Weirdest Jobs In World: ଭାରତୀୟମାନେ ସବୁଠାରୁ ଅଧିକ ଯେଉଁ ଜିନିଷ ପାଇଁ ଚିନ୍ତିତ ରହିଥାନ୍ତି, ତାହା ହେଉଛି ଚାକିରୀ । ଭାରତରେ ଯଦି ବେରୋଜଗାରଙ୍କ ସଂଖ୍ୟା ଜଣାପଡ଼େ, ତେବେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଅନ୍ୟପଟେ ଚାକିରୀ କରୁଥିବା ଲୋକେ ସେମାନଙ୍କର ଚାକିରି ପଳେଇଯିବାର ଭୟରେ ରହିଥାନ୍ତି । କାରଣ ଠାରେ ଚାକିରୀ ପଳେଇଯିବ ପରେ ବହୁତ କଷ୍ଟରେ ଆଉ ଗୋଟିଏ ଚାକିରୀ ମିଳିଥାଏ । ହେଲେ ବର୍ତ୍ତମାନ ଆମେ ଆପଣଙ୍କୁ କିଛି ଏଭଳି ଚାକିରୀ ବିଷୟରେ କହିବୁ, ଯାହା ବହୁତ ଅଦ୍ଭୁତ କିନ୍ତୁ ଏହାର ସେଲେରୀ ଭଲ ।
କୋଭିଡ୍ ପରେ ଦୁନିଆରେ କାମର ଅନେକ ଅଭାବ ଦେଖାଯାଇଥିଲା। କିନ୍ତୁ ୟୁକେର ମିସ୍ଟର କିପ୍ସ କିପ୍ପୀ କମ୍ପାନୀ ଗୋଟିଏ ଅଦ୍ଭୁତ ଜବ୍ ବାହାରିଥିଲା । ଏଥିରେ ଜବ୍ କରୁଥିବା ବ୍ୟକ୍ତିକୁ ପକ୍ଷୀ ଭଗାଇବା ପାଇଁ ଗୋଟିଏ ଦିନର 20,000 ଟଙ୍କା ଦିଆଯାଉଥିଲା । ଯଦି ଜଣେ ବ୍ୟକ୍ତି ପକ୍ଷୀ ଭଗାଇବାରେ ସଫଳ ହେଲେ ତେବେ ସନ୍ଧ୍ୟାରେ ଅକାଉଣ୍ଟସ୍ ବିଭାଗରୁ 20 ହଜାର ନେଇପାରିବେ।
ଆପଣ ଜାଣି ଆଶ୍ଚର୍ୟ ହେବ ଯେ, ଅପଣ ଶୋଇ ଶୋଇ ମଧ୍ୟ ଟଙ୍କା କମେଇ ପାରିବେ । ଫିନଲ୍ୟାଣ୍ଡର ହୋଟେଲରେ ଏକ ଫୁଲ ଟାଇମ୍ ପେଶାବ୍ୟବସ୍ଥାପକ ସ୍ଲୀପର୍ କାମ କରନ୍ତି। ସେ ପ୍ରତିରାତି ଭିନ୍ନ-ଭିନ୍ନ ରୁମରେ ଶୁଅନ୍ତି ଏବଂ ବେଡ଼ର କମ୍ଫୋର୍ଟର ସମୀକ୍ଷା କରିଥାନ୍ତି।
ଦୁନିଆରେ ଅନେକ ଲୋକଙ୍କୁ ଅନେକ ପ୍ରକାରର ଏବଂ ଦାମୀ କାର ବା ଗାଡ଼ି କିଣିବାର ଶୌକ ଥାଏ। ସେହି ଲୋକମାନେ ନିଜର କାର ବା ଗାଡ଼ି ଦେଖାଇବା ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ନେଇଥାନ୍ତି ।
ଜାପାନର ମେଟ୍ରୋରେ ଏତେ ଲୋକ ଯାତ୍ରା କରନ୍ତି ଯେ ସେଠାରେ କବାଟ ସହଜରେ ବନ୍ଦ ହୋଇ ପାରେ ନାହିଁ। ସେହି କାମ ପାଇଁ ସେଠାରେ ପ୍ୟାସେଞ୍ଜର ପୁଷର ନିଯୁକ୍ତ କରାଯାଏ।
ଚୀନରେ ଜୁ ମଧ୍ୟରେ ଛୋଟ-ବଡ ଏବଂ କ୍ୟୁଟ୍ ଦେଖାଯାଉଥିବା ପାଣ୍ଡାକୁ ଖୁଆଇବା -ପିଆଇବା ସହିତ ସୁଇଇବା ପାଇଁ ଟଙ୍କା ଦିଆଯାଏ। ସେଠାରେ ତାଙ୍କର ଯତ୍ନ ଛୋଟ ପିଲାଙ୍କ ଭଳି ରଖାଯାଇଥାଏ ।
ଆପଣ ଯଦି ହିନ୍ଦୀ ଫିଲ୍ମ ରୁଦାଳୀ ଦେଖିଛନ୍ତି, ତେବେ ସେଥିରେ ଡିମ୍ପଲ କପାଡିଆ ଯେଭଳି ଭୂମିକା ନିବାହ କରିଛନ୍ତି, ତାହାକୁ ରୁଦାଳୀ କହାଯାଏ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦକ୍ଷିଣ ପୂର୍ବ ଏସିଆରେ ମଧ୍ୟ ଏକ ପରମ୍ପରା ଅଛି ଯେଉଁଠି ବ୍ୟକ୍ତି ମରିଯିବା ପରେ ଅନ୍ତିମ ସଂସ୍କାରରେ କାନ୍ଦିବା ପାଇଁ ଟଙ୍କା ଦିଆଯାଏ।
କେବଳ ଏତିକି ନୁହଁ କେତେକ ସ୍ଥାନରେ ଅନ୍ୟମାନଙ୍କ ପାଇଁ ଯଦି ଆପଣ ଲାଇନ୍ ରେ ଛିଡ଼ା ହେବେ ତେବେ ଆପଣଙ୍କୁ ଟଙ୍କା ମିଳିଥାଏ । ଲଣ୍ଡନ୍ ରେ ଗୋଟିଏ ପ୍ରୋଫେସନାଲ କ୍ୟୁୟର ପ୍ରତିଦିନ 16,000 ଟଙ୍କା କମାଇଥାଏ।
ALSO READ: https://purvapaksa.com/are-you-wearing-high-heels-at-this-age-be-careful/