭରି ରହୁଥିଲା। ସିଙ୍ଗାପୁରରେ ରହୁଥିବା ସମୟରେ ସେ ଶୋଇବା ପୂର୍ବରୁ ରାମକୃଷ୍ଣ ପରମହଂସ ଆଶ୍ରମକୁ ଯାଉଥିଲେ। ସେ ସେଠାକୁ ଯାଇ ଧ୍ୟାନ କରୁଥିଲେ। ତାଙ୍କର ଦୈନନ୍ଦିନ କାର୍ଯ୍ୟ ଓ ଆଧ୍ୟାତ୍ମିକ ଅଭ୍ୟାସ ଏକାସାଙ୍ଗରେ ଚାଲିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ବର୍ଲିନରେ ବୋମା ମାଡ଼ ହୋଇଥିଲା, ସେତେବେଳେ ସେ ନିଜ ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧ୍ୟାନ କରୁଥିଲେ।
ତନ୍ତ୍ର ଶକ୍ତିରେ ଥିଲା ବିଶ୍ୱାସ
ତାଙ୍କ ଜୀବନ ଅଭ୍ୟାସ ସାଧାରଣତଃ ସରଳ ଥିଲା। ସେ ନିଜେ ସେହି ଖାଦ୍ୟ ଖାଉଥିଲେ ଯାହା ତାଙ୍କ ସୈନିକମାନେ ଖାଉଥିଲେ। ସେ ମା’ କାଳୀଙ୍କ ଭକ୍ତ ଥିଲେ। ଏହା ମଧ୍ୟ କୁହାଯାଏ ଯେ ସେ ତନ୍ତ୍ର ସାଧନାର ଶକ୍ତିରେ ବିଶ୍ୱାସ କରୁଥିଲେ। ଗାନ୍ଧିଜୀଙ୍କ ବିରୋଧ ପରେ ୧୯୩୯ରେ ଯେତେବେଳେ ସେ କଂଗ୍ରେସର ସଭାପତି ହୋଇଥିଲେ, କିଛି ସମୟ ପରେ ସେ ରହସ୍ୟମୟ ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ ତାଙ୍କର ବିଶ୍ୱାସ ଥିଲା ଯେ କଂଗ୍ରେସର କିଛି ନେତା ତାଙ୍କ ବିରୋଧରେ ତନ୍ତ୍ର କରିବାକୁ ଚେଷ୍ଟା କରିଥିଲେ।
୧୯୩୩ ମସିହାରେ ଯେତେବେଳେ ସେ ଏସଏସ ଗଙ୍ଗେଙ୍କ ଦ୍ୱାରା ୟୁରୋପ ଯାଉଥିଲେ, ସେତେବେଳେ ସେ ତାଙ୍କ ବନ୍ଧୁ ଦିଲୀପ କୁମାର ରାୟଙ୍କୁ ଲେଖିଥିଲେ, ‘‘ମୁଁ ଶିବଙ୍କ ପ୍ରତି ଅଧିକ ସମର୍ପିତ । ବର୍ଷ ବର୍ଷ ଧରି ମୁଁ ମନ୍ତ୍ରଶକ୍ତି ଉପରେ ବିଶ୍ୱାସ କରିବା ଆରମ୍ଭ କରିଛି। ବାସ୍ତବରେ ମନ୍ତ୍ରରେ ବହୁତ ଶକ୍ତି ଥାଏ। ପୂର୍ବରୁ ମନ୍ତ୍ର ପ୍ରତି ମୋର ସନ୍ଦେହ ଥିଲା। ପରବର୍ତ୍ତୀ ସମୟରେ ମୁଁ ତନ୍ତ୍ର ଦର୍ଶନ ଅଧ୍ୟୟନ କଲି। ଶକ୍ତି ଦେବା କ୍ଷେତ୍ରରେ କିଛି ମନ୍ତ୍ର ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ।’’
Also readhttps://purvapaksa.com/reserves-to-weak-money-empty-a-matter-of-concern-for-india/
