Cold day: ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଗତ କିଛିଦିନ ହେବ ଶୀତ ବଢ଼ିଛି। ହଠାତ୍ ତାପମାତ୍ରା କମିବାରୁ ଉତ୍ତରପ୍ରଦେଶ ସରକାର ଥଣ୍ଡା ଦିନ ଘୋଷଣା କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି କୋଲ୍ଡ ଡେ’ କ’ଣ ହୋଇଥାଏ ?
ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅନେକ ରାଜ୍ୟରେ ତାପମାତ୍ରା ମାଇନସ୍ରେ ପହଞ୍ଚିଛି। ଯେଉଁଥିପାଇଁ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି କୋଲ୍ଡ ଡେ’ କ’ଣ ଏବଂ ସରକାର ଏହାକୁ କେବେ ଘୋଷଣା କରନ୍ତି? ଆସନ୍ତୁ ଜାଣିବା କେଉଁ ତାପମାତ୍ରା ପରେ କୋଲ୍ଡ ଡେ’ର ଘୋଷଣା କରାଯାଏ।
ଦେଶରେ ପ୍ରବଳ ଥଣ୍ଡା
ଦେଶର ଅନେକ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କେବଳ ଏତିକି ନୁହେଁ ଶୀତ ଲହରୀ ଯୋଗୁଁ ବିମାନ, ଟ୍ରେନ୍ ଓ ଟ୍ରେନ୍ର ବେଗ ମଧ୍ୟ ହ୍ରାସ ପାଇଛି। କିନ୍ତୁ ତାପମାତ୍ରା ହ୍ରାସ ପାଉଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ରାଜ୍ୟରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଆସୁଛି। ସେପଟେ ପାହାଡିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳୁଛି। ଶୀତକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଛୁଟି ବୃଦ୍ଧି କରିଛନ୍ତି। ଖାଲି ସେତିକି ନୁହେଁ, ଶୀତକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ମଧ୍ୟ କୋଲ୍ଡ ଡେ’ ଘୋଷଣା କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି କେମିତି ଓ କେବେ କୋଲ୍ଡ ଡେ’ ଘୋଷଣା କରାଯାଏ।
କୋଲ୍ଡ ଡେ’ କେବେ ହୋଇଥାଏ?
ଭାରତୀୟ ପାଣିପାଗ ବିଭାଗ ଅନୁସାରେ ସେହି ଦିନକୁ କୋଲ୍ଡ ଡେ’ କୁହାଯାଏ ଯେଉଁଦିନ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୧୦ ଡିଗ୍ରୀ ସେଲସିୟସ୍ କମ୍ କିମ୍ବା ସମାନ ରହିଥାଏ କିମ୍ବା ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ଅତି କମରେ ୪.୫ ଡିଗ୍ରୀ ସେଲସିୟସ କମ୍ ରହିଲେ। ଏହାବ୍ୟତୀତ ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ୍ରୁ କମ୍ କିମ୍ବା ସମାନ ହେଲେ ଏହାକୁ କୋଲ୍ଡ ଡେ’ ଭାବେ ବିବେଚନା କରାଯାଏ। ତେବେ ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ଋତୁର ସ୍ୱାଭାବିକ ତାପମାତ୍ରାଠାରୁ ୪.୫ରୁ ୬.୪ ଡିଗ୍ରୀ ସେଲସିୟସ କମ୍ ରହିପାରେ।
କୋଲ୍ଡ ଡେ’ ଏବଂ ସିଭିୟର କୋଲ୍ଡ ଡେ’ ମଧ୍ୟରେ ପାର୍ଥକ୍ୟ କ’ଣ?
ସୂଚନାଯୋଗ୍ୟ, ଅତ୍ୟଧିକ ଥଣ୍ଡା ଦିନଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି ଥଣ୍ଡା ଦିନ ଏବଂ ଦ୍ୱିତୀୟଟି ହେଉଛି ପ୍ରବଳ ଥଣ୍ଡା ଦିନ। ତେବେ କେଉଁ ଦିନ ଥଣ୍ଡା ଦିନ ହେବ ଏବଂ କେଉଁ ଦିନ ପ୍ରବଳ ଥଣ୍ଡା ରହିବ ତାହା ସେହି ଦିନର ତାପମାତ୍ରା ଓ ସେଠାକାର ଭୂଗୋଳ ଉପରେ ନିର୍ଭର କରିଥାଏ। ସମତଳ ଓ ପାହାଡ଼ିଆ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ଭିନ୍ନ ଭିନ୍ନ ମାନଦଣ୍ଡ ପ୍ରସ୍ତୁତ କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ କିମ୍ବା ତା’ଠାରୁ କମ୍ ରହିଲେ ଶୀତ ଲହରୀ କୁହାଯାଏ। ପ୍ରବଳ ଶୀତ ଲହରୀରେ ତାପମାତ୍ରା ସ୍ୱାଭାବିକଠାରୁ ୬.୫ ଡିଗ୍ରୀ କମ୍ ରହିଥାଏ।


