ଓଡ଼ିଶାର ରାଜନୀତି ଏବେ ଆଉଥରେ ଦିଲ୍ଲୀମୁଖୀ ହୋଇଛି। ଆସନ୍ତା ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୀତିକ ପରିବେଶ ସରଗରମ ହେବାରେ ଲାଗିଛି। ବିଜେପି ସହଜରେ ଦୁଇଟି ଆସନ ଜିତିପାରିବା ସ୍ଥିତିରେ ଥିବା ସତ୍ତ୍ୱେ, ତୃତୀୟ ଆସନକୁ ନେଇ ଯେ ଚର୍ଚ୍ଚା ଚାଲିଛି, ତାହା ରାଜ୍ୟ ରାଜନୀତିକୁ ନୂଆ ଦିଗ ଦେଉଛି।
ବିଜେପି ବିଧାୟକ ଟଙ୍କଧରୂ ତ୍ରିପାଠୀଙ୍କ “ବିଜେପି ସରପ୍ରାଇଜ ଦେଇପାରେ” ଉକ୍ତି ରାଜନୀତିକ ମହଳରେ ଅପାର ଉତ୍ସୁକତା ସୃଷ୍ଟି କରିଛି। ଏହି ସରପ୍ରାଇଜ କ’ଣ? ଦଳର ବରିଷ୍ଠ ସଂଗଠନମୂଳକ ମୁହଁ? ନା ଦିଲ୍ଲୀରୁ କୌଣସି ଜାତୀୟ ଚରିତ୍ର? ନା କି ବିଜେଡି ସହ ଗୁପ୍ତ ରାଜନୀତିକ ସମନ୍ୱୟ?
ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ପାଇଁ ଆମେ ଏହି ରାଜ୍ୟସଭା ଦୌଡ଼ର ସମଗ୍ର ଚିତ୍ରକୁ ଦେଖିବା ଦରକାର।
ବିଧାନସଭାରେ ବିଜେପିର ସଂଖ୍ୟା ଏତେକି ଯେ ଦଳ ସହଜରେ ଦୁଇଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇପାରିବ। ତୃତୀୟ ଆସନ ପାଇଁ ସଂଖ୍ୟା ଗଣିତ ଜଟିଳ ହେଉଛି। ଏଠିରେ ବିଜୁ ଜନତା ଦଳ (ବିଜେଡି)ର ଭୂମିକା ମୁଖ୍ୟ ହୋଇଯାଉଛି।
ଯଦି ବିଜେଡି ସହ ଅଘୋଷିତ ବୁଝାମଣା ହୁଏ, ତେବେ ବିଜେପି ତୃତୀୟ ପ୍ରାର୍ଥୀକୁ ମଧ୍ୟ ଦିଲ୍ଲୀ ପଠାଇପାରିବ। ଏହା କେବଳ ସଂଖ୍ୟା ଜିତିବା ନୁହେଁ; ଏହା ରାଜନୀତିକ ସଂକେତ। ବିଜେପି ଓ ବିଜେଡି ମଧ୍ୟରେ ରାଜନୀତିକ ବିରୋଧଭାସ ଥିଲେ ମଧ୍ୟ, ରାଜ୍ୟସଭା ପରି ନିର୍ବାଚନରେ ରଣନୀତିକ ସମନ୍ୱୟ ଅସମ୍ଭବ ନୁହେଁ।
ମନମୋହନ ସାମଲଙ୍କ ନାଁ ସବୁଠାରୁ ଆଗରେ। ସେ ଦଳକୁ ଗଢ଼ି ତୋଳିବାରେ ଭୂମିକା ନେଇଛନ୍ତି। ଯଦିଓ ସେ ଦିଲ୍ଲୀ ଯିବା ପ୍ରସଙ୍ଗରେ ଅନିଛୁକ କହୁଥିବା କଥା ଚର୍ଚ୍ଚାରେ ଆସିଛି, ତଥାପି ଦଳୀୟ ନିଷ୍ପତ୍ତି ହିଁ ଶେଷ କଥା। ଯଦି ସେ ରାଜ୍ୟସଭାକୁ ଯାଆନ୍ତି, ତେବେ ଏହା ସଂଗଠନ ପ୍ରତି ଏକ ସମ୍ମାନ ହେବ।
ସମୀର ମହାନ୍ତିଙ୍କ ନାଁ ମଧ୍ୟ ଉଠୁଛି। ସଂଗଠନ ଅଭିଜ୍ଞତା ଓ ଦଳୀୟ ଦୃଢ଼ତା ଦୃଷ୍ଟିରୁ ସେ ଏକ ଭରସାଯୋଗ୍ୟ ମୁହଁ। କେବଳ ସେତିକି ନୁହେଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ନେତା।
ବର୍ତ୍ତମାନ ସାଂସଦ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କୁ ପୁନର୍ବାର ପଠାଯାଇପାରେ। ଦିଲ୍ଲୀରେ ତାଙ୍କ ଅଭିଜ୍ଞତା ଦଳ ପାଇଁ ଲାଭକାରୀ।
ମମତା ମହନ୍ତଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି। ମହିଳା ଓ ଆଦିବାସୀ ପ୍ରତିନିଧିତ୍ୱକୁ ଧ୍ୟାନରେ ରଖିଲେ ତାଙ୍କ ନାଁକୁ ଅଗ୍ରାଧିକାର ମିଳିପାରେ।
ରାଜ୍ୟସଭା ଦୌଡ଼ରେ କେବଳ ରାଜ୍ୟର ମୁହଁ ନୁହେଁ, ଜାତୀୟ ମୁହଁମାନେ ମଧ୍ୟ ଚର୍ଚ୍ଚାରେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାଁ ଚର୍ଚ୍ଚାରେ। ଯଦି ସେ ଓଡ଼ିଶାରୁ ଯାଆନ୍ତି, ତେବେ ଏହା ଜାତୀୟ ସନ୍ଦେଶ ହେବ।
ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ନାଁ ମଧ୍ୟ ଉଠୁଛି। ଏହା ସଂଗଠନ ମୂଳକ ସମନ୍ୱୟର ଚିହ୍ନ ହୋଇପାରେ।
ବିଜେପି ପ୍ରାର୍ଥୀ ଥିବା ଦିଲ୍ଲୀପ ରାୟଙ୍କ ନାଁ ମଧ୍ୟ ଆସୁଛି। ତାଙ୍କ ଶିଳ୍ପ ଓ ଦିଲ୍ଲୀ ସଂଯୋଗ ଦଳ ପାଇଁ ଉପଯୁକ୍ତ ହୋଇପାରେ।
ବିଜେଡି ତା’ର ସଂଖ୍ୟା ଅନୁସାରେ ଜଣେ ପ୍ରାର୍ଥୀକୁ ପଠାଇପାରିବ।
ନବୀନଙ୍କ ପଲଟିକାଲ ସେକ୍ରେଟାରୀ ସଂତୃପ୍ତ ମିଶ୍ରଙ୍କ ନାଁ ଚର୍ଚ୍ଚାରେ। ସେ ମଧ୍ୟ ପାଣ୍ଢିଆନଙ୍କ ଅନୁଗତ ବୋଲି କୁହାଯାଉଛି।
ସୁବ୍ରତ ବାଗଚୀଙ୍କ ନାଁ ମଧ୍ୟ ଉଠୁଛି।
କିନ୍ତୁ ବରିଷ୍ଠ ନେତାମାନେ କହୁଛନ୍ତି — ଦଳର ବରିଷ୍ଠ ମୁହଁମାନେ ଯାଆନ୍ତୁ। ଏହାର ଅର୍ଥ ହେଲା ସଂତୃପ୍ତଙ୍କ ସମ୍ଭାବନା କମିପାରେ।
“ସରପ୍ରାଇଜ” ଶବ୍ଦର ଅର୍ଥ ହୋଇପାରେ—
୧. ଅପ୍ରତ୍ୟାଶିତ ନାମ
୨. ଦିଲ୍ଲୀରୁ ଜାତୀୟ ମୁହଁ
୩. ବିଜେଡି ସହ ଗୁପ୍ତ ସମନ୍ୱୟ
୪. ସଂଗଠନମୂଳକ ପୁନର୍ଗଠନ
ଯଦି ବିଜେପି ୩ଟି ଆସନ ନେଇଯାଏ, ତେବେ ଏହା ରାଜ୍ୟ ରାଜନୀତିରେ ଏକ ନୂଆ ପର୍ବର ଆରମ୍ଭ।
ରାଜ୍ୟସଭା ନିର୍ବାଚନ କେବଳ ସଂଖ୍ୟାର ଖେଳ ନୁହେଁ। ଏହା ରାଜନୀତିକ ସନ୍ଦେଶ। ବିଜେପି ଯଦି ଅପ୍ରତ୍ୟାଶିତ ନାମ ଦେଇଥାଏ, ତେବେ ଏହା ଜାତୀୟ ଓ ରାଜ୍ୟ ସମୀକରଣକୁ ପ୍ରଭାବିତ କରିପାରେ।
“ସରପ୍ରାଇଜ” କ’ଣ — ଏହାର ଉତ୍ତର ଶୀଘ୍ର ମିଳିବ। କିନ୍ତୁ ଏତେଟା ସ୍ପଷ୍ଟ, ଏହି ନିର୍ବାଚନ ଓଡ଼ିଶାର ରାଜନୀତିରେ ଏକ ନୂଆ ସମୀକରଣ ତିଆରି କରିପାରେ।
ରାଜ୍ୟସଭା ଦୌଡ଼ ଏବେ ରୋମାଞ୍ଚକର ଅବସ୍ଥାରେ। ଦିଲ୍ଲୀର ଇଶାରା, ଭୁବନେଶ୍ୱରର ରଣନୀତି ଓ ସଂଖ୍ୟା ଗଣିତ — ସବୁକିଛି ଏକାଠି ହୋଇଛି।
“ବିଜେପି ସରପ୍ରାଇଜ” ରାଜନୀତିର ଆଗାମୀ ଅଧ୍ୟାୟ ଲେଖିବ କି? ଏହାର ଉତ୍ତର ଆସନ୍ତା ଘୋଷଣାରେ ଲୁଚିଛି।


