Weather Update: ମାର୍ଚ୍ଚ ମାସ ଆରମ୍ଭରୁ ହିଁ ଆକାଶରୁ ନିଆଁ ବର୍ଷା ହେଉଛି । ଜ୍ୟରେ ଉପର ମୁହାଁ ହୋଇଛି ପାରଦ। ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନ ଜୀବନ।
ଟାଇଁ ଟାଇଁ ଖରାରେ ଜଳିଯାଉଛି ଦେହ । ମାର୍ଚ୍ଚ ମାସ ଆରମ୍ଭରୁ ହିଁ କଲବଳ ହେଉଛନ୍ତି ଲୋକ । ଏବର୍ଷ ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର। ସାରା ଦେଶରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମଡି ଆକଳନ କରିଥିବାବେଳେ ରାଜ୍ୟରେ ବି ଅନୁରୂପ ଭାବେ ତାତି ଦେଖିବାକୁ ମିଳିବ । ମାର୍ଚ୍ଚ ମାସରେ ସାଧାରଣତଃ ୪ ଦିନ ହିଟ୍ ୱେଭ ହୋଇଥାଏ । ହେଲେ ଏ ବର୍ଷ ୭ ରୁ ୮ ଦିନ ରହିବ ଗ୍ରୀଷ୍ମ ପ୍ରବାହ । ମାର୍ଚ୍ଚ, ଏପ୍ରିଲ ଓ ମେ ଏହି ତିନି ମାସରେ ସ୍ୱାଭାବିକଠାରୁ ୬ ରୁ ୮ ଦିନ ଅଧିକ ରହିବ ହିଟ୍ ୱେଭ । ଏହାସହ ହିଟ ୱେଭ ଅବଧି ଅଧିକ ରହିବ ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ ।
ଅନ୍ୟପଟେ ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ୩୮.୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗିର ୩୮.୧, ଅନୁଗୁଳ ୩୭.୯, ଟିଟିଲାଗଡ଼, ୩୭.୬, ଭଦ୍ରକ ୩୭.୫ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଗତକାଲି ୩୬.୧ ଡିଗ୍ରୀ ଥିଲା ସର୍ବୋଚ୍ଚ ତାପମାତ୍ରା । ଆଗକୁ ସ୍ଥିତି ଅସମ୍ଭାଳ ହେବା ଆଶଂକା । ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି। ସେଠାରେ ବର୍ଷା ହେଉନଥିବାରୁ ସେଠାରେ ଗରମ ଅନୁଭୁତ ହେଉଛି। ତେଣୁ ସେଠାରୁ ଆସୁଥିବା ଗରମ ପବନ ଯୋଗୁ ଓଡ଼ିଶାରେ ତାତି ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇଥିବାବେଳେ ଆଗାମୀ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ ।
ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ଟିଟଲାଗଡ଼, ଅନୁଗୁଳ, ବଲାଙ୍ଗୀର, ସମ୍ଲପୁର, ବରଗଡ଼ରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି। ଏହାସହ ଉପକୂଳ ଜିଲ୍ଲାକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ପବନ ବହିବାରୁ ରାତିରେ ମଧ୍ୟ ପଶ୍ଚିମା ପବନ ବହିବ । ଏଥପାଇଁ ସକାଳୁ ତାପମାତ୍ରା କମ୍ ରହିବ । ୧୨ ତାରିଖ ପରେ ଉପକୂଳ ଓଡ଼ିଶାରେ ମଧ୍ୟାହ୍ନ ଯାଏ ତାତି ସ୍ୱାଭାବିକଠାରୁ ଅଧିକ ରହିବ । ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଭଳି ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାତି ବଢ଼ିବା ସହ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି ।
ALSO READ: https://purvapaksa.com/business-turnover-of-%e2%82%b95-crore-for-shg-members/