Washington DC Flight Crash: ୱାଶିଂଟନ ଡିସିର ରେଗାନ୍ ଜାତୀୟ ବିମାନବନ୍ଦର ନିକଟରେ ଆମେରିକୀୟ ସେନାର ଏକ ହେଲିକପ୍ଟର ସହ ଧକ୍କା ହେବା ପରେ ଏକ ଯାତ୍ରୀବାହୀ ବିମାନ ପୋଟୋମାକ୍ ନଦୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ବିମାନରେ ୪ ଜଣ କ୍ରୁ ମେମ୍ବରଙ୍କ ସମେତ ପ୍ରାୟ ୬୪ ଜଣ ଯାତ୍ରୀ ଥିଲେ। ବିଏନ୍ଓ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସେପଟେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ନଦୀରୁ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଏହାଠାରୁ ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଆମେରିକାନ୍ ଏୟାରଲାଇନ୍ସର ଏହି ବିମାନ କାନସାସର ୱିଚିଟାରୁ ୱାଶିଂଟନ୍ ଡିସି ଅଭିମୁଖେ ଆସୁଥିଲା। ରନୱେରେ ଅବତରଣ ସମୟରେ ବିମାନଟି ସାମରିକ ହେଲିକପ୍ଟର ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନଟି ହଠାତ୍ ଡାହାଣ ଆଡ଼କୁ ଝୁଲି ନିଆଁ ଲାଗି ଯାଇଥିଲା ଏବଂ ଦ୍ରୁତ ଗତିରେ ନଦୀରେ ଖସି ପଡ଼ିଥିଲା।
ଘଟଣା ସମୟରେ ଉପସ୍ଥିତ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ସିଏନ୍ଏନ୍କୁ କହିଛନ୍ତି, “ଯେତେବେଳେ ମୁଁ ବିମାନଟିକୁ ଦେଖିଲି, ଏହା ସ୍ୱାଭାବିକ ଲାଗୁଥିଲା। କିନ୍ତୁ ସେକେଣ୍ଡ ମଧ୍ୟରେ ଏହା ୯୦ ଡିଗ୍ରୀରୁ ଅଧିକ ଝୁଲିଯାଇଥିଲା ଏବଂ ତଳୁ ଖସିବା ଆରମ୍ଭ କରିଥିଲା। ଏହାପରେ ହଠାତ୍ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା।
ଦୁର୍ଘଟଣା ସମୟରେ ବିମାନଟି ପ୍ରାୟ ୪୦୦ ଫୁଟ ଉଚ୍ଚତାରେ ଥିଲା ଏବଂ ଘଣ୍ଟାପ୍ରତି ପ୍ରାୟ ୧୪୦ ମାଇଲ ବେଗରେ ଥିଲା । ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ) ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ମୁତୟନ କରାଯାଇଥିବା ଡିସି ଅଗ୍ନିଶମ ଓ ଇଏମ୍ଏସ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ ସୂଚନା ଦେଇଛନ୍ତି। ଏଫଏଏ ରିପୋର୍ଟ କରିଛି ଯେ ପିଏସଏ ଏୟାରଲାଇନ୍ସର ଏହି ବିମାନ କାନସାସରୁ ଉଡ଼ାଣ ଭରିଥିଲା । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆକାଶରେ ଦୁଇଟି ଉଜ୍ଜ୍ୱଳ ଆଲୋକ ଧକ୍କା ହେବା ଦେଖାଯାଏ ଏବଂ ତା’ପରେ ଏକ ଜୋରରେ ନିଆଁ ସୃଷ୍ଟି ହୋଇଥିଲା ।
ଗୁଗଲ, ଚାଟ୍ ଜିପିଟିର ନିଦ ଉଡ଼ାଇଥିବା ଡିପ୍ସିକ୍ର ସୃଷ୍ଟିକର୍ତ୍ତା କିଏ?