ଅଟୋ Bajaj ମାର୍କେଟରେ ଏକ ନୂଆ ସ୍କୁଟର ଲଞ୍ଚ କରିଛି । Chetak 35 Series ଭାରତୀୟ ମାର୍କେଟକୁ ଆସିଛି । ବଜାଜର ଏହି ସ୍କୁଟରକୁ ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି । ନୂଆ Chetak ରେ Bajaj ଅନେକ ପରିବର୍ତ୍ତନ କରିଛି । ଏହି ସ୍କୁଟରର 35 ସିରିଜରେ ଅଧିକ ଷ୍ଟୋରେଜ୍ ସ୍ପେସ୍ ପ୍ରଦାନ କରାଯାଇଛି । ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଲାଗିଥିବା ବ୍ୟାଟେରୀକୁ ରି-ଲୋକେଟ କରି ଏହାର ବୁଟ୍ କ୍ୟାପାସିଟି ୩୫ ଲିଟରର କରାଯାଇଛି ।
Bajaj ର ଏହି ନୂଆ ମଡେଲର 4kW ର ପରମାନେଣ୍ଟ ମୋଟର ଲଗାଯାଇଛି । ଏହି ମୋଟର ସହିତ EV ଟପ୍-ସ୍ପିଡ୍ ୭୩ କିଲୋମିଟର ପଯ୍ୟନ୍ତ ଚଲାଇପାରିବ । Chetak 35 ସିରିଜରେ ୩.୫ କିଲୋୱାଟର ବ୍ୟାଟେରୀ ପ୍ୟାକ୍ ରହିଛି, ଯେଉଁଥିପାଇଁ କମ୍ପାନୀ ଦାବି କରିଛି ଯେ ଏହି EV ୧୫୩ କିଲୋମିଟର ପର୍ଯ୍ୟନ୍ତ ଚଲାଇପାରିବ । ଏହି ସ୍କୁଟରର ବ୍ୟାଟେରୀକୁ ୯୫୦ W ଚାର୍ଜର ସହିତ ଚାର୍ଜ କରାଯାଇପାରିବ । ଏହାକୁ ଆରମ୍ଭରୁ ୮୦% ପର୍ଯ୍ୟନ୍ତ ଚାର୍ଜ କରିବାକୁ ୩ ଘଣ୍ଟା ଲାଗିବ ।
Chetak EV ର ଫିଚର୍ସ
ବଜାଜ୍ ନିଜର ନୂଆ ସ୍କୁଟରର ଡିଜାଇନରେ କିଛି ଚେଞ୍ଜ କରାଯାଇ ନାହିଁ, କାରଣ ଏହି EV ର ଡିଜାଇନ୍ ଲୋକଙ୍କୁ ଆଟ୍ରାକ୍ଟିଭ୍ କରିଛି । ଏହି EV ର ହେଡଲ୍ୟାମ୍ପ ପରି Tweaks ଲଗାଯାଇଛି । ସ୍କୁଟରରେ ନୂଆ ହେଡଲ୍ୟାମ୍ପ ଏବଂ ନୂଆ ଇଣ୍ଡିକେଟର ମଧ୍ୟ ଲଗାଯାଇଛି । ଏହି EV ର ସିଟ୍ ଲମ୍ବା ଅଛି । ଏହା ସହିତ ୮୦ mm ର ଏକ ଲମ୍ବା ହୁଇଲ୍ ବେସ୍ ମଧ୍ୟ ଦିଆଯାଇଛି ।
ବଜାଜ୍ Chetak 35 ସିରିଜର ନୂଆ ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ଟପ୍-ଏଣ୍ଡ ମଡେଲ ୩୫୦୧ ଟ୍ରିମରେ geo ଫୋନସିଂ ସହିତ ଏକ ନୂଆ ଟଚ୍ ସ୍କ୍ରିନ୍ TFT ଡିସପ୍ଲେ ରହିଛି । ଏଥିରେ ମ୍ୟାପ୍ ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ୍ ଭଳି ଫିଚର୍ସ ମଧ୍ୟ ସାମିଲ ଅଛି ।
Chetak 35 ସିରିଜର ପ୍ରାଇସ
ବଜାଜ୍ ନିଜର ନ୍ୟୁ Chetak ରେ ନୂଆ ଫିଚର୍ସ ସହିତ Ather ଏବଂ Ola scooters କୁ ଟକ୍କର ଦେବ । ଗତ କିଛି ମାସ ମଧ୍ୟରେ Chetak ରେ ତିନି ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ସ୍କୁଟର ସେଲ୍ ହୋଇଛି । Chetak 35 ସିରିଜର ମିଡି-ଭ୍ୟାରିଆଣ୍ଟର ପ୍ରାଇସ୍ ୧,୨୭ ଲକ୍ଷ ଟଙ୍କା ରହିଛି । ବଜାଜ୍ ଏହି ନୂଆ ଜେନେରେସନ ମଡେଲକୁ ଆହୁରି ଏକ୍ସପାଣ୍ଡ କରିବାକୁ ଚାହୁଁଛି ।
Also read https://purvapaksa.com/over-75-of-teens-experience-depression-and-anxiety/