Reciprocal tariff : ପାରସ୍ପରିକ ଟାରିଫ ଏକ ଏଭଳି ନୀତି ଯାହାକୁ ବିଶ୍ୱ ବାଣିଜ୍ୟରେ ସମାନତା ଏବଂ ନ୍ୟାୟପରାୟଣତା ଆଣିବା ପାଇଁ ଲାଗୁ କରାଯାଇଥାଏ। ଆପଣ ଏହି ଶବ୍ଦଟିକୁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କଠାରୁ ଶୁଣିଥିବେ, କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ପାରସ୍ପରିକ ଟାରିଫ ଆସଲରେ କ’ଣ?
ଆମେରିକା ଭାରତ ଉପରେ ୨୬ ପ୍ରତିଶତ ଟାରିଫ ଲଗାଇବାର ଘୋଷଣା କରିଛି। ଏହାର ସ୍ପଷ୍ଟ ପ୍ରଭାବ କୃଷି, ଟେକ୍ସଟାଇଲ୍, ଏବଂ ଅଟୋ ସେକ୍ଟର ଉପରେ ଦେଖାଯିବ। ଆସନ୍ତୁ ଜାଣିବା ଏହି ପାରସ୍ପରିକ ଟାରିଫର ଅର୍ଥ କ’ଣ?
ପାରସ୍ପରିକ ଟାରିଫ କ’ଣ?
ପ୍ରଥମେ ଆପଣଙ୍କୁ ଟାରିଫର ଅର୍ଥ କହୁଛୁ- ଟାରିଫ ଏକ ପ୍ରକାରର ଟିକସ ଯାହା କୌଣସି ଦେଶ ଦ୍ୱାରା ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଲଗାଯାଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ପାଇଁ ରାଜସ୍ୱ ବୃଦ୍ଧି କରିବା ଏବଂ ଘରୋଇ କମ୍ପାନୀଗୁଡ଼ିକୁ ବିଦେଶୀ ପ୍ରତିଯୋଗିତାରୁ ସୁରକ୍ଷା ଦେବା। ଅନ୍ୟପକ୍ଷରେ, ପାରସ୍ପରିକର ଅର୍ଥ ହେଉଛି ଆପଣ ଯେପରି କରିବେ, ସେହିପରି ଆମେ ମଧ୍ୟ କରିବୁ।
ପାରସ୍ପରିକ ଟାରିଫ କ’ଣ?
ଏହାକୁ ସରକାର ବାଣିଜ୍ୟ ନୀତି ଏବଂ ରାଜସ୍ୱ ସଂଗ୍ରହର ଏକ ମାଧ୍ୟମ ଭାବେ ବ୍ୟବହାର କରିଥାଏ । ଆସନ୍ତୁ ଏହାକୁ ଏକ ଉଦାହରଣ ଦ୍ୱାରା ବୁଝିବା, ଯଦି ଭାରତ ଆମେରିକାର ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ ଲଗାଏ, ତେବେ ଆମେରିକା ମଧ୍ୟ ଭାରତର ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ ଲଗାଇବ। ଧରି ନିଆଯାଉ ଯେ, ଭାରତ ଆମେରିକାରୁ ଗହମ ଆମଦାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଉଛି,ଯାହାର ଯବାବରେ ଆମେରିକା ଯଦି ଗହମ ଉପରେ ସମାନ ୨୦ ପ୍ରତିଶତ ଶୁଳ୍କ ଲଗାଏ ତେବେ ତାହା ହେବ ରେସିପ୍ରୋକାଲ ଟାରିଫ । ଏହାର ଉଦ୍ଦେଶ୍ୟ ହେଉଛି ବାଣିଜ୍ୟର ଅସନ୍ତୁଳନକୁ କମ କରିବା ଏବଂ ଘରୋଇ ବଜାରକୁ ସୁରକ୍ଷା ପ୍ରଦାନ କରିବା।
ଟ୍ରମ୍ପଙ୍କ ଟାରିଫକୁ ଅସ୍ତ୍ର ଭାବେ ବ୍ୟବହାର
ଡୋନାଲ୍ଡ ଟ୍ରମ୍ପ ପ୍ରତିଶୋଧମୂଳକ ଟାରିଫକୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି ଯାହା ଦ୍ୱାରା ଆମେରିକାର ବାଣିଜ୍ୟ କ୍ଷତିକୁ କମ କରାଯାଇପାରିବ ଏବଂ ଅନ୍ୟ ଦେଶମାନଙ୍କୁ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଟାରିଫ ଲଗାଇବାରୁ ରୋକାଯାଇପାରିବ। ସେ ଏହାକୁ ଏକ ନ୍ୟାୟପୂର୍ଣ୍ଣ ବାଣିଜ୍ୟର ଉଦାହରଣ ଦେଇ ଲାଗୁ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଯଦି କୌଣସି ଦେଶ ଆମେରିକୀୟ ଆମଦାନୀ ଉପରେ ଭାରୀ ଶୁଳ୍କ ଲଗାଏ, ତେବେ ଆମେରିକା ମଧ୍ୟ ସେହି ଦେଶର ଆମଦାନୀ ଉପରେ ସମାନ ଟାରିଫ ଲଗାଇବ।
ଭାରତର ଜିଡିପି ଉପରେ କ’ଣ ପ୍ରଭାବ ପଡ଼ିବ?
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ପାରସ୍ପରିକ ଟାରିଫ ଲଗାଇଛନ୍ତି। ଏହା କାରଣରୁ ଭାରତର ଜିଡିପି ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହା ଉପରେ ଟ୍ରମ୍ପ କହିଛନ୍ତି ଯେ ଏହି ଟାରିଫଗୁଡ଼ିକ ପାରସ୍ପରିକ, ଅର୍ଥାତ୍ ଅନ୍ୟ ଦେଶମାନଙ୍କ ଦ୍ୱାରା ଆମେରିକୀୟ ଉତ୍ପାଦ ଉପରେ ଲଗାଯାଇଥିବା ଶୁଳ୍କର ଜବାବରେ ଏହା ଦିଆଯାଇଛି।
ଟ୍ରମ୍ପଙ୍କ ’ଟାରିଫ୍ ୱାର’ ଦ୍ୱାରା ପ୍ରଭାବିତ ହେଲା ଭାରତୀୟ ସେୟାର ବଜାର,ଗୋଟିଏ ମିନଟରେ ୩ ଲକ୍ଷ କୋଟି ସ୍ୱାହା