Vitamin-D From Sunlight: ଆମ ଶରୀର ପାଇଁ ‘ଭିଟାମିନ୍ ଡି’ ନିହାତି ଆବଶ୍ୟକ । ବିଶେଷ କରି ଶୀତ ଋତୁରେ ପ୍ରାୟତଃ ଲୋକମାନଙ୍କ ମଧ୍ୟରେ ଭିଟାମିନ୍ ଡିର ଅଭାବ ଦେଖାଯାଏ ।
ଏହା ଶରୀରର କାର୍ଯ୍ୟପ୍ରଣାଳୀକୁ ସଠିକ୍ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭିଟାମିନ୍ ଡି ଅଭାବ ରହିଲେ ହାଡ ଖୁବ୍ ଶୀର୍ଘ ଦୁର୍ବଳ ହୋଇଯାଏ । ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ହାଡ଼କୁ ମଜବୁତ କରିବା ସହ, ମେଟାବୋଲିଜିମ୍ କୁ ବଢ଼ାଇ ଥାଏ ଏବଂ ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଶୀତଦିନେ, ଯେତେବେଳେ ସୂର୍ଯ୍ୟ କିରଣ କମ ହୁଏ, ସେତେବେଳେ ଭିଟାମିନ୍ ଡି ଅଭାବ ହେବାର ଆଶଙ୍କା ବଢ଼ିଯାଏ ।
ଶରୀରରେ ଭିଟାମିନ୍ ଡିର ପରିମାଣ କମ ରହିଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ହାଡ଼, ମାଂସପେଶୀ ଓ ଦାନ୍ତକୁ ମଜବୁତ କରିବା ପାଇଁ ଭିଟାମିନ ‘ଡି’ ର ଆବଶ୍ୟକତା ପଡ଼ିଥାଏ ।ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ତେବେ ଅନ୍ୟ ଭିଟାମିନ ଭଳି ଭିଟାମିନ ‘ଡି’ କୁ ମଧ୍ୟ ଖାଦ୍ୟର ସାମିଲ କରନ୍ତୁ । ସୂର୍ଯ୍ୟକିରଣରେ ପ୍ରର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ଡି ରହିଛି। ଏହା ଛଡା ଅଣ୍ଡା, ଛତୁ, କ୍ଷୀର ଓ ମାଛ ଖାଇବା ଦ୍ୱାରା ଶରୀରରେ ଏହାର ଅଭାବକୁ ପୂରଣ କରାଯାଇପାରିବେ ।
‘ଭିଟାମିନ୍ ଡି’ ଜନିତ ରୋଗ
- ଆମ ଶରୀରରେ ‘ଭିଟାମିନ୍ ଡି’ କମ୍ ହେଲେ ନିମୋନିଆ, ଅଧିକ ଥଣ୍ଡା ଲାଗିବା ପରି ସମସ୍ୟା ଦେଖାଦେଇଥାଏ ।
- ଯଦି ଆପଣ ସର୍ବଦା ମାନସିକ ଅବସାଦ ଅନୁଭବ କରୁଛନ୍ତି ତେବେ ଏହା ମଧ୍ୟଭିଟାମିନ୍ ଡି ଅଭାବରୁ ହୋଇପାରେ । ଏହାଦ୍ୱରା ଆପଣଙ୍କୁ ଡିପ୍ରେସନ ଭଳି ଲାଗିପାରେ । ତେଣୁ ନିୟମିତ ସୂର୍ଯ୍ୟ କିରଣରେ କିଛି ସମୟ ବିତାନ୍ତୁ ।
- ‘ଭିଟାମିନ୍ ଡି’ ଅଭାବରୁ ଆଣ୍ଠୁଗଣ୍ଠି ଦରଜ, ପିଠି ଦରଜ ଓ ହାଡ଼ ଦୁର୍ବଳ ପରି ସମସ୍ୟା ଦେଖାଯାଏ ।
- ଶରୀରରେ ଭିଟାମିନ୍ ଡିର ଅଭାବ ହେଲେ ଦିନସାରା ଥକ୍କାପଣ ଅନୁଭବ ହୋଇଥାଏ । ଯଦି ଆପଣଙ୍କ ଖାଦ୍ୟ ଓ ଶୋଇବା ସମୟ ଠିକ ଅଛି, ତଥାପି ଆପଣ ଥକ୍କା ଅନୁଭବ କରୁଛନ୍ତି । ତେବେ ଭିଟାମିନ୍ ଡି ଆପଣଙ୍କ ଶରୀରରେ କମ୍ ହେବାର ମୁଖ୍ୟ କାରଣ । ଏପରି ଲକ୍ଷଣ ଦେଖାଦେଲେ ସକାଳେ ୧୦ ମିନିଟ୍ ଖରାରେ ବସନ୍ତୁ।
- ଭିଟାମିନ୍ ଡିର ଅଭାବ ହେଲେ ଶରୀରରେ ସୁଗାର ମାତ୍ରା ବଢ଼ିଯାଏ। ଏହାର ଅଭାବରୁ ରକ୍ତଚାପ ଓ ହୃଦ୍ରୋଗ ହେବାର ମଧ୍ୟ ଆଶଙ୍କା ମଧ୍ୟ ବଢ଼ିଯାଏ ।
- ଏହାର ଅଭାବରୁ ଶରୀରରେ କୌଣସି କ୍ଷତ ସହଜରେ ପୂରଣ ହୋଇପାରେ ନାହିଁ । ଭିଟାମିନ ଡି ଶରୀରରେ ଜ୍ୱଳନ, ବିନ୍ଧାବିନ୍ଧି ଓ ସଂକ୍ରମଣକୁ ମଧ୍ୟ କମ୍ କରିଥାଏ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଭିଟାମିନ୍ ଡି ପାଇଁ ସୂର୍ଯ୍ୟ କିରଣ ସର୍ବୋତ୍ତମ ସମୟ ସକାଳ ୧୦ ରୁ ୩ଟା ମଧ୍ୟରେ । ଏହି ସମୟରେ ସୂର୍ଯ୍ୟଙ୍କ କିରଣ ଅଧିକ ପ୍ରଖର ହୋଇଥାଏ, ଯେଉଁ କାରଣରୁ ଶରୀରରେ ଭିଟାମିନ୍ ଡି ଶୀଘ୍ର ଉତ୍ପନ୍ନ ହୁଏ । ଶୀତଦିନେ ସୂର୍ଯ୍ୟର ତୀବ୍ରତା କମ୍, ତେଣୁ ସର୍ବାଧିକ ସମୟ ସୂର୍ଯ୍ୟରେ ରହିବା ଲାଭଦାୟକ ହୋଇପାରେ । ଏହାର ଅଭାବରେ ଅଷ୍ଟ୍ରିଓପୋରୋସିସ୍, ମାନସିକ ଚାପ, ହୃଦରୋଗ ଇତ୍ୟାଦି ହେବାର ସମ୍ଭାବନା ରହିଥାଏ । ନିଜ ଡାଏଟରେ ସାଲମନ୍, ମ୍ୟାକେରେଲ୍, ସାର୍ଡିନ୍ ଆଦି ଚର୍ବିଯୁକ୍ତ ମାଛ ସାମିଲ କରିବା ସହ ସିଝା ଅଣ୍ଡା ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।
ASLO READ: https://purvapaksa.com/benefits-of-papaya/