Waterway : ବଳ ସଡ଼କ କିମ୍ବା ରେଳପଥ ନୁହେଁ, ଜଳପଥ ବି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବଳ ଯୋଗାଇବ, ଏହା ଥିଲା ସେହି ଯୋଜନାର ଲକ୍ଷ୍ୟ। ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ମଧ୍ୟ ଅନ୍ୟ ଏକ ମହତ୍ ଉଦ୍ଦେଶ୍ୟ ଥିଲା।
ନବୀନ ପଟ୍ଟନାୟକ ସରକାର ଏକ ବଡ଼ ଯୋଜନା କରିଥିଲେ । କେବଳ ସଡ଼କ କିମ୍ବା ରେଳପଥ ନୁହେଁ, ଜଳପଥ ବି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବଳ ଯୋଗାଇବ, ଏହା ଥିଲା ସେହି ଯୋଜନାର ଲକ୍ଷ୍ୟ। ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ମଧ୍ୟ ଅନ୍ୟ ଏକ ମହତ୍ ଉଦ୍ଦେଶ୍ୟ ଥିଲା। ଏହି ଲକ୍ଷ୍ୟ ନେଇ ନବୀନ ସରକାର ନ୍ୟାସନାଲ ଇନଲ୍ୟାଣ୍ଡ ୱାଟରୱେଜ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ମିଳିସାରିଥିଲା।
ଏହି ପ୍ରକଳ୍ପ ଅଧୀନରେ ୨୦୧ କିମି ଜଳ ସଂଯୋଗ ସ୍ଥାପନ କରାଯିବ ବୋଲି ସ୍ଥିର ହୋଇଥିଲା। ଯାଜପୁର ଜିଲ୍ଲାର ଜୋକଡ଼ିଆ ଓ ପଙ୍କପାଳରୁ ଧାମରା ବନ୍ଦର ଓ ପରାଦୀପ ବନ୍ଦର ଭାୟା ମଙ୍ଗଳାଗଡ଼ିକୁ ଜଳପଥ ପରିବହନ ପାଇଁ ମାର୍ଗ ପ୍ରସ୍ତୁତ ହେବ ବୋଲି ଏଥିରେ କୁହାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୧୩୧ କିମି ଦୈର୍ଘ୍ୟ ବିଶିଷ୍ଟ ଜୋକଡ଼ିଆ-ପଙ୍କପାଳକୁ ତାଳଚେର ସହିତ ସଂଯୋଗ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସେହିପରି ନ୍ୟାନସାଲ ୱାଟର୍ୱେଜ୍ ୬୪ ଅଧୀନରେ ସମ୍ବଲପୁର ଓ ପାରାଦୀପ ମଧ୍ୟରେ ଜଳପଥ ପରିବହନ ପାଇଁ ପଦକ୍ଷେପ ନିଆଯିବା କଥା ଚିନ୍ତା କରାଯାଇଥିଲା।
ଇନ୍ଲ୍ୟାଣ୍ଡ ୱାଟରୱେଜ୍ ଅଥରିଟି ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏହି ପ୍ରକଳ୍ପ ହାତକୁ ନେଇଥାନ୍ତା। ଜଳପଥ ସଂଯୋଗ ହେବା ଦ୍ୱାରା କେବଳ ଶିଳ୍ପ କିମ୍ବା ଖଣି କ୍ଷେତ୍ର ନୁହେଁ, ବରଂ ପର୍ଯ୍ୟଟନ ଓ ପରିବହନ କ୍ଷେତ୍ର ମଧ୍ୟ ଲାଭଦାୟୀ ହୋଇପାରିବ ବୋଲି ଚିନ୍ତା କରାଯାଇଥିଲା।
ଦୁଇ ପର୍ଯ୍ୟାୟ ଜଳପଥ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳାଗଡ଼ିରୁ ପାରାଦ୍ୱୀପ ୬୭ କିମି, ମଙ୍ଗଳଗଡ଼ିରୁ ଧାମରା ୨୮ କିମି ଓ ମଙ୍ଗଳଗଡ଼ିରୁ ପଙ୍କପାଳ ୧୧୭ କିମି ଜଳପଥରେ ସଂଯୋଗ ସ୍ଥାପନ କରାଯିବ ବୋଲି କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟ କାମ ଶେଷ ପରେ ତାଳଚେର-ପଙ୍କପାଳ (୧୨୦ କିମି) ମଧ୍ୟରେ ସଂଯୋଗ କାମ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା
ବିଶେଷଜ୍ଞଙ୍କ ମତରେ, ବିଶ୍ୱରେ ୭୦% ପଣ୍ୟ ଜଳପଥରେ ପରିବହନ ହୋଇଥାଏ। ତା ସହିତ, ଅତୀତରେ ନୌବାଣିଜ୍ୟ ଉତ୍କଳୀୟ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ଥିବାବେଳେ ଏବେ ପୁନର୍ବାର ସେହି ବାଣିଜ୍ୟ ଆରମ୍ଭ ହେବା କଥା ଚିନ୍ତା କରାଯାଇଥିଲା । ଓଡ଼ିଶା ସରକାର ଶିଳ୍ପାୟନ ଜରିଆରେ ଅର୍ଥନୈତିକ ଓ ସାମାଜିକ ସମୃଦ୍ଧି ଆଣିବା ଲକ୍ଷ୍ୟ ରଖିଥିବାରୁ ସୁଗମ ପରିବହନ ବ୍ୟବସ୍ଥା ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ ବୋଲି ପ୍ରକଳ୍ପ ରିପୋର୍ଟରେ ପ୍ରକାଶ କରାଯାଇଥିଲା।
ମୋହନ ମାଝୀଙ୍କ ସରକାର ଏହି ଜଳପଥ ସଂଯୋଗ ଯୋଜନାକୁ ପୁଣିଥରେ ଅନୁମୋଦନ କରିବେ କି ପୂର୍ବ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପ୍ରକଳ୍ପ ରିପୋର୍ଟ ଅନୁଯାୟୀ କାର୍ଯ୍ୟ ହେବ ତାହାର ସ୍ପଷ୍ଟ ରୂପରେଖ ମିଳୁନାହିଁ। ଓଡ଼ିଶା ପାଇଁ ଜଳପଥ ଯେ ନିତାନ୍ତ ଆବଶ୍ୟକ ଏଥିରେ ଦ୍ଵିମତ ନାହିଁ।
Also readhttps://purvapaksa.com/wp-admin/post-new.php
